ଜାତୀୟ ସୁରକ୍ଷା ବର୍ଗରେ ସାମିଲ ହେଲା ଶକ୍ତି ତଥ୍ୟ

ନୂଆଦିଲ୍ଲୀ,୧୯/୦୩/୨୦୨୬: ଦେଶରେ ତୈଳ ଏବଂ ଗ୍ୟାସ ବ୍ୟବସାୟ ଶୃଙ୍ଖଳରେ ଥିବା ସମସ୍ତ ସଂସ୍ଥା ବିସ୍ତୃତ ତଥ୍ୟ ଦାଖଲ କରିବା ପାଇଁ ନି‌ର୍ଦ୍ଦେଶ ଦିଆଯାଇଛି। ଯୋଗାଣ ବ୍ୟବସ୍ଥା ଉପରେ ନିରୀକ୍ଷଣକୁ କଡ଼ାକଡ଼ି କରିବା ଲକ୍ଷ୍ୟରେ ସରକାର ଏହା କରିଛନ୍ତି। ତୈଳ ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ (ସୂଚନା ପ୍ରଦାନ) ଅର୍ଡର ୨୦୨୬ ଜାରି କରାଯାଇଛି। ଏଥିରେ ଉଭୟ ସରକାରୀ ଓ ଘରୋଇ ବିଶୋଧନକାରୀ, ଏଲ୍‌ଏନ୍‌ଜି ଆମଦାନିକାରୀ, ପାଇପଲାଇନ୍‌ ଅପରେଟର୍‌, ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁଟର ଏବଂ ପେଟ୍ରୋକେମିକାଲ୍‌ କମ୍ପାନିଗୁଡ଼ିକ ନିୟମିତଭାବେ ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ୍‌ ଆନାସିଲିସ୍‌ ସେଲ୍‌କୁ ବାସ୍ତବ ସମୟର ତଥ୍ୟ ଦେବାକୁ କୁହାଯାଇଛି। କେତେକ ତଥ୍ୟ ଦୈନିକ ଭିତ୍ତିରେ ଦେବାକୁ କୁହାଯାଇଛି। ୧୮ ତାରିଖରେ ଜାରି ହୋଇଥିବା ଗେଜେଟ୍‌ ବିଜ୍ଞପ୍ତି ଅନୁଯାୟୀ, ସଂସ୍ଥାଗୁଡ଼ିକ ଉତ୍ପାଦନ, ଆମଦାନି, ମହଜୁଦ ପରିମାଣ ଏବଂ ବ୍ୟବହାର ଆଦି ତଥ୍ୟ ପ୍ରଦାନ କରିବେ। ସଂସ୍ଥାଗୁଡ଼ିକର ଗୋପନୀୟତା କ୍ଲଜ୍‌ କାର୍ଯ୍ୟ କରିବ ନାହିଁ। ଅର୍ଥାତ୍‌ ବାଣିଜ୍ୟିକ ଦୃଷ୍ଟିରୁ ସମ୍ବେଦନଶୀଳ କହି କୌଣସି ତଥ୍ୟ ଦେବାକୁ ମନା କରିପାରିବେ ନାହିଁ। ଅତ୍ୟାବଶ୍ୟ ସାମଗ୍ରୀ ଆଇନ ୧୯୫୫ ଆଧାରରେ ସରକାର ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଦେଶରେ ଏଲ୍‌ପିଜି ସଂକଟ ଦେଖାଦେଇଛି। ଏଭଳି ସ୍ଥିତିରେ ସରକାର ଶକ୍ତି ତଥ୍ୟକୁ ଜାତୀୟ ସୁରକ୍ଷା ବର୍ଗରେ ସାମିଲ କରିଛନ୍ତି।

Related Posts

ପୁଣି ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ

ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଖୁବ୍ ଜୋରର ବ୍ୟାପିବା ଆରମ୍ଭ କରିଛି। ଆମେରିକାରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ BA.3.2 ସାମ୍ନାକୁ ଆସିଛି, ଯାହାକୁ ସିକାଡା ( Cicada) ମଧ୍ୟ କୁହାଯାଉଛି। ରିପୋର୍ଟ ମୁତାବିକ , ସବ୍ ଭାରିଆଣ୍ଟ BA.3.2…

Continue reading
ଆଜିଠୁ ନୂଆ ଆୟକର ଆଇନ ଲାଗୁ

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ । ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ । ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ