ଛାତ୍ରସଂସଦ ନିର୍ବାଚନ: ୩ କଲେଜରେ ୨୦ ପ୍ରାର୍ଥୀ ମଇଦାନରେ

ଦେବଗଡ଼: ଛାତ୍ର ସଂସଦ ନିର୍ବାଚନ। ଦେବଗଡ ଜିଲ୍ଲାର ମଡେଲ ଡିଗ୍ରି କଲେଜ, ପଳସମା‌ କ‌ଲେଜ ଓ କଲା ପଞ୍ଚାୟତ ଡିଗ୍ରି କଲେଜରେ ଭୋଟ୍‌ଗ୍ରହଣ ଅନୁଷ୍ଠିତ ହେବ। ସେଥିପାଇଁ ମଙ୍ଗଳବାର ନିର୍ବାଚନୀ ପ୍ରଚାର ଶେଷ ହୋଇଥିବା ବେଳେ ଆଜି ପ୍ରାର୍ଥୀମାନଙ୍କୁ ନେଇ ‘ହ୍ବାଇ ଆଇ ଷ୍ଟାଣ୍ଡ ଫର୍‌’ ଆୟୋଜନ କରାଯାଇଥିଲା। ଏଥିରେ ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ଭୋଟ୍‌ ହାତେଇବା ପାଇଁ ଛାତ୍ରଛାତ୍ରୀଙ୍କ ଆଗରେ ବିଭିନ୍ନ ମୁଦ୍ଦା ରଖିଥିଲେ। ଯେପରିକି, କଲେଜର ବିଭିନ୍ନ ସମସ୍ୟା ସମାଧାନ, ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦାବିର ସମାଧାନ ଆଦି ମୁଦ୍ଦା ଉପରେ ନିଜ ନିଜ ଭାଷଣ ରଖିଥିଲେ। ତେବେ କାହା ସପକ୍ଷରେ ଛାତ୍ରଛାତ୍ରୀଙ୍କ ବହୁମତ ଯିବ ତାହା ଆସନ୍ତାକାଲି ନିର୍ବାଚନ ଫଳାଫଳ ଘୋଷଣା ପରେ ଜଣାପଡ଼ି। ପ୍ରକାଶଥାଉ କି ଉପରୋକ୍ତ ୩ଟି କଲେଜରେ ମୋଟ ୨୦ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ରହିଛନ୍ତି। ସେଥିମଧ୍ୟରେ ଦେବଗଡ଼ ମଡେଲ ଡିଗ୍ରି କଲେଜରେ ସଭାପତି ପଦ ପାଇଁ ୩ ଜଣ, ଉପସଭାପତି ପାଇଁ ୨ ଜଣ ତଥା ସାଧାରଣ ସଂପାଦକ ପଦ ପାଇଁ ୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଅନ୍ୟପଟେ ରିଆମାଳ ବ୍ଲକ ପଳସମା‌ କ‌ଲେଜରେ ସଭାପତି ପଦ ପାଇଁ ୨ ଓ ଉପସଭାପତି ପଦ ପାଇଁ ୨ ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବାକୁ ଥିବା ବେଳେ ବାରକୋଟ ବ୍ଲକ କଲା ପଞ୍ଚାୟତ ଡିଗ୍ରି କଲେଜରେ ସଭାପତି ପଦ ପାଇଁ ୪ ଜଣ, ଉପସଭାପତି ପଦ ପାଇଁ ୨ ଜଣ, ସାଧାରଣ ସଂପାଦକ ପଦ ପାଇଁ ୨ ଜଣଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଜଣାପଡ଼ିଛି।

  • Related Posts

    ସାତପଡ଼ା ଡିଗ୍ରୀ କଲେଜରେ ବୋମା ମାଡ଼, ନିର୍ବାଚନ ବାତିଲ

    ଭୁବନେଶ୍ଵର : ବ୍ରହ୍ମଗିରି ସାତପଡ଼ା ପଞ୍ଚାୟତ ଡିଗ୍ରୀ କଲେଜରେ ବୋମା ମାଡ଼ । ନିର୍ବାଚନ ବାତିଲ କଲେ କଲେଜ ଅଧ୍ୟକ୍ଷ । କଲେଜ ପରିସରରେ ୮ ରୁ ୧୦  ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ଚୟନ ପ୍ରକ୍ରିୟା ମାଧ୍ୟମରେ…

    Continue reading
    ଇପସିତାଙ୍କୁ ଉଠାଇ ନେଲା ପୁଲିସ

    ଭୁବନେଶ୍ୱର: ରମାଦେବୀ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିସିଜେଡି ସଭାନେତ୍ରୀ ଇପସିତା ସାହୁଙ୍କୁ ପୁଲିସ ଉଠାଇ ନେଇଛି ।ଇପସିତା ସାହୁଙ୍କୁ ନାମରେ ଥାନାରେ ଅଭିଯୋଗ ହୋଇଥିଲା । ତେବେ ତାଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି