ଦିଲ୍ଲୀରଠାରେ ଓପନ୍‌ ଏଆଇର ପ୍ରଥମ ଅଫିସ୍‌ ଖୋଲିବ

ନୂଆଦିଲ୍ଲୀ,25/08: ଭାରତ ପାଇଁ ପ୍ରଥମ ନିଯୁକ୍ତି ସୁଯୋଗ ନେଇ ଆସୁଛି ଓପନ୍‌ ଏଆଇ। ବର୍ତ୍ତମାନ କମ୍ପାନିର ଭାରତରେ କେବଳ ଜଣେ କର୍ମଚାରୀ ଅଛନ୍ତି। ସିଏ ହେଉଛନ୍ତି ପ୍ରଜ୍ଞା ମିଶ୍ର। ଯିଏକି ଦେଶରେ ସାର୍ବଜନୀନ ନୀତି ଏବଂ ସହଭାଗୀତାର ନେତୃତ୍ୱ ନେଉଛନ୍ତି। କମ୍ପାନି ଏବେ ଭାରତରେ ତା’ର କାୟା ବିସ୍ତାର କରିବାର ଯୋଜନା କରି ସାରିଲାଣି। ଏବେ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ଓପନ୍‌ ଏଆଇ ତା’ର ପ୍ରଥମ ଅଫିସ୍‌ ଜାତୀୟ ରାଜଧାନୀ ଦିଲ୍ଲୀରଠାରେ ଖୋଲିବାର ଯୋଜନା ରହିଛି। ଯଦି ବାସ୍ତବରେ ଏଇ ବର୍ଷ ଅଫିସ୍‌ ଖୋଲେ, ତେବେ କମ୍ପାନିର ସିଇଓ ସାମ୍‌ ଅଲ୍‌ଟମାନ୍‌ ବର୍ଷକରୁ କମ୍‌ ସମୟ ମଧ୍ୟରେ ଦ୍ବିତୀୟ ଥର ପାଇଁ ଭାରତ ଗସ୍ତ କରିବେ। ଆପଣ ଜାଣନ୍ତି ନିଶ୍ଚୟ ଯେ ଓପନ୍‌ ଏଆଇ ହେଉଛି ଚାଟ୍‌ଜିପିିଟିର ମୂଳ ସଂସ୍ଥା। ଓପନଏଆଇର ଏହି ନିଯୁକ୍ତି ଭାରତରେ ଏଆଇ ଗ୍ରହଣ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏକ ରଣନୀତିକ ପଦକ୍ଷେପ । ଭାରତ ବର୍ତ୍ତମାନ ଚାଟଜିପିଟିର ଦ୍ୱିତୀୟ ବୃହତ୍ତମ ବଜାର, ଯେଉଁଠାରେ ଗତବର୍ଷ ସାପ୍ତାହିକ ସକ୍ରିୟ ଉପଭୋକ୍ତା ଚାରିଗୁଣ ବୃଦ୍ଧି ପାଇଛି । ଓପନ ଏଆଇ ସରକାର, ବ୍ୟବସାୟୀ, ଡେଭେଲପର ଏବଂ ଶିକ୍ଷାନୁଷ୍ଠାନ ସହିତ ସହଯୋଗ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।

  • Related Posts

    ଷ୍ଟିଅରିଂ ପଛରେ ଶୁଭଲକ୍ଷ୍ମୀ: ନୂଆ ପଥ ଦେଖାଉଛନ୍ତି ଓଡ଼ିଶାର ପ୍ରଥମ ମହିଳା ଇଲେକ୍ଟ୍ରିକ୍ ବସ୍ ଚାଳକ

    ଭୁବନେଶ୍ୱର: ପ୍ରତିଦିନ ସକାଳେ କେନ୍ଦୁଝରର ରାସ୍ତାରେ ଗଡ଼ିଥାଏ ଏକ ଇଲେକ୍ଟ୍ରିକ୍ ବସ୍। ଯାତ୍ରୀଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଆଗକୁ ବଢ଼ୁଥିବା ଏହି ବସ୍‌ର ଷ୍ଟିଅରିଂ ଧରିଥାନ୍ତି ଶୁଭଲକ୍ଷ୍ମୀ ମହାନନ୍ଦ। ଯାତ୍ରୀଙ୍କ ପାଇଁ ଏହା ହୁଏତ ଦୈନନ୍ଦିନ ଯାତାୟାତର ଏକ…

    Continue reading
    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି