ଦିଲ୍ଲୀ ଏମ୍ସରେ ବଳଙ୍ଗା ନାବାଳିକାଙ୍କ ବୟାନ ରେକର୍ଡ

ନୂଆଦିଲ୍ଲୀ: ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ବୟାନ ରେକର୍ଡ । ଦିଲ୍ଲୀ ଏମ୍ସରେ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି । ଶନିବାର ଦିଲ୍ଲୀରୁ ଫେରିବେ ବଳଙ୍ଗା ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ବୟାନ ରେକର୍ଡ ସମୟରେ ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ କରାଯାଇଛି । ବୟାନ ରେକର୍ଡ ସମୟରେ ଦିଲ୍ଲୀ ଏମ୍ସରେ ଥିଲେ ଜଣେ ଡାକ୍ତର, ସେହି ଅଞ୍ଚଳର ଜଣେ ମାଜିଷ୍ଟ୍ରେଟ୍‌, ବଳଙ୍ଗା ଥାନାର ଜଣେ ମହିଳା ଇଝଓ, କ୍ରାଇମବ୍ରାଞ୍ଚର ଜଣେ ଅଫିସରଙ୍କ ସମେତ ପୀଡିତାଙ୍କ ପରିବାରର ଜଣେ ସଦସ୍ୟ ।

ସେପଟେ ଘଟଣାକୁ ୭ ଦିନ ହେଲାଣି ହେଲେ ଏବେ ବି ପୋଲିସ ହାତ ଖାଲି । ବଳଙ୍ଗାରେ ଡେରା ପକାଇ ଖୋଳତାଳ ଚଳାଇଛନ୍ତି କ୍ରାଇବ୍ରାଞ୍ଚ, ସ୍ପେଶାଲ ସ୍କ୍ବାଡ୍ ଓ ଗୁଇନ୍ଦା ବିଭାଗ । ଏପର୍ୟ୍ୟନ୍ତ ୨୦ରୁ ଅଧିକ ଲୋକଙ୍କ ଫୋନ୍‌ ଟ୍ରାକିଂ ଏବଂ ୪୦ରୁ ଅଧିକ ଲୋକଙ୍କୁ ପଚରା ଉଚରା ସରିଲାଣି । ତଥାପି ଘଟଣା ପଛର ରହସ୍ୟ ଉପରୁ ଉଠିପାରିନି ପରଦା । ଜୁଲାଇ ୧୯ ତାରିଖ, ଶନିବାର ଦିନ କିଏ ଓ କାହିଁକି ଜଣେ ନାବାଳିକାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ ? ଅଭିଯୋଗ ମୁତାବକ ୩ ଜଣ ଦୁର୍ବୃତ୍ତ କୁଆଡ଼େ ଗଲେ ? ନା’ ଘଟଣା ପଛରେ ଆଉ କିଛି ରହସ୍ୟ ଅଛି ? ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ତଦନ୍ତକାରୀ ଟିମ୍‌ ପୂରା ଜୋର୍‌ ଲଗାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ କିଛି ବି ଖୁଲାସା ହୋଇନି । ୟା’ ଭିତରେ ଘଟଣାସ୍ଥଳରୁ ମିଳିଥିବା ଏକ ରୁପା ମୁଦିକୁ ନେଇ ଖୋଳତାଡ଼ କରିଛି ପୋଲିସ । ଗୁରୁବାର ରାତିରେ ବଳଙ୍ଗା ଅଞ୍ଚଳର ଦୁଇ ଜଣ ଜୁଏଲାରୀ ସପ୍‌ ମାଲିକଙ୍କୁ ଉଠାଇ ନେଇ ପଚରାଉଚରା ପରେ ତାଙ୍କ ଭିତରୁ ରୁପା ମୁଦିଟିକୁ ଚିହ୍ନିଥିଲେ କ୍ରୀଷ୍ଣା ଜୁଏଲାରୀର ମାଲିକ । ଦୁଇରୁ ଅଢ଼େଇ ମାସ ତଳେ ମୁଦିଟି ତାଙ୍କ ଦୋକାନରୁ କିଣାଯାଇଥିଲା ବୋଲି ସେ ମାନିଥିଲେ । ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମୁଦି କିଣିବାକୁ ଦୁଇ ଜଣ ନାବାଳିକା ହିଁ ଆସିଥିଲେ ବୋଲି କ୍ରୀଷ୍ଣା ଜୁଏଲାରୀର ମାଲିକ କହିଛନ୍ତି ।

  • Related Posts

    ୟୁପିଆଇରେ ଲାଗିବନି ଶୁଳ୍କ !

    ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରୁ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ଉପରେ ଲାଗୁ ହେବାକୁ ଥିବା ୦.୦୪ ପ୍ରତିଶତ ଶୁଳ୍କ ଆଉ ଲାଗିବନି । ଆସନ୍ତା ବର୍ଷ ଜାନୁଆରୀ ୧ ରୁ ଏହି ନୂଆ ନିୟମ କାର୍ୟ୍ୟକାରୀ କରିବାକୁ ସରକାର…

    Continue reading
    ଜେୱର ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ

    ନୋଇଡା: ଉତ୍ତର ପ୍ରଦେଶର ଜେୱରଠାରେ ନିର୍ମାଣାଧୀନ ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ କରିବା ପ୍ରସ୍ତାବକୁ ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ