ଜନଗଣନା କାର୍ୟ୍ୟରେ ବାଧାଦେଲେ ୩ ବର୍ଷ ଜେଲ୍, ଜୋରିମାନା

ଭୁବନେଶ୍ବର: ଏଣିକି ସମ୍ବେଦନଶୀଳ ସ୍ଥାନକୁ ଜନଗଣନା କର୍ମଚାରୀଙ୍କ ସହ ପୁଲିସ ଯିବ। ଆବଶ୍ୟକ ହେଲେ ସରକାର ସ୍ଥାନୀୟ ଅଞ୍ଚଳର ମୁରବିଙ୍କ ସହଯୋଗ ନେବେ। ଜନଗଣନା କାର୍ୟ୍ୟରେ ବାଧା ସୃଷ୍ଟି କଲେ ୧୯୪୮ ଜନଗଣନା ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ। ଦୋଷୀ ସାବ୍ୟସ୍ତ ହେଲେ ଜୋରିମାନା, ଏପରିକି ୩ ବର୍ଷ ପର୍ୟ୍ୟନ୍ତ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିପାରେ ବୋଲି ଚେତାଇ ଦିଆଯାଇଛି।

ଢେଙ୍କାନାଳ ଜିଲା କାମାଖ୍ୟାନଗରରେ ଜନଗଣନା କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣା ପରେ ସରକାର ସେମାନଙ୍କ ସୁରକ୍ଷା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହା ଅନୁପାଳନ ପାଇଁ ରାଜସ୍ବ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ମ୍ୟୁନିସିପାଲ କମିସନରଙ୍କୁ ପତ୍ର ଲେଖି ନିର୍ଦେଶ ଦିଆଯାଇଛି।ବିଭାଗ ନିଜ ଚିଠିରେ ଉଲ୍ଲେଖ କରିଛି ଯେ, ନିକଟରେ ଜନଗଣନାକାରୀ ଓ ସୁପରଭାଇଜରଙ୍କ ଉପରେ ଆକ୍ରମଣ ଚିନ୍ତାର ବିଷୟ। କର୍ମଚାରୀମାନେ ଘରକୁ ଘର ବୁଲି ଗଣନା କରିବା ସମୟରେ ନିଜ କାର୍ୟ୍ୟାଳୟର ପରିଚୟ ପତ୍ର ଓ ନିଯୁକ୍ତି ପତ୍ର ସାଙ୍ଗରେ ରଖିବେ। ସୁପରଭାଇଜରମାନେ ପ୍ରତି ଘଣ୍ଟାରେ ଥରେ ଗଣନାକାରୀଙ୍କ ସହ ଯୋଗାଯୋଗ କରି ସେମାନଙ୍କ ସୁରକ୍ଷା ଓ ଗଣନା କାର୍ୟ୍ୟ କଥା ବୁଝିବେ।

ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତା ହେଲେ କର୍ମଚାରୀ ତୁରନ୍ତ ସେହି ସ୍ଥାନ ପରିତ୍ୟାଗ କରି ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେବେ। ପରେ ପୁଲିସ ସହିତ ସେହି ସ୍ଥାନକୁ ସେମାନେ ଯିବେ। ଗଣନା କାର୍ୟ୍ୟରେ ନିୟୋଜିତ କର୍ମଚାରୀଙ୍କ ସୂଚନା ସ୍ଥାନୀୟ ପୁଲିସକୁ ପ୍ରଦାନ କରାଯିବ। ଗଣନାକାରୀମାନେ କେଉଁ ରୁଟ୍‌ରେ ଯିବେ ତାହାର ବିବରଣୀ ପୁଲିସ ପାଖରେ ରହିବ। ସମ୍ବେଦନଶୀଳ ସ୍ଥାନକୁ ଜଣେ ପୁଲିସ କର୍ମଚାରୀ ସାଙ୍ଗରେ ନେବା ପାଇଁ କୁହାଯାଇଛି। ସେହିପରି ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୩ଟା ମଧ୍ୟରେ ଗଣନା ପାଇଁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। କ୍ଷେତ୍ର ଉପରକୁ ଯିବା ସମୟରେ କର୍ମଚାରୀ ନିଜ ପାଖରେ ପାଣି, ଓଆରଏସ ଆଦି ରଖିବେ ବୋଲି କୁହାଯାଇଛି।

  • Related Posts

    ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ

    ଭୁବନେଶ୍ୱର: ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା। ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ। STU, ଡଗ ସ୍କ୍ବାଡ, ବମ ସ୍କ୍ବାଡ…

    Continue reading
    ଟ୍ରକ-ବସ ଧକ୍କା:୪ ମୃତ

    ରାଉରକେଲା: ରାଉରକେଲାରୁ ଯାଜପୁର ମଙ୍ଗଳପୁର ଆସୁଥିବା ଘରୋଇ ବସ ପ୍ରମିଳା ଗତକାଲି ରାତ୍ରୀ ପ୍ରାୟ ୯. ୧୦ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୂଷାବୀରା ଠାରେ ବସ ଚାଳକ ଭାରସାମ୍ୟ ହରାଇ ଡିଭାଇଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା