ଦିଲ୍ଲୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା: ୪ ଅଟକ

ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣାରେ ଗୁରୁବାର ପୁଲିସ ୪ ଜଣଙ୍କୁ ଅଟକ ରଖିଛି। ଅଟକମାନଙ୍କ ମଧ୍ୟରେ ୧୯ ବର୍ଷୀୟ ଶିବମ୍ ଗଣେଶଙ୍କ ସମେତ ୩ ଜଣ ନାବାଳକ ଅଛନ୍ତି। ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଗତ ଶୁକ୍ରବାର ରାତିରେ ନାବାଳିକା ଜଣକ ତାଙ୍କର ଜଣେ ୧୭ ବର୍ଷୀୟ ପରିଚିତ ନାବାଳକଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ଦୁଷ୍କର୍ମର ଶିକାର ହେବା ପରେ ନାବାଳିକା ଜଣକ ପୁଲିସରେ ଅଭିଯୋଗ କରିବାକୁ ଚେତାବନୀ ଦେଇଥିଲେ। ଏଥିରେ ଭୟଭୀତ ହୋଇ ଅଭିଯୁକ୍ତ ଜଣକ ନିଜର ଅନ୍ୟ ତିନି ସହଯୋଗୀଙ୍କୁ ଡାକିଥିଲେ ଏବଂ ସମସ୍ତେ ମିଶି ସାମୂହିକ ଦୁଷ୍କର୍ମ କରିବା ପରେ ଛୁରୀ ଭୁସି ହତ୍ୟା କରିଥିଲେ।
ଗତ ରବିବାର ସକାଳେ କୁଶକ ରୋଡ୍ ନିକଟସ୍ଥ ବିଲରୁ ଗଳିତ ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦୁଷ୍କର୍ମ ଏବଂ ଶରୀରରେ ୮ଟି ଗୁରୁତର ଆଘାତ ଚିହ୍ନ ଥିବା ସ୍ପଷ୍ଟ ହୋଇଛି। ଉତ୍ତର-ପଶ୍ଚିମ ଦିଲ୍ଲୀ ପୋଲିସ ୫୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଏକ ସନ୍ଦିଗ୍ଧ ଟେମ୍ପୋର ଗତିବିଧିକୁ ଆଧାର କରି ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସଫଳ ହୋଇଛି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ୨ଟି ଛୁରୀ ଓ ରକ୍ତଭିଜା ପୋଷାକ ଜବତ କରାଯାଇଛି। ପୁଲିସ ହତ୍ୟା, ଦୁଷ୍କର୍ମ ଏବଂ ପ୍ରମାଣ ନଷ୍ଟ ଅଭିଯୋଗରେ ମାମଲା ରୁଜୁ କରି ଅଧିକ ଫୋରେନ୍ସିକ୍ ତଦନ୍ତ ଜାରି ରଖିଛି।

  • Related Posts

    ରୁଷରେ ବ୍ୟାପିଲା ନ୍ୟୁମୋନିକ୍ ପ୍ଲେଗ୍

    ମସ୍କୋ:ରୁଷିଆର ସାଇବେରିଆନ୍ ଅଞ୍ଚଳ ଇରକୁଟସ୍କରେ ନ୍ୟୁମୋନିକ୍ ପ୍ଲେଗ୍‌ରେ ଜଣେ ୨୮ ବର୍ଷୀୟା ମହିଳା ଲ୍ୟାବ୍ ଟେକ୍ନିସିଆନ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାଞ୍ଚଟି ହସ୍ପିଟାଲକୁ ବନ୍ଦ କରିଦିଆଯାଇଛି ଏବଂ ୨୦୦ ରୁ ଅଧିକ ଲୋକଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି। ଏହି…

    Continue reading
    ଆମ୍ବୁଲାନ୍ସ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

    ନୂଆଦିଲ୍ଲୀ : ରବିବାର ସକାଳେ ଉତ୍ତର ପ୍ରଦେଶର ସୁଲତାନପୁରର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଜଣେ ସୈନିକଙ୍କ ପାର୍ଥିବ ଶରୀର ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଚାରି ଜଣଙ୍କର ଜୀବନ ଚାଲି ଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୂଚନା ସଂଗ୍ରହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ