
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି। ସେ ଦିନ ୧ଟା ୮ ମିନିଟ୍ ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ଵର ବିମାନବନ୍ଦରରେ ସାମ୍ବାଦିକମାନଙ୍କୁ ଜିଏସ୍ଟି ସୁଧାର ମଧ୍ୟବିତ୍ତମାନଙ୍କ ପାଇଁ ଲାଭଜନକ ବୋଲି କହିଛନ୍ତି। ଏହାଫଳରେ ରାଜ୍ୟର ୧୦ ଲକ୍ଷ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ।
ପ୍ରବଳ ବର୍ଷା ଯୋଗୁ ଅବତରଣ କରିପାରି ନଥିଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିମାନ। ବିମାନ ବନ୍ଦରରେ ଓହ୍ଲାଇ ପାରିନଥିଲା ଏୟାର ଇଣ୍ଡିଆ ବିମାନ। ଫଳରେ ଏହା କୋଲକାତା ଅଭିମୁଖେ ଯାଇଥିଲା। ଏନେଇ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ। ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଦିନଆ ନୂଆଦିଲ୍ଲୀ ଗସ୍ତ ସାରି ଭୁବନେଶ୍ବର ଫେରୁଥିଲେ।




