
ଦେବଗଡ଼:ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଡେଙ୍ଗୁ,ଡାଇରିଆ ଓ ମ୍ୟାଲେରିଆ ରୋଗର ସତର୍କତା ଓ ନିରାକରଣ ପାଇଁ ସଚେତନତା ପାଇଁ ତିନିଟି ରଥର ଶୁଭାରମ୍ଭ କରାଯାଇଛି।ଏହି ସଚେତନତା ରଥକୁ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି, ସିଡିଏମଓ ଡା.ସଂଘମିତ୍ରା ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ ସଚେତନତା ରଥ ତିନି ବ୍ଲକର ବିଭିନ୍ନ ଗ୍ରାମକୁ ପରିକ୍ରମା କରି ଡେଙ୍ଗୁ,ଡାଇରିଆ ଓ ମ୍ୟାଲେରିଆ ରୋଗର ସତର୍କତା ଓ ନିରାକରଣ ସଂପର୍କରେ ଲୋକମାନଙ୍କୁ ସଚେତନ କରିବ। କାର୍ଯ୍ୟକ୍ରମରେ ଡିପିଏମ ସୁଶାନ୍ତ ପ୍ରହରାଜ, ଭେକ୍ଟରବାହିତ ରୋଗର ପରାମର୍ଶଦାତା ନିରୁପମା ଦାଶ, ହସପିଟାଲ ମ୍ୟାନେଜର ଯତିନ ଭଇଁଷା,ତିଲେଇବଣି ବ୍ଲକର ପିଏଚଇଓ ଲୋଭାନ୍ଦୋରୀ ତାଣ୍ଡି,ବାରକୋଟ ବ୍ଲକର ଭାରପ୍ରାପ୍ତ ପିଏଚଇଓ ସରୋଜ ରାଜହଂସ,ଭାରପ୍ରାପ୍ତ ସହକାରୀ ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅମରେଶ ଶତପଥି ଉପସ୍ଥିତ ଥିଲେ।








