
ଭୁବନେଶ୍ୱର: ରାଜ୍ୟରେ ଖୁବ୍ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି। ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଜୁନ୍ ୧୫ରୁ ୨୬ ଭିତରେ ଏହି ନୂଆ ଆଇନ ଆସିବ। ବରିଷ୍ଠ ଅଧିକାରୀମାନେ ଏନେଇ ସମୀକ୍ଷା କରୁଛନ୍ତି। ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି।
ଅନ୍ୟପକ୍ଷରେ ବେଆଇନ ନିଶାମୁକ୍ତ ହେବ ଓଡ଼ିଶା । ପ୍ରଥମ ଥର ପାଇଁ ଅବକାରୀ ବିଭାଗ ପକ୍ଷରୁ ନିଶା ନିରୋଧ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ସବୁ ବିଭାଗର ମିଳିତ ଉଦ୍ୟମରେ ହେବ ଏହି ଅଭିଯାନ ଆରମ୍ଭ ହେବ। ସବୁ ଗାଁରେ ସଚେତନତା କାର୍ୟ୍ୟକ୍ରମ କରାଯିବ । ସବୁ ବିଭାଗର ସଚିବଙ୍କ ସହିତ ଆଲୋଚନା ହୋଇଛି । ଓଡ଼ିଶାକୁ ସମ୍ପୂର୍ଣ୍ଣ ବେଆଇନ ନିଶାମୁକ୍ତ କରାଯିବା ନେଇ ଯୋଜନା କରାଯାଇଛି ।
ଆସନ୍ତା ୩୧ ତାରିଖରୁ ଜୁନ ୨୬ ତାରିଖ ଯାଏ ମାସେବ୍ୟାପୀ ପାଳନ ହେବ ନିଶା ନିବାରଣ କାର୍ୟ୍ୟକ୍ରମ । ମେ ୩୧ ତାରିଖରେ କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ବର୍ଷରେ ୩ ଥର ଚାଲିବ ଏହି କ୍ୟାମ୍ପେନ । ପ୍ରତି ଗାଁରେ ଦାଶକାଠିଆ, ଘୋଡା ନାଚ ଭଳି ଲୋକକଳା ମାଧ୍ୟମରେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବ ବିଭାଗ । ନିଶା ବ୍ୟବହାରର ଅପକାରିତା ଓ ପ୍ରଭାବ ନେଇ ସଚେତନତା କରାଯିବ । ଅବକାରୀ ବିଭାଗ ସହ ପୋଲିସ, ଏସଟିଏଫ, ମିସନ ଶକ୍ତି, ଉଚ୍ଚଶିକ୍ଷା, ଗଣଶିକ୍ଷା ଓ ସଂସ୍କୃତି ବିଭାଗ ମିଳିତ ଭାବେ କ୍ୟାମ୍ପେନ କରିବେ । ମଦ ଓ ଡ୍ରଗ୍ସ ବିରୋଧରେ ମଧ୍ୟ କ୍ୟାମ୍ପେନ ଚାଲିବ । ସ୍କୁଲ, କଲେଜରେ ରଚନା ମାଧ୍ୟମରେ ପିଲାମାନେ ଅନଲାଇନରେ ବାର୍ତ୍ତା ପହଞ୍ଚାଇବେ । ଶ୍ରେଷ୍ଠ ବିବେଚିତକୁ ପୁରସ୍କୃତ କରାଯିବ । ସ୍କୁଲ ପରିସରରୁ ହଟିବ ବେଆଇନ ମଦ ଦୋକାନ । ଗାଁରେ ନିଶା ରୋକିବାକୁ ମିସନ ଶକ୍ତି ମହିଳାଙ୍କ ସାହାଯ୍ୟ ନିଆଯିବ ।








