ଦଳ ଫିଲଟର ହେଉଛି, ସବୁ ଅଳିଆ ବାହାରିଗଲେ ସଚ୍ଛ ହେବ: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: କାରଣ ଦର୍ଶାଅ ନୋଟିସର ଉତ୍ତର ନେଇ ପ୍ରତିକ୍ରିୟାରଖିଲେ ପ୍ରମିଳା ମଲ୍ଲିକ। ସେ କହିଛନ୍ତି,ଚିଠି ଗୋଟେ ଅଫିସରୁ ବସି ଟାଇପ ହୋଇଛି। ଏମାନେ ଦସ୍ତଖତ କରିଛନ୍ତି ବୋଲି ସେ କହିଛନ୍ତି। ଆଇନ କଣ ଏକା ସେମାନଙ୍କ ପାଇଁ, ଆଇନର ଆଶ୍ରୟ ନିଅନ୍ତୁ ବୋଲି ସିଏ କହିଛନ୍ତି। ସତ ଲେଖୁନାହାନ୍ତି, କାହିଁକି ଭୋଟ ଦେଲେ ବୋଲି ସେ କହିଛନ୍ତି।ଅନ୍ୟପକ୍ଷେ ସେ କହିଛନ୍ତି, ଦଳ ଫିଲଟର ହେଉଛି, ସବୁ ଅଳିଆ ବାହାରିଗଲେ ସଚ୍ଛ ହେବ। ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ନେଇ ବିଜେଡି ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲା। ତେବେ ଏହି କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ। ECIଙ୍କ ନିର୍ଦ୍ଦେଶନାମା, ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଙ୍ଘନ ବୋଲି ସେମାନେ ଲେଖିଛନ୍ତି। ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନାଁରେ ଫୌଜଦାରୀ ମାମଲା ପାଇଁ ସେମାନେ ଚେତାବନୀ ଦେଇଛନ୍ତି। ରାଜ୍ୟ ସଭା ନିର୍ବାଚନରେ ଦଳୀୟ ହ୍ବିପ କାମ କରେ ନାହିଁ ବୋଲି ସେମାନେ ଦର୍ଶାଇଛନ୍ତି। ମୁଖ୍ୟ ସଚେତକ ହ୍ବିପ ଜାରି କରି ବେଆଇନ କାର୍ଯ୍ୟ କରିଛନ୍ତି ବୋଲି ସେମାନେ ଉତ୍ତର ରଖିଛନ୍ତି। ଭୋଟ ଦେବା ପାଇଁ କହିବା ଓ ବିରତ ପାଇଁ ପ୍ରବର୍ତ୍ତାଇବା ଦଣ୍ଡନୀୟ ଅପରାଧ ବୋଲି ସେମାନେ ଦର୍ଶାଇଛନ୍ତି।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ