ଚନ୍ଦ୍ରଶେଖରପୁର ରେଳବିହାର ସିରିଜ୍‌ ଦୁର୍ଘଟଣାରେ ଏକାଧିକ ଆହତ ୪ଗାଡ଼ି ଚୁର୍‌ମାର୍‌

ଭୁବନେଶ୍ବର,17/08: ଶନିବାର ରାତି ପ୍ରାୟ ୧ଟା ବେଳେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ରେଳବିହାର ନିକଟ‌ରେ ଏକ ସିରିଜ୍‌ ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ୪ଟି ଗାଡ଼ି ଭାଙ୍ଗିରୁଜି ଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତିକରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏକ ନାଲିରଙ୍ଗର ସ୍ବିଫ୍ଟ କାର୍‌ ଡମଣା ଛକରୁ ଜୟଦେବବିହାର ଅଭିମୁଖେ ରଙ୍ଗରୁଟ୍‌ରେ ଦ୍ରୁତଗତିରେ ଯାଉଥିବା ବେଳେ ଜୟଦେବବିହାରରୁ ଚନ୍ଦ୍ରଶେଖରପୁର ଆଡ଼କୁ ଯାଉଥିବା ଏକ କିଆ ଗାଡ଼ିକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ କିଆ ଗାଡ଼ିଟି ମେଡିଆନ୍‌ରେ ଯାଇ ମାଡ଼ ହୋଇଥିଲା। ଏହି ସମୟରେ ହାଇୱା ଉଭୟ ଗାଡ଼ିକୁ ଧକ୍କା ଦେଇ ଏକ ଅଟୋକୁ ଧକ୍କା ଦେଇଥିଲା। ଏହି ସିରିଜ୍‌ ଦୁର୍ଘଟଣାରେ ଆହତମାନଙ୍କୁ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରିଛି।

  • Related Posts

    ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି, ଚଣ୍ଡୀ ପ୍ରସାଦ ଉତ୍କଳ ଓ ଅର୍କ କୁମାର ଦାସ ରେଭେନ୍ସାର କୁଳପତି

    ୦୬।୦୪।୨୦୨୬,ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପଟି ଆଜି ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି । ପ୍ରଫେସର ଡକ୍ଟର ଚଣ୍ଡୀ ପ୍ରସାଦ ନନ୍ଦଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ…

    Continue reading
    ଆଇକାର୍ଡ ଦେଖାଇ ୫ କେଜିଆ ସିଲିଣ୍ଡର ନେବେ ଛାତ୍ରଛାତ୍ରୀ ଓ ଶ୍ରମିକ

    ଭୁବନେଶ୍ୱର,୦୬।୦୪।୨୦୨୬:୫ କେଜିଆ ଗ୍ୟାସ ସିଲିଣ୍ଡର ବ୍ୟାନ୍‌ ନେଇ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା ସହରାଞ୍ଚଳରେ କମ୍ପନ ସୃଷ୍ଟି କରିଥିଲା । ବିଶେଷକରି ଛାତ୍ରଛାତ୍ରୀ ଓ ଶ୍ରମିକମାନେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ଆଜି ସେମାନଙ୍କୁ ଆଶ୍ୱସ୍ତି ମିଳିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ