ଜଳିଗଲା ଗଣପତିଙ୍କ ପୂଜାମଣ୍ଡପ

ସମ୍ବଲପୁର: ସମ୍ବଲପୁର ବୁଢ଼ାରାଜା ଠାରେ ଥିବା ଡେହେରିପାଲି ଗଣପତିଙ୍କ ପୂଜାମଣ୍ଡପରେ ଆଜି (ସୋମବାର) ରାତିରେ ହଠା୍ତ୍‌ ଅଗ୍ନିକାଣ୍ଡ ଘଟି ସମଗ୍ର ମଣ୍ଡପଟି ପୋଡ଼ିଯାଇଛି। ତେବେ ରାତିରେ ମଣ୍ଡପ ନିକଟରେ ପ୍ରବଳ ଜନସମାଗମ ‌ହୋଇଥିଲେ ମଧ୍ୟ କାହାରି ବିଶେଷ କ୍ଷୟକ୍ଷତି ହୋଇନାହିଁ। ସୂଚନାନୁସାରେ, ରାତି ପ୍ରାୟ ସାଢ଼େ ୮ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଆୟୋଜକ କର୍ମକର୍ତ୍ତା ଓ ସ୍ବେଚ୍ଛାସେବୀମାନେ ତୁରନ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ଦୂରକୁ ହଟାଇବାକୁ ସକ୍ଷମ ହୋଇଥିଲେ।

ମଣ୍ଡପ ମଧ୍ୟରେ ପୂଜକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ମଧ୍ୟ ସେମାନଙ୍କର କୌଣସି ବିଶେଷ କ୍ଷୟକ୍ଷତି ହୋଇନଥିଲା। ସୂଚନା ପାଇଁ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବଲପୁର ଅଗ୍ନିଶମ ଅଧିକାରୀ ସୁଦାମ କିଶକୋ ସୂଚନା ଦେଇଛନ୍ତି। ଶ୍ରୀ କିଶକୋଙ୍କ ସୂଚନା ଅନୁସାରେ ଦେହେରିପାଲି ପୂଜା କମିଟି ପକ୍ଷରୁ ଗଣେଶ ପୂଜା ପାଳନ କରାଯାଇଥିଲା। ରାତି ୮.୨୫ ମିନିଟ ସମୟରେ ନିଆଁ ଲାଗିଥିବା ନେଇ ଫୋନ୍ ଆସିଥିଲା। ଫୋନ୍ କଲ୍ ପାଇବାପରେ ତୁରନ୍ତ ପହଞ୍ଚିବା ସହିତ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ପୂଜା ମଣ୍ଡପରେ ଲୁହା ଷ୍ଟାଣ୍ଡ ସହିତ ପଲିଷ୍ଟର କପାଡ଼ାର କାରୁକାର୍ଯ୍ୟ କରାଯାଇଥିଲା। ଯେଉଁଥିପାଇଁ ନିଆଁ ଶୀଘ୍ର ଧରି ଚାରିଆଡ଼େ ବ୍ୟାପି ଯାଇଥିଲା। ଦେଖୁ ଦେଖୁ ମୁଖ୍ୟ ମଣ୍ଡପଟି ଜଳି ଯାଇଥିଲା। ତବେ ପ୍ରାଥମିକ ତଦନ୍ତରୁ ଦୀପନିଆଁ ବା ବିଦ୍ୟୁତ୍‌ ସର୍ଟସର୍କିଟ ପାଇଁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏହି ଅଗ୍ନିକାଣ୍ଡଘଟଣାରେ ପୂଜା ମଣ୍ଡପ କ୍ଷତି ହୋଇଥିବା ବେଳେ ଅନ୍ୟ କାହାର କୌଣସି କ୍ଷତି ହୋଇ ନାହିଁ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ