ଜାନୁଆରୀ ୨୧ରେ ଓଏସ୍‌ଏସ୍‌ଟିଇଟି ପରୀକ୍ଷା

କଟକ: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍ଏସ୍‌ଟିଇଟି-୨୦୨୫) ଦ୍ୱିତୀୟ ପର୍ୟ୍ୟାୟ ପରୀକ୍ଷା ଆସନ୍ତା ୨୦୨୬ ଜାନୁଆରୀ ମାସ ୨୧ ତାରିଖରେ ଅନୁଷ୍ଠିତ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପରୀକ୍ଷା ଉକ୍ତ ଦିନ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ସାଢ଼େ ୧୨ଟା ପର୍ୟ୍ୟନ୍ତ ଚାଲିବ ।

ପରୀକ୍ଷାର ପେପର୍-୧ ଓ ପେପର-୨ ଗୋଟିଏ ସିଟିଂରେ ଶେଷ ହେବ । ଏହି ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ନିଜର ଆଡ୍‌ମିଟ୍ କାର୍ଡ (ବିଏସ୍ଇଓଡ଼ିଶା ଡଟ୍ ଏସି ଡଟ୍ ଇନ୍) ୱେବସାଇଟ୍‌ରୁ ଡାଉନ୍‌ଲୋଡ୍ କରିପାରିବେ । ଏହା ଆସନ୍ତା ଜାନୁଆରୀ ମାସ ୧୦ ତାରିଖରୁ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ । ପରୀକ୍ଷା ପଞ୍ଜୀକରଣ ସମୟରେ ଦେଇଥିବା ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ପରୀକ୍ଷାର୍ଥୀ ନିଜର ଆଡ୍‌ମିଟ୍ କାର୍ଡ ଡାଉନ୍‌ଲୋଡ୍ କରି ପରୀକ୍ଷାରେ ବସିପାରିବେ ।

  • Related Posts

    ସୋଆ ‘ଜାଗୋ’ ପକ୍ଷରୁ ଜଳ ସେବା ଶିବିର ଆୟୋଜିତ

    ଭୁବନେଶ୍ୱର, ଏପ୍ରିଲ ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ‘ଜାଗୋ’ କ୍ଲବ ପକ୍ଷରୁ ସୋମବାର ଜଳ ସେବା ଶିବିର ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଯାଇଛି । ଏହି ମହତ୍ କାର୍ଯ୍ୟ ଅବସରରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ…

    Continue reading
    ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବ ପାଳିତ

    ଭୁବନେଶ୍ୱର, ଏପ୍ରିଲ ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଓଡ଼ିଶାର କୃଷିଭିତିକ ପର୍ବ ପବିତ୍ର ‘ଅକ୍ଷୟ ତୃତୀୟା’ ପାଳିତ ହୋଇଯାଇଛି । ନୂଆଗାଁ ସ୍ଥିତ ସୋଆ ଅନ୍ତର୍ଗତ ଆଇ.ଏନ.ଏସ ଫାର୍ମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ