ଡବଲ ଇଞ୍ଜିନ ସରକାର ମହିଳା ହିଂସାରେ ଓଡିଶାକୁ କଳଙ୍କିତ କରିଛି: ବିଜେଡି

ଭୁବନେଶ୍ୱର: ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ବୋଲି ବିଜୁ ଜନତା ଦଳ କହିଛି । ଆଜି ଶଙ୍ଖ ଭବନଠାରେ ଆୟୋଜିିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଉପସଭାପତି ଶ୍ରୀ ସଂଜୟ ଦାସବର୍ମା, ଡବଲ ଇଂଜିନ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, ଏହି ୧୮ ମାସର ସରକାର ମହିଳା ହିଂସାରେ ଓଡିଶାର ନାମକୁ ବିଶ୍ୱ ଦରବାରରେ କଳଙ୍କିତ କରିଛି । ଆନ୍ତର୍ଜାତୀୟ ପର୍ୟ୍ୟଟନସ୍ଥଳ ବ୍ରହ୍ମଗିିରିରେ ପର୍ୟ୍ୟଟନ ଋତୁ ଚାଲିଥିଲା ବେଳେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରାଯାଇଛି । ଯାହା ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳାର ବିପର୍ୟ୍ୟସ୍ତ ଚିତ୍ରର ନଗ୍ନ ରୂପ ଦେଖାଉଛି । ଏହି ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଘଟଣା ବ୍ରହ୍ମଗିରିକୁ କେବଳ ନିନ୍ଦିତ କରିନି, ବ୍ରହ୍ମଗିରି ଭଳି ଏକ ବିଶ୍ୱପର୍ୟ୍ୟଟନ ସ୍ଥଳୀ ଯେଉଁଠିକୁ ହଜାର ହଜାର ପର୍ୟ୍ୟଟକ ଏହି ସମୟରେ ଚିଲିକା ହ୍ରଦ, ନଳବଣ, ସାତପଡା, ମାଆ କାଳୀଜାଇ ପୀଠ, ମାଆ ବାଲିହରଚଣ୍ଡି ପୀଠ ଓ ପ୍ରଭୁ ଅଲାରନାଥ ପୀଠକୁ ଆସିଥାଆନ୍ତି । ଆଜି ଏଭଳି ଘଟଣା ସମଗ୍ର ରାଜ୍ୟକୁ ନିନ୍ଦିତ କରିଛି ।
ବିଜେପି ଶାସନରେ ଗତ ୧୮ ମାସରେ ମହିଳା ବିରୋଧୀ ଅପରାଧ ମାମଲା ୪୦ ହଜାର ୯୪୭ ରୁଜୁ ହୋଇଛି । ସେଥିମଧ୍ୟରୁ ବଳାକ୍ରାର ମାମଲା ୩ ହଜାର ୨୦୫ଟି, ବଳାକ୍ରାର ଉଦ୍ୟମ ମାମଲା ୨୦୨ଟି, ବିବାହ ପ୍ରଲୋଭନ ମାମଲା ୪୪୦ଟି, ଶୋଷଣ ମାମଲା ୯ ହଜାର ୮୫୧ଟି, ଯୌନ ନିର୍ୟାତନା ୧ ହଜାର ୪୭୬, ସାର୍ବଜନନୀ ସ୍ଥାନରେ ଅସଦାଚରଣ ୨ହଜାର ୩୧୦ଟି, ଅପହରଣ ୮ ହଜାର ୮୬୩ଟି, ଯୌତୁକ ନିର୍ୟାତନା ୫ ହଜାର ୮୬୧ଟି, ଶୋଷଣା ଏବଂ ନିର୍ୟାତନା ୬ ହଜାର ୭୭୩ଟି, ଯୌତୁକ ଜନିତ ମୃତୁ୍ୟ ୪୯ଟି ମାମଲା ଦାୟର ହୋଇଛି ।
ସେହିପରି ଶ୍ରୀ ଦାସବର୍ମା କହିଥିଲେ, ନିକଟରେ ବାଲିହରଚଣ୍ଡି ଠାରେ ଘଟିଥିବା ଦୁଷ୍କର୍ମ ମାମଲା ପୁରୀବାସୀଙ୍କ ମନରୁ ନଲିଭୁଣୁ ଆଉ ଏକ ବର୍ବୋରୋଚିତ ଦୁଷ୍କର୍ମ ପୁରୀ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିକଟରେ ହରିଦାସ ଗାଁରେ ନିରୀହ ମାଆମାନଙ୍କୁ ପ୍ରଶାସନ ଅତ୍ୟଧିକ ଅମାନୁଷିକ ନିର୍ୟାତନା ଦେଇ ଜେଲ ପଠାଇଛି । ଆଜିି ଦିନରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ନେଇ ଓଡିଶା ବିଶ୍ୱ ଦରବାରରେ ବାରମ୍ବାର ନିନ୍ଦିତ ହେଉଛି । ବର୍ତ୍ତମାନ ପର୍ୟ୍ୟଟନ ଋତୁ ଚାଲିଥିବାରୁ ଗୃହ ବିଭାଗ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ପର୍ୟ୍ୟନ୍ତ ପର୍ୟ୍ୟଟନସ୍ଥଳୀରେ ବ୍ୟାପକ ଭାବେ ପୋଲିସ ମୁତୟନ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରନ୍ତୁ ବୋଲି ବିଜେଡି ଦାବି କରିଛି ।
ଶ୍ରୀ ଦାସବର୍ମା କହିଛନ୍ତି ପୁରୀ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମଗିରି ପୋଲିସ ପ୍ରଶାସନ ଦ୍ୱାରା ସୃଷ୍ଟି ହୋଇଥିôବା ଆଇନÿ ଶୃଙ୍ଖଳା ପରିସ୍ଥିତି ରକ୍ଷା ନକରି ସରକାରୀ ଦଳର ହାତବାରିଶୀ ସାଜି ଯେଉଁ ଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି ଏହାକୁ ମୁଁ ତୀବ୍ର ନିନ୍ଦା କରୁଛି । ବ୍ରହ୍ମଗିରିବାସୀ ଆସନ୍ତା ଦିନରେ ଏହାର ଦୃଢ ଜବାବ ଦେବେ । ଗୃହ ବିଭାଗ ଦାୟିତ୍ୱରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ପୁରୀ ଜିଲ୍ଲାରେ ସୃଷ୍ଟି ହେଉଥିବା ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ସହିତ ଦୃଢ ପଦକ୍ଷେପ ନିଅନ୍ତୁ । ଯେଉଁଭଳି ଏପରି ଅମାନବୀୟ ଘଟଣା ଭବିଷ୍ୟତରେ ପୁନରାବୃତି ନଘଟେ ।
ଗତ ସପ୍ତାହ ମଧ୍ୟରେ ଚାନ୍ଦବାଲି, ଭୁବନେଶ୍ୱର, କଟକ, ବାରିପଦା, ପୁଣି ଭୁବନେଶ୍ୱର କ୍ରମାନ୍ୱୟରେ ମହିଳା ଦୁଷ୍କର୍ମ ଘଟିଛି, ତାହା ରାଜ୍ୟରେ ବିଫଳ ଆଇନ ଶୃଙ୍ଖଳା ପରିସ୍ଥିତିର ଚରମ ଅଧୋଗତି କେବଳ ସୂଚାଉନାହିଁ, ଓଡିଶାକୁ ସାରା ଭାରତ ବର୍ଷରେ କଳଙ୍କିତ କରୁଛି ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।

  • Related Posts

    ଆଜି ଇସ୍ତଫା ଦେବେ ମଞ୍ଜୁଲତା ଓ ମୁକ୍ତିକାନ୍ତ

    ଭଦ୍ରକ: ଭଦ୍ରକରେ ଭଶୁଡୁଛି ବିଜେଡି ଗଡ଼। ଆଜି ଇସ୍ତଫା ଦେବେ ପୂର୍ବତନ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ । ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ବିଜେଡି ନେତା ଶଶି ସାହୁ ମଧ୍ୟ…

    Continue reading
    ମୁଖ୍ୟମନ୍ତ୍ରୀଙ୍କୁ ସସ୍ମିତଙ୍କ ଚିଠି: କାହିଁକି ଜାଣନ୍ତୁ

    ଭୁବନେଶ୍ୱର : ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । ଏହାକୁ ନେଇ ସେ ଏକ ଭିଡିଓ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ମହାନଦୀ ଟ୍ରିବୁନାଲ ୨୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର