ମୁମ୍ବାଇ,04/09: ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ପରିବାର ଏବେ ଏକ କଠିନ ସମୟ ଦେଇ ଗତି କରୁଛନ୍ତି। ବଲିଉଡ୍ ଅଭିନେତ୍ରୀ ଏବଂ ତାଙ୍କ ବ୍ୟବସାୟୀ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିବାର କିଛି ସପ୍ତାହ ପରେ, ଅଭିନେତ୍ରୀ ଏବେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସେ ମୁମ୍ବାଇର ବାନ୍ଦ୍ରାରେ ତାଙ୍କର ପ୍ରତିଷ୍ଠିତ ରେସ୍ତୋରାଁ ବାଷ୍ଟିଆନକୁ ବନ୍ଦ କରୁଛନ୍ତି। ଇନଷ୍ଟାରେ ଏକ ପୋଷ୍ଟ ସେୟାର କରି ସେ ଏହା ବିଷୟରେ ଜଣାଇଛନ୍ତି। ଘୋଷଣା କରିବା ସମୟରେ ଅଭିନେତ୍ରୀ ଭାବପ୍ରବଣ ହୋଇ ପଡ଼ିଥିବା ଦେଖାଯାଇଛି। ଇନଷ୍ଟାରେ ଷ୍ଟାଟସ ଦେଇ ଶିଳ୍ପା ସେଟ୍ଟୀ ଲେଖିଛନ୍ତି, “ଏହି ଗୁରୁବାର ଏକ ଯୁଗର ଅନ୍ତ ହେବ। ଆମେ ମୁମ୍ବାଇର ସବୁଠାରୁ ପ୍ରତିଷ୍ଠିତ ସ୍ଥାନ ବଷ୍ଟିଅନ୍ ବାନ୍ଦ୍ରାକୁ ବନ୍ଦ କରିବାକୁ ଯାଉଛୁ। ବଷ୍ଟିଅନ୍ ଏକ ଏଭଳି ସ୍ଥାନ ଥିଲା ଯାହା ଆମକୁ ଅଗଣିତ ସ୍ମୃତି, ଅବିସ୍ମରଣୀୟ ରାତି ଏବଂ ମୁହୂର୍ତ୍ତ ଦେଇଥିଲା, ଯାହା ସହରର ‘ନାଇଟ୍ ଲାଇଫ୍’କୁ ଆକାର ଦେଇଥିଲା। ଏବେ ସେ ବିଦାୟ ନେବାକୁ ଯାଉଛି।”ଶିଳ୍ପା ତାଙ୍କ ନୋଟରେ ଆହୁରି ଲେଖିଛନ୍ତି, “ଏହି ସ୍ଥାନକୁ ସମ୍ମାନ ଜଣାଇବା ପାଇଁ, ଆମେ ଆମର ନିକଟତମ ବନ୍ଧୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସନ୍ଧ୍ୟାର ଆୟୋଜନ କରୁଛୁ। ଶେଷ ଥର ପାଇଁ ପୁଣି ଥରେ ସେଇ ଯାଦୁକୁ ଅନୁଭବ କରିବା ପାଇଁ ଏହାର ଆୟୋଜନ ହେଉଛି।” ଉଲ୍ଲେଖଯୋଗ୍ୟ, ୨୦୧୬ରେ ରଞ୍ଜିତ ବିନ୍ଦ୍ରାଙ୍କ ସହ ମିଶି ବଷ୍ଟିଆନ୍ ରେସ୍ତୋରାଁ ଆରମ୍ଭ କରିଥିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଏହି ରେସ୍ତୋରାଁ ‘ସି’ ଫୁ’ଡ୍କୁ ନେଇ ବେଶ୍ ପ୍ରସିଦ୍ଧ। ତେବେ କିଛି ଦିନ ତଳେ ଆର୍ଥିକ ଅପରାଧ ଶାଖା (EOW) ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଋଣ ଏବଂ ନିବେଶ ଚୁକ୍ତି ବାହାନାରେ ମୁମ୍ବାଇର ଜଣେ ବ୍ୟବସାୟୀଙ୍କଠାରୁ ୬୦.୪ କୋଟି ଟଙ୍କା ଠକେଇ କରିଥିବା ନେଇ ଏତଲା ରୁଜୁ କରିଥିଲା।
ଷ୍ଟିଅରିଂ ପଛରେ ଶୁଭଲକ୍ଷ୍ମୀ: ନୂଆ ପଥ ଦେଖାଉଛନ୍ତି ଓଡ଼ିଶାର ପ୍ରଥମ ମହିଳା ଇଲେକ୍ଟ୍ରିକ୍ ବସ୍ ଚାଳକ
ଭୁବନେଶ୍ୱର: ପ୍ରତିଦିନ ସକାଳେ କେନ୍ଦୁଝରର ରାସ୍ତାରେ ଗଡ଼ିଥାଏ ଏକ ଇଲେକ୍ଟ୍ରିକ୍ ବସ୍। ଯାତ୍ରୀଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଆଗକୁ ବଢ଼ୁଥିବା ଏହି ବସ୍ର ଷ୍ଟିଅରିଂ ଧରିଥାନ୍ତି ଶୁଭଲକ୍ଷ୍ମୀ ମହାନନ୍ଦ। ଯାତ୍ରୀଙ୍କ ପାଇଁ ଏହା ହୁଏତ ଦୈନନ୍ଦିନ ଯାତାୟାତର ଏକ…






