ଦିଲ୍ଲୀ ଏମ୍ସରେ ବଳଙ୍ଗା ନାବାଳିକାଙ୍କ ବୟାନ ରେକର୍ଡ

ନୂଆଦିଲ୍ଲୀ: ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ବୟାନ ରେକର୍ଡ । ଦିଲ୍ଲୀ ଏମ୍ସରେ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି । ଶନିବାର ଦିଲ୍ଲୀରୁ ଫେରିବେ ବଳଙ୍ଗା ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ବୟାନ ରେକର୍ଡ ସମୟରେ ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ କରାଯାଇଛି । ବୟାନ ରେକର୍ଡ ସମୟରେ ଦିଲ୍ଲୀ ଏମ୍ସରେ ଥିଲେ ଜଣେ ଡାକ୍ତର, ସେହି ଅଞ୍ଚଳର ଜଣେ ମାଜିଷ୍ଟ୍ରେଟ୍‌, ବଳଙ୍ଗା ଥାନାର ଜଣେ ମହିଳା ଇଝଓ, କ୍ରାଇମବ୍ରାଞ୍ଚର ଜଣେ ଅଫିସରଙ୍କ ସମେତ ପୀଡିତାଙ୍କ ପରିବାରର ଜଣେ ସଦସ୍ୟ ।

ସେପଟେ ଘଟଣାକୁ ୭ ଦିନ ହେଲାଣି ହେଲେ ଏବେ ବି ପୋଲିସ ହାତ ଖାଲି । ବଳଙ୍ଗାରେ ଡେରା ପକାଇ ଖୋଳତାଳ ଚଳାଇଛନ୍ତି କ୍ରାଇବ୍ରାଞ୍ଚ, ସ୍ପେଶାଲ ସ୍କ୍ବାଡ୍ ଓ ଗୁଇନ୍ଦା ବିଭାଗ । ଏପର୍ୟ୍ୟନ୍ତ ୨୦ରୁ ଅଧିକ ଲୋକଙ୍କ ଫୋନ୍‌ ଟ୍ରାକିଂ ଏବଂ ୪୦ରୁ ଅଧିକ ଲୋକଙ୍କୁ ପଚରା ଉଚରା ସରିଲାଣି । ତଥାପି ଘଟଣା ପଛର ରହସ୍ୟ ଉପରୁ ଉଠିପାରିନି ପରଦା । ଜୁଲାଇ ୧୯ ତାରିଖ, ଶନିବାର ଦିନ କିଏ ଓ କାହିଁକି ଜଣେ ନାବାଳିକାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ ? ଅଭିଯୋଗ ମୁତାବକ ୩ ଜଣ ଦୁର୍ବୃତ୍ତ କୁଆଡ଼େ ଗଲେ ? ନା’ ଘଟଣା ପଛରେ ଆଉ କିଛି ରହସ୍ୟ ଅଛି ? ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ତଦନ୍ତକାରୀ ଟିମ୍‌ ପୂରା ଜୋର୍‌ ଲଗାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ କିଛି ବି ଖୁଲାସା ହୋଇନି । ୟା’ ଭିତରେ ଘଟଣାସ୍ଥଳରୁ ମିଳିଥିବା ଏକ ରୁପା ମୁଦିକୁ ନେଇ ଖୋଳତାଡ଼ କରିଛି ପୋଲିସ । ଗୁରୁବାର ରାତିରେ ବଳଙ୍ଗା ଅଞ୍ଚଳର ଦୁଇ ଜଣ ଜୁଏଲାରୀ ସପ୍‌ ମାଲିକଙ୍କୁ ଉଠାଇ ନେଇ ପଚରାଉଚରା ପରେ ତାଙ୍କ ଭିତରୁ ରୁପା ମୁଦିଟିକୁ ଚିହ୍ନିଥିଲେ କ୍ରୀଷ୍ଣା ଜୁଏଲାରୀର ମାଲିକ । ଦୁଇରୁ ଅଢ଼େଇ ମାସ ତଳେ ମୁଦିଟି ତାଙ୍କ ଦୋକାନରୁ କିଣାଯାଇଥିଲା ବୋଲି ସେ ମାନିଥିଲେ । ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମୁଦି କିଣିବାକୁ ଦୁଇ ଜଣ ନାବାଳିକା ହିଁ ଆସିଥିଲେ ବୋଲି କ୍ରୀଷ୍ଣା ଜୁଏଲାରୀର ମାଲିକ କହିଛନ୍ତି ।

  • Garvita Odia

    Related Posts

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିବା ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା । ବଳଙ୍ଗା ପୀଡିତାଙ୍କ ପରିବାରକୁ ଦିଲ୍ଲୀ ଏମ୍ସରେ ଭେଟିବା ସହ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି…

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଗୁମଲା: ମାଓ ବିରୋଧୀ ଅଭିଯାନରେ ସୁରକ୍ଷାବଳକୁ ମିଳିଛି ବଡ଼ ସଫଳତା। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୁମଲା ଜିଲ୍ଲାରେ ସୁରକ୍ଷାବଳ ଓ ଉଗ୍ରବାଦୀ ସଂଗଠନ ଜେଜେଏମପି ମଧ୍ୟରେ ଗୁଳି ବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି । ଘାଘରା ଥାନା ସେହଲ ଲଭଡାଗ ଗାଁରେ…

    Leave a Reply

    Your email address will not be published. Required fields are marked *

    You Missed

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ବିଜେଡ଼ି ଆଣିବ ଅନାସ୍ଥା !ଇଙ୍ଗିତ ଦେଲେ ଅରୁଣ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ୧୫ ଦିନ ନହେଲେ ମାସେ ଭିତରେ ନୂଆ ଟିମ୍ ଏବଂ ମନ୍ତ୍ରିମଣ୍ଡଳ: ମନମୋହନ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଏନକାଉଣ୍ଟରରେ ୩ ନକ୍ସଲ ନିହତ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ

    ଜଳପ୍ରପାତରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ