ଡମ୍ପରକୁ ପିଟିଲା ବସ୍‌:୫ ମୃତ

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶର ଫିରୋଜାବାଦରେ  ଏକ ମର୍ମନ୍ତୁଦ ଦୁର୍ଘଟଣା  ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଡମ୍ପରକୁ ପିଟିବାରୁ ଏହି ଦୁର୍ଘଟଣା ଘଟିଥିଲା। ବସ୍‌ ଡ୍ରାଇଭରଙ୍କ ଆଖି ଲାଖିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।
ଲକ୍ଷ୍ନୌର ସନ୍ଦୀପ ନିଜ ୪ ବର୍ଷୀୟ ପୁଅର ମୁଣ୍ଡନ ନିମନ୍ତେ ବନ୍ଧୁବାନ୍ଧବଙ୍କୁ ଧରି ଏକ ବସ୍‌ରେ ମଥୁରା ଯାଇଥିଲେ। ବସ୍‌ରେ ପ୍ରାୟ ୨୦ ଜଣ ଥିଲେ। ମଥୁରାରୁ ଫେରୁଥିବା ବେଳେ ବସ୍‌ଟି ଫିରୋଜାବାଦ ଅତିକ୍ରମ କରୁଥିଲା। ଉକ୍ତ ସମୟରେ ଡ୍ରାଇଭରଙ୍କ ଆଖି ଲାଖିଯିବାରୁ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଥିବା ଡମ୍ଫରରେ ପିଟି ହୋଇଥିଲା।ଫଳରେ ଘଟଣାସ୍ଥଳରେ ସନ୍ଦୀପଙ୍କ ପତ୍ନୀ ବଡ଼ ପୁଅ, ଝିଅଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ପୁଲିସ୍‌କୁ ଖବର ଦେଇଥିଲେ।
ପୁଲିସ୍‌ ବସ୍‌ ମଧ୍ୟରୁ ଗୁରୁତରଙ୍କୁ ବାହାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଏଥିସହ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

  • Related Posts

    ବ୍ୟାରିକେଡ୍ ଉପରେ ଚଢି ଆକାଶବାଣୀ ଭବନରେ ପଶିଲେ ରାହୁଲ

    ନୂଆଦିଲ୍ଲୀ:  ବିରୋଧି ସାଂସଦଙ୍କ ‘ସେଭ ଡେମୋକ୍ରାସି’ ମାର୍ଚ୍ଚ ମଙ୍ଗଳବାର ସକାଳେ ସଂସଦ ଭବନରୁ ଆରମ୍ଭ ହୋଇଥିଲା। ନିର୍ବାଚନ ସଦନ (ଇସିଆଇ) ମୁଖ୍ୟାଳୟ ଆଡକୁ ବଢିଥିଲା, କିନ୍ତୁ ଦିଲ୍ଳୀ ପୋଲିସ ରାସ୍ତାରେ ବ୍ୟାରିକେଡ୍ କରି ପଦଯାତ୍ରାକୁ ରୋକିଥିଲା। ରୋକିବା ପରେ କଂଗ୍ରେସ ସାଂସଦ…

    Continue reading
    ଜ୍ଞାନେଶଙ୍କୁ ହଟାଇବା ଦାବି: ବିରୋଧୀଙ୍କ ଶୋଭାଯାତ୍ରା; ଧାରଣାରେ ରାହୁଲ ଏବଂ ପ୍ରିୟଙ୍କା

    ନୂଆଦିଲ୍ଲୀ : ବିରୋଧୀ ଦଳ ନେତା ଏବଂ ସାଂସଦମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ଦାବି କରି ମଙ୍ଗଳବାର ସଂସଦରୁ ନିର୍ବାଚନ ଗୃହ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆରମ୍ଭ କରିଛନ୍ତି। ଯୋଜନାବଦ୍ଧ ପଦଯାତ୍ରାକୁ ଦୃଷ୍ଟିରେ ରଖି, ଦିଲ୍ଲୀ ପୁଲିସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ