ଦେବୀଙ୍କ ରାଲିରେ ଶଙ୍ଖ ଚିହ୍ନ ନାହିଁ କି ନାହାନ୍ତି ନବୀନ

କଟକ : ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ କରିବା ପରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କୁ ନେଇ ବିଜେଡି ରାଜନୀତିରେ ନିଆଁ ଲାଗିଛି । ବିଧାୟକ ଦେବୀଙ୍କୁ ନେଇ ବିବାଦ ଥମିବା ନାଁ ଧରୁନି । ଶୀର୍ଷ ନେତୃତ୍ୱଙ୍କୁ ଟାର୍ଗେଟ୍‌ କରିବା ପରେ ନବୀନଙ୍କ କିଛି ସମର୍ଥକ ଏବେ ଦେବୀଙ୍କ ବିରୋଧରେ ଛିଡ଼ା ହୋଇଥିବା ବେଳେ ଦେବୀ ମଧ୍ୟ ଏହାର ଜବାବ୍‌ ଫେରାଇ ଚାଲିଛନ୍ତି । ଏଭଳି ସ୍ଥିତିରେ ଦେବୀଙ୍କ ସମର୍ଥକଙ୍କ ପକ୍ଷରୁ ଏକ ବଡ଼ ଧରଣର ସ୍ୱାଗତ ରାଲି କରାଯାଇ ତାଙ୍କୁ ନିର୍ବାଚନମଣ୍ଡଳୀକୁ ସ୍ୱାଗତ କରାଯାଇଛି । ବାଙ୍କୀ ବିଜୁ ଜନତା ଦଳର ପ୍ରାୟ ନେତା, କର୍ମୀ ଏଥିରେ ଉପସ୍ଥିତ ଥିଲେ ବି କାର୍ୟ୍ୟକ୍ରମର ବ୍ୟାନର୍‌ରେ ଶଙ୍ଖ ଚିହ୍ନ ନଥିଲା କି ନବୀନ ପଟ୍ଟନାୟକଙ୍କ ଫଟୋ ଦେଖିବାକୁ ମିଳିନଥିଲା । ବରଂ ସବୁଜ ରଙ୍ଗର ପତାକାରେ କେବଳ ବିଜୁ ବାବୁଙ୍କ ଫଟୋ ଓ ନାଁ ନେଇ ବାଙ୍କୀରେ ପ୍ରବେଶ କରିଛନ୍ତି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ।
ସୂଚନାନୁଯାୟୀ, ବିଧାୟକ ଦେବୀଙ୍କୁ ଗତକାଲି ଜାତମୁଣ୍ଡିଆ ଛକ ମା’ପୋଟଳେଇ ଠାରେ ଶହ ଶହ ଲୋକ ସ୍ୱାଗତ କରିବା ସହ ବିପୁଳ ସମ୍ବର୍ଦ୍ଧନା ଜଣାଇଥିଲେ । ଏକ ମୋଟର ସାଇକେଲ ରାଲିରେ ଜାତମୁଣ୍ଡିଆ ଠାରୁ ବାଙ୍କୀ ବଜାର ପର୍ୟ୍ୟନ୍ତ ତାଙ୍କୁ ନିଆଯାଇଥିଲା । ତାଙ୍କ କାର୍ୟ୍ୟାଳୟ ଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ତାଙ୍କର ଅଭିଭାଷଣରେ କହିଥିଲେ, ବାଙ୍କୀ ବିକାଶଧାରା ଏବଂ ବିଜୁ ଲିଗାସିକୁ ଜାହିର୍‌ କରିବାକୁ ମା’ଚର୍ଚ୍ଚିକା ମୋତେ ଶକ୍ତି ଦିଅନ୍ତୁ । ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ଜଳାଞ୍ଜଳି ଦେଇ ଯେଉଁମାନେ ବଡ଼ ବଡ଼ କଥା କହୁଛନ୍ତି ସେମାନଙ୍କୁ ମୁଁ ଗତ ୧୬ ତାରିଖ ରାଜ୍ୟସଭା ନିର୍ବାଚନରେ ଉଚିତ୍‌ ଶିକ୍ଷା ଦେଇଛି । ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେବାର ଯଥାର୍ଥତା ଅଛି । ବିଜେଡି ଗଠନ ସମୟରେ ତାଙ୍କର ଅବଦାନ ଅବିସ୍ମରଣୀୟ । କଂଗ୍ରେସ ଓ ବିଜେଡି ଦଳ ଯାହାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଥିଲା ସେ ବ୍ୟକ୍ତିଙ୍କ ବିଜୁ ଜନତା ଦଳରେ କୌଣସି ଭୂମିକା ନାହିଁ ।
ଅନ୍ୟପକ୍ଷରେ ବାଙ୍କୀରେ ଦେବୀଙ୍କ ରାଲିର କିଛି ଘଣ୍ଟା ପରେ ଦେବୀଙ୍କ କ୍ୟାମ୍ପ୍‌ର କିଛି ଯୁବ ଓ ଛାତ୍ର ନେତାଙ୍କୁ ନିଲମ୍ବନ କରିଛି ବିଜେଡି । କେବଳ ଦେବୀ ନୁହନ୍ତି, ଏଥିରେ ସୌଭିକଙ୍କ ସମର୍ଥକ ରହିଛନ୍ତି । ସେମାନେ ହେଲେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଅଶୋକ ମିଶ୍ର, ଶୋଭନ ମହାନ୍ତି, ଅନୁପମ ଶତପଥୀ, ବିଜୁ ଛାତ୍ର ଜନତା ଦଳର ଉପସଭାପତି ରଞ୍ଜିତ ଦାସ । ଏମାନଙ୍କୁ ମଧ୍ୟରୁ କିଛି ନେତା ଭି.କେ.ପାଣ୍ଡିଆନ୍‌ଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ଦଳ ବିରୋଧୀ ମନ୍ତବ୍ୟ ଦେଉଥିବାରୁ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଆଗକୁ ଦେବୀଙ୍କ ଶିବିରର ଅନ୍ୟ ନେତା ମାନେ ଯେଉଁମାନେ ଦଳୀୟ ଦାୟିତ୍ୱରେ ରହିଛନ୍ତି ସେମାନଙ୍କ ଉପରେ ନଜର ରହିବ । ଯାହା ଶୁଣାଯାଉଛି ଆଗକୁ ଅନ୍ୟ କିଛି ଯୁବ ଓ ଛାତ୍ର ନେତା ବିଜେଡିର ବିଭିନ୍ନ ପଦପଦବିରୁ ଇସ୍ତଫା ଦେଇପାରନ୍ତି । ଆସନ୍ତା ସପ୍ତାହରେ ଭୁବନେଶ୍ୱରରେ ଏକ କାର୍ୟ୍ୟକ୍ରମ କରି ବିଜେଡି ସଂଗଠନ ସମ୍ଭାଳୁଥିବା ନେତୃତ୍ୱଙ୍କୁ ଚାଲେଞ୍ଜ୍‌ ଦେବାକୁ ଯୋଜନା ହୋଇଥିବା କୁହାଯାଉଛି।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ