ଜୟସଓ୍ବାଲଙ୍କ ଶତକ, ଦୃଢ଼ ସ୍ଥିତିରେ ଭାରତ

ନୂଆଦିଲ୍ଲୀ: ପର୍ଥରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଦୃଢ଼ ସ୍ଥିତିରେ ରହିଛି। ୩ୟ ଦିନର ଖେଳ ଜାରି ରହିଥିବାବେଳେ ଟିମ ଇଣ୍ଡିଆ ଏହାର ୨ୟ ପାଳିରେ ୧ ଉଇକେଟ ହରାଇ ୨୭୫ ରନ ସଂଗ୍ରହ କରିସାରିଛି। ଯଶସ୍ଵୀ ଜୟସଓ୍ବାଲଙ୍କ ଅପରାଜିତ ୧୪୧ ରନ ଏବଂ କେ.ଏଲ. ରାହୁଲଙ୍କ ୭୭ ରନ ବଳରେ ଭାରତ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଛି। ବର୍ତ୍ତମାନ ସୁଦ୍ଧା ଦଳ ଅଷ୍ଟ୍ରେଲିଆଠାରୁ ୩୨୧ ରନରେ ଆଗୁଆ ରହିଛି।ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ୧୫୦ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଜବାବରେ ଅଷ୍ଟ୍ରେଲିଆ ବି ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହେବା ସାଙ୍ଗକୁ ମାତ୍ର ୧୦୪ ରନରେ ସମସ୍ତ ଉଇକେଟ ହରାଇଥିଲା। ଫଳରେ ଭାରତ ପ୍ରଥମ ପାଳିରେ ଘରୋଇ ଦଳଠାରୁ ୪୬ ରନରେ ଆଗୁଆ ରହିଥିଲା। ୨ୟ ପାଳିରେ ଜୟସଓ୍ବାଲ ଏବଂ ରାହୁଲ ଭଲ ପ୍ରାରମ୍ଭ କରିଥିଲେ। ଉଭୟେ ପ୍ରଥମ ଉଇକେଟ ଭାଗିଦାରୀରେ ୨୦୧ ରନ ସଂଗ୍ରହ କରିଥିଲେ। ରାହୁଲ ୭୭ ରନ କରି ଆଉଟ ହୋଇଯାଇଥିବାବେଳେ ଦେବଦତ୍ତ ପାଡିକଲ ୨୫ ରନ କରି ଅପରାଜିତ ରହି ଜୟସଓ୍ବାଲଙ୍କ ସହିତ କ୍ରିଜରେ ଉପସ୍ଥିତ ରହିଛନ୍ତି। ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ବଡ଼ ସ୍କୋର କରିବାକୁ ପଡ଼ିବ। କାରଣ ପ୍ରଥମ ଇନିଂସ ପରେ ପିଚରେ ପରିବର୍ତ୍ତନ ଆସିଥିବାରୁ ଏହା ବ୍ୟାଟିଂକୁ ବେଶ୍‌ ସୁହାଉଛି। ଯେଉଁଥିପାଇଁ ଘରୋଇ ଅଷ୍ଟ୍ରେଲିଆ ଦଳକୁ ଏହା ଅଧିକ ପାଇଦା ଦେବ। ତେଣୁ ବଡ଼ ସ୍କୋର କରିପାରିଲେ ଭାରତ ମ୍ୟାଚକୁ ଡ୍ର’ କିମ୍ବା ଜିତିବାରେ ସମର୍ଥ ହୋଇପାରିବ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ