ଜାତିସଂଘ ଅଧିବେଶନରେ ପ୍ରତିନିଧିତ୍ୱ କରିବେ ଏସ ଜୟଶଙ୍କର

ନୂଆଦିଲ୍ଳୀ: ଚଳିତମାସ ଶେଷରେ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦର ଉଚ୍ଚସ୍ତରୀୟ ୮୦ତମ ବିତର୍କକୁ ସମ୍ବୋଧିତ କରିବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ଜାରି ହୋଇଥିବା ସଂଶୋଧିତ ବକ୍ତାଙ୍କ ତାଲିକା ଅନୁଯାୟୀ, ହେବାକୁ ଥିବା ଏହି ସମ୍ମିଳନୀରେଆମ ପକ୍ଷରୁ ସେପ୍ଟେମ୍ବର ୨୭ ତାରିଖରେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କର ଅଭିଭାଷଣ ରଖିବେ। ଏ ନେଇ ରଣଧୀର ଜୈସ୍ବାଲ୍‌ ଏକ ପ୍ରେସ୍‌ ବିବୃତି ଜାରି କରି କହିଛନ୍ତି।ଜୁଲାଇରେ ପ୍ରକାଶ ପାଇଥିବା ଏକ ପୂର୍ବ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ପ୍ରତିନିଧିତ୍ବ କରିବେ ବୋଲି ସ୍ଥିର କରାଯାଇଥିଲା। ସେହିଦିନ ଇସ୍ରାଏଲ, ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶର ସରକାର ମୁଖ୍ୟମାନେ ମଧ୍ୟ ସେମାନଙ୍କ ଅଭିଭାଷଣ ରଖିବାର କରିବାର କାର୍ୟ୍ୟକ୍ରମ ରହିଛି। ଏହି ପରିବର୍ତ୍ତନର ଅର୍ଥ ହେଉଛି; ମୋଦୀ ଏଥର ଅନ୍ତର୍ଜାତୀୟ ମଞ୍ଚରେ ଅନ୍ୟ ଦେଶର ନେତାମାନଙ୍କ ସହିତ ୟୁଏନ୍‌ଜିଏ ମଞ୍ଚ ସେୟାର କରିବେ ନାହିଁ।
ସାଧାରଣ ବିତର୍କ ସେପ୍ଟେମ୍ବର ୨୩ ରୁ ୨୯ ପର୍ୟ୍ୟନ୍ତ ଚାଲିବ। ଯେଉଁଥିରେ ପ୍ରଥମେ ବ୍ରାଜିଲ, ତା’ପରେ ଆମେରିକା କହିବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେପ୍ଟେମ୍ବର ୨୩ ରେ ବିଶ୍ୱ ନେତାମାନଙ୍କୁ ସମ୍ବୋଧିତ କରିବେ। ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସକୁ ଫେରିବା ପରେ ଏହା ତାଙ୍କର ପ୍ରଥମ ୟୁଏନ୍‌ଜିଏ ଉପସ୍ଥିତି ହେବ।ଟ୍ରମ୍ପ୍‌ ରୁଷରୁ ଭାରତର ତୈଳ ଆମଦାନୀକୁ ସାର୍ବଜନୀନ ଭାବରେ ସମାଲୋଚନା କରିବାର କିଛି ଦିନ ପରେ ଏହି ୟୁଏନ୍‌ଜିଏରେ ଅଭିଭାଷଣ ରଖିବେ ଯେତେବେ‌େ, ତାହା ଉପରେ ଭାରତର ତୀକ୍ଷ୍ଣ ନଜର ରହିବ।ଉଲ୍ଲେଖଯୋଗ୍ୟ, ଭାରତ ଏବଂ ବ୍ରାଜିଲ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଜାରି ହୋଇଥିବା ସର୍ବାଧିକ ଶୁଳ୍କ କଟକଣାର ସମ୍ମୁଖୀନ ହୋଇଛନ୍ତି। ଭାରତ ରୁଷ୍‌ଠାରୁ ତୈଳ କିଣିବାକୁ ବିରୋଧ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ନିକଟରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ତେବେ ଭାରତ ଆମେରିକାର ଏହି ଶୁଳ୍କ କଟକଣାକୁ ଭୁଲ୍‌ ଏବଂ ଅଯୌକ୍ତିକ ବୋଲି କହିଛି। ନିକଟରେ ଚୀନ୍‌ର ତିଆନଜିନ୍‌ରେ ଏସ୍‌ସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ବୈଠକ କରିବାପରେ ଏହି ବ୍ରିକ୍ସ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି।

  • Related Posts

    ବାୟୁସେନା ବିମାନ AN-32 ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ 5 ମୃତ

    ଜୋରହାଟ: ଶନିବାର ଆସାମର ଜୋରହାଟ ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନା ଏକ AN-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ବାୟୁସେନା ଅନୁଯାୟୀ, AN-32 ଜୋରହାଟ ବାୟୁସେନାରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।…

    Continue reading
    ଅଭିଷେକ ବାନାର୍ଜୀଙ୍କ ଘରେ ସର୍ଚ୍ଚ

    ବିଧାନସଭା ନିର୍ବାଚନ ପରାଜୟ ପରେ ମମତା ବାନାର୍ଜୀଙ୍କ ଟିଏମସିରେ ସଙ୍କଟ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଦଳେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ହୋଇଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତାମାନଙ୍କ ପାଇଁ ଆଇନଗତ ସମସ୍ୟା ଜଟିଳ ହୋଇଛି। ଏହିକ୍ରମରେ ଆଜି ଟିଏମସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ