ଜାନୁଆରୀରୁ ମିଳିବ ମାସିକିଆ ପିଡିଏସ୍‌ ରାସନ

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଅଧିନରେ ଥିବା ହିତାଧିକାରୀମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାନୁୟାରୀ ୨୦୨୫ଠାରୁ ମାସିକିଆ ରାସନ ପ୍ରଦାନ କରାଯିବ। ଏଥି ନିମନ୍ତେ ରାଜ୍ୟ ସରକାର ସରକାରୀ ଗୋଦାମରୁ ନିର୍ଦ୍ଧାରିତ ସମୟରେ ପିଡିଏସ୍‌ ସାମଗ୍ରୀ ଉଠାଣ ଓ ବଣ୍ଟନ ବ୍ୟବସ୍ଥା କରିବା ପାଇଁ ସମସ୍ତ ଜିଲାର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମର୍ମରେ ଗତ ୬ ତାରିଖରୁ ସରକାରୀ ଗୋଦାମଗୁଡ଼ିକରେ ଡିଲରମାନେ ଚାଉଳ ଉଠାଣ ଜାରି ରଖିଛନ୍ତି । ଗତ ୧୪ ଦିନ ମଧ୍ୟରେ ଉଭୟ ନବରଙ୍ଗପୁର ଏବଂ ଦେବଗଡ଼ ଜିଲାର ଜିଲାପାଳମାନେ ସେମାନଙ୍କ ଜିଲା ପାଇଁ ଧାର୍ୟ୍ୟ ଚାଉଳ ଉଠାଣ ଶୁକ୍ରବାର ସୁଦ୍ଧା ଶେଷ କରି ସାରିଛନ୍ତି । ଅନ୍ୟ ଜିଲାଗୁଡ଼ିକରେ ଶନିବାର ସୁଦ୍ଧା ସେମାନଙ୍କ ନିମନ୍ତେ ଧାର୍ୟ୍ୟ ପିଡିଏସ୍‌ ଚାଉଳ ଉଠାଣ ଶେଷ କରିବେ । ଏଥି ସହ ରାଜ୍ୟର ଅନେକ ସ୍ଥାନରେ ଡିଲରମାନେ ସରକାରୀ ସୁଲଭ ମୂଲ୍ୟ ଦୋକାନ ତଥା ଡିଲର ପଏଣ୍ଟଠାରେ ହିତାଧିକାରୀମାନଙ୍କୁ ବଣ୍ଟନ ପ୍ରକ୍ରିୟା ଜାରି ରଖିଛନ୍ତି। ବାକିଥିବା ଅନ୍ୟ ଡିଲର ପଏଣ୍ଟଠାରେ ଆସନ୍ତା ୨୫ ତାରିଖ ସୁଦ୍ଧା ଏହି ବଣ୍ଟନ ପ୍ରକ୍ରିୟା ଶେଷ ହେବା ନେଇ ସମସ୍ତ ଜିଲାପାଳଙ୍କୁ ପରାମର୍ଶ ଦିଆଯାଇଛି । ଯୋଗ୍ୟ ହିତାଧିକାରୀମାନେ ସେମାନଙ୍କ ଡିଲର ପଏଣ୍ଟଗୁଡ଼ିକରୁ ଚାଉଳ ନେଇପାରିବେ।
ହିତାଧିକାରୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କୁ ମାସିକିଆ ରାସନ ପ୍ରଦାନ କରାଯାଉଛି । ଏହି ମର୍ମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଉପସ୍ଥିତିରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମାସିକିଆ ରାସନ ପ୍ରଦାନ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ଏପରିକି ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲାପାଳ ଏବଂ ଜିଲା ମୁଖ୍ୟ ଯୋଗାଣ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ଏତଦ୍‌ ବ୍ୟତୀତ ହିତାଧିକାରୀମାନଙ୍କ ଇ-କେୱାସି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ବିତ କରି ଆସନ୍ତା ମାସ ସୁଦ୍ଧା ଶେଷ କରିବାକୁ ଜିଲାପାଳମାନଙ୍କୁ କୁହାଯାଇଛି ।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ