ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅକୁ ହତ୍ୟା ଉଦ୍ୟମ କରାଯାଇଛି । ଇରାର ଆଇଆରଜିସି ପ୍ଲାନ୍ କରିଥିବା ଜଣାପଡିଛି । ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର ସମ୍ପର୍କରେ ବଡ଼ ଖୁଲାସା ହୋଇଛି । ଅଭିଯୁକ୍ତକୁ ତୁର୍କୀରେ ଗିରଫ କରାଯାଇ ଆମେରିକାକୁ ପ୍ରତ୍ୟର୍ପଣ କରାଯାଇଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ୩୨ ବର୍ଷୀୟ ମହମ୍ମଦ ବାକର ସାଦ ଦାଉଦ ଅଲ-ସାଦି ଭାବରେ ଚିହ୍ନଟ କରାଯାଇଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଛି । ଏକ ଭୟଙ୍କର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହୋଇଛି । ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡସ୍ କର୍ପସ୍ (IRGC)ର ଜଣେ ତାଲିମପ୍ରାପ୍ତ କମାଣ୍ଡର ଇଭାଙ୍କାକୁ ଟାର୍ଗେଟ କରିଥିଲେ । ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, “IRGC ଆତଙ୍କବାଦୀ ମହମ୍ମଦ ବାକର ସାଦ ଦାଉଦ ଅଲ-ସାଦି ଇଭାଙ୍କାକୁ ହତ୍ୟା କରିବାକୁ ପ୍ରତିଜ୍ଞା କରିଥିଲେ ଏବଂ ଇଭାଙ୍କାଙ୍କ ଫ୍ଲୋରିଡା ବାସଭବନର ଏକ ବ୍ଲୁପ୍ରିଣ୍ଟ ମଧ୍ୟ ତାଙ୍କ ପାଖରେ ଥିଲା ।”ନ୍ୟୁୟର୍କ ପୋଷ୍ଟ ରିପୋର୍ଟ କରିଛି ଯେ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)କୁ ସମର୍ଥନ କରୁଥିବା ଜଣେ ଆତଙ୍କବାଦୀ ଇଭାଙ୍କାକୁ ଟାର୍ଗେଟ କରିବାକୁ ଯୋଜନା କରିଥିଲା ।
​​​​​​​ରିପୋର୍ଟରେ କୁହାଯାଇଛି ଯେ, ଏଫବିଆଇ ୩୨ ବର୍ଷୀୟ ଇରାକୀ ନାଗରିକ ମହମ୍ମଦ ବାକର ସାଦ ଦାଉଦ ଅଲ-ସାଦିଙ୍କୁ ଗିରଫ କରିଛି, ଯିଏ ଇଭାଙ୍କାକୁ ହତ୍ୟା କରିବାକୁ ପଣ କରିଥିଲେ । ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଖରୁ ଇଭାଙ୍କା କୁଶନର ଏବଂ ତାଙ୍କ ସ୍ୱାମୀ ଜାରେଡ୍ କୁଶନରଙ୍କ ଫ୍ଲୋରିଡା ଘରର ଏକ ବ୍ଲୁପ୍ରିଣ୍ଟ ମଧ୍ୟ ମିଳିଛି । ସେ ଫ୍ଲୋରିଡା ଅଞ୍ଚଳର ଏକ ମାନଚିତ୍ର ପୋଷ୍ଟ କରିଥିଲେ, ଯେଉଁଠାରେ ଇଭାଙ୍କା ଏବଂ ଜାରେଡ୍ ପ୍ରାୟ ୨୪ ନିୟୁତ ଡଲାର ମୂଲ୍ୟର ଏକ ଘର ଥିଲା । ସେ ସୋସିଆଲ ମିଡିଆରେ ଧମକ ଦେଇ ଲେଖିଛନ୍ତି, “ଆମେରିକୀୟମାନେ ବୁଝିବା ଉଚିତ ଯେ କେବଳ ବର୍ଦ୍ଧିତ ସୁରକ୍ଷା ଏବଂ ଗୁପ୍ତ ସେବା ସମର୍ଥନ ସେମାନଙ୍କୁ ସୁରକ୍ଷିତ ରଖିବ ନାହିଁ। ଆମେ ସେମାନଙ୍କ ଉପରେ ନଜର ରଖିଛୁ, ଏବଂ ସମୟ ଆସିଲେ ଆମେ ପ୍ରତିଶୋଧ ନେବୁ।”

  • Related Posts

    ଜନ୍ତର ମନ୍ତରରେ ପ୍ରଦର୍ଶନ ମନା: ଦିଲ୍ଲୀରେ ବିକ୍ଷୋଭ ପାଇଁ ୩ଟି ନୂଆ ସ୍ଥାନ ଚିହ୍ନଟ

    ନୂଆଦିଲ୍ଲୀ:ଦେଶର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସ ୩ଟି ନୂଆ ସ୍ଥାନ ନିର୍ଦ୍ଧାରିତ କରିଛି। ଏଗୁଡ଼ିକ ହେଲା— ରାମଲୀଳା ମୈଦାନ, ବୁରାଡ଼ି ମୈଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି (CBD) ମୈଦାନ। ଏଥିସହିତ ଜନ୍ତର ମନ୍ତରକୁ ପ୍ରଦର୍ଶନ ସ୍ଥଳ ଭାବେ…

    Continue reading
    ଜନ୍ତର ମନ୍ତର ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟିଆ ଅଲ୍ଟିମେଟମ୍

    ନୂଆଦିଲ୍ଲୀ: ଜନ୍ତର ମନ୍ତରଠାରେ ପ୍ରସ୍ତାବିତ ବିକ୍ଷୋଭ ପ୍ରଦର୍ଶନ ପାଇଁ ତାରିଖ ଓ ସମୟ ଧାର୍ଯ୍ୟ କରିବାକୁ ନେଇ ସିଜେପିର କାର୍ଯ୍ୟକର୍ତ୍ତାମାନେ ସୋମବାର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ପହଞ୍ଚିଛନ୍ତି। ଏହି ମାମଲାରେ ସେମାନେ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟାର ଅଲ୍ଟିମେଟମ୍ ଦେଇଛନ୍ତି। ସିଜେପି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ