ଦିଲ୍ଲୀ ଭୋଟ ଗଣତି :ବିଜେପି ୫୦ ଆସନରେ ଆଗୁଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଶନିବାର ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣତିରୁ ବିଜେପି ଆଗରେ ଥିବା ସୂଚନା ମିଳିଛି। ମୋଟ ୭୦ ବିଧାନସଭା ଆସନ ମଧ୍ୟରୁ ବିଜେପି ୫୦ ଆସନରେ ଆଗୁଆ ଥିବା ସୂଚନା ମିଳିଛି। ସେହିପରି ଆମ୍‌ ଆଦମୀ ପାର୍ଟି(ଆପ୍‌) ୧୯ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ମାତ୍ର ୧ଟି ଆସନରେ ଆଗୁଆ ରହିଛି।

ପ୍ରାରମ୍ଭିକ ଗଣତିରେ ଆମ ଆଦମୀ ପାର୍ଟିକୁ ଲାଗିଛି ଝଟକା । ଆଗୁଆ ରହିଛି ବିଜେପି । ପ୍ରାରମ୍ଭିକ ଗଣତିରେ ପ୍ରଥମେ ପଛୁଆ ରହିଥିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପରେ ନୂଆଦିଲ୍ଲୀ ଆସନରୁ ଅରବିନ୍ଦ ଆଗୁଆ ରହିଥିଲେ । ସଦ୍ୟତମ ରିପୋର୍ଟ ଅନୁସାରେ, ଅରବିନ୍ଦଙ୍କୁ ପୁଣି ପଛରେ ପକାଇଛନ୍ତି ବିଜେପିର ପରବେଶ ବର୍ମା ।କୋଲକାଜି ବିଧାନସଭା ଆସନରୁ ଲଢ଼ୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲିନା ପ୍ରାରମ୍ଭିକ ଭୋଟ ଗଣତିରେ ପଛରେ ରହିଛନ୍ତି । ଚତୁର୍ଥ ପର୍ୟ୍ୟାୟ ଭୋଟ ଗଣନା ପରେ ବାୱାନା ବିଧାନସଭାରୁ ରବିନ୍ଦ୍ର ଇନ୍ଦ୍ରରାଜ ସିଂହ ୧୪୪୨୦ ଭୋଟରେ ଆଗୁଆ ଅଛନ୍ତି । ଚତୁର୍ଥ ରାଉଣ୍ଡରେ ଶାଲିମା ବାଗ ବିଧାନସଭାରୁ ରେଖା ଗୁପ୍ତା ୧୨୬୬୦ ଭୋଟରେ ଆଗୁଆ ଅଛନ୍ତି । ପଞ୍ଚମ ପର୍ୟ୍ୟାୟ ଗଣନା ପରେ ତିଲକ ରାମ ଗୁପ୍ତା, ତ୍ରିନଗର ବିଧାନସଭାରୁ ୧୧୭୭୮ ଭୋଟରେ ଆଗୁଆ । ତୃତୀୟ ପର୍ୟ୍ୟାୟରେ ମୁସ୍ତାଫାବାଦ ବିଧାନସଭାରୁ ମୋହନ ସିଂହ ବିଷ୍ଟ ୧୬୧୮୧ ଭୋଟରେ ଆଗୁଆ ଅଛନ୍ତି । ତୃତୀୟ ରାଉଣ୍ଡରେ କରାୱାଲ ନଗର ବିଧାନସଭାରୁ କପିଲ ମିଶ୍ରା ୮୬୦୩ ଭୋଟରେ ଆଗୁଆ ଅଛନ୍ତି । ସପ୍ତମ ରାଉଣ୍ଡରେ ବିଶ୍ୱନଗର ବିଧାନସଭାରୁ ଓମ ପ୍ରକାଶ ଶର୍ମା ୮୪୪୪ ଭୋଟରେ ଆଗୁଆ ଅଛନ୍ତି । ଚତୁର୍ଥ ପର୍ୟ୍ୟାୟରେ ନଜଫଗଡ଼ ବିଧାନସଭାରୁ ନୀଲମ ପେହଲୱାନ ୮୦୨୩ ଭୋଟରେ ଆଗୁଆ ଅଛନ୍ତି । ରବିନ୍ଦ୍ର ସିଂହ ନେଗି, ତୃତୀୟ ପର୍ୟ୍ୟାୟରେ ପାଟପରଗଞ୍ଜ ବିଧାନସଭା ଆସନରୁ ୭୨୨୯ ଭୋଟରେ ଆଗୁଆ ।

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ