ଦ୍ୱିତୀୟ ଟି-୨୦ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି ଥିଲା ୨ୟ ମୁକାବିଲା। ମୁଲ୍ଲାମ୍ପୁର (ନ୍ୟୁ ଚଣ୍ଡିଗଡ଼)ର ମହାରାଜା ୟାଦଭେନ୍ଦ୍ର ସିଂହ ଇଣ୍ଡରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଭାରତୀୟ ଟିମ୍‌କୁ ବିଜୟ ପାଇଁ ଦକ୍ଷିଣ ଆଫ୍ରିକା ୨୧୪ ରନର ଏକ ବଡ଼ ଟାର୍ଗେଟ୍ ଦେଇଥିଲା । ଦକ୍ଷିଣ ଆଫ୍ରିକା ଟିମ୍ ପାଇଁ କ୍ୱିଣ୍ଟନ ଡିକାକ୍ ସର୍ବାଧିକ ୯୦ ସ୍କୋର କରି ଆଉଟ ହୋଇଥିଲେ ।

ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ବିରୋଧରେ ଟି-୨୦ ସିରିଜର ପ୍ରଥମ ମୁକାବିଲାରେ ୧୦୧ ରନରେ ଧମାକାଦାର ବିଜୟ ହାସଲ କରିଥିଲା। କିନ୍ତୁ ଆଜି ଦକ୍ଷିଣ ଆଫ୍ରିକାର ବିଶାଳ ସ୍କୋରକୁ ପୀଛା କରି ନପାରି ହାରି ଯାଇଛି ଟିମ ଇଣ୍ଡିଆ ।
୨୧୪ ରନକୁ ପୀଛା କରି ଭାରତ ପ୍ରଥମେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୬୭ ସ୍କୋରରେ ଭାରତର ୪ ଜଣ ଖେଳାଳି ପ୍ୟାଭିଲିଅନ ଫେରି ଯାଇଥିଲେ । ଶେଷ ୬ ଓଭରରୁ ଭାରତ ଜିତିବାକୁ ୯୮ ରନ ଆବଶ୍ୟକ କରୁଥିଲା । ଶେଷ ଦୁଇ ଓଭରରେ ଭାରତ ଜିତିବାକୁ ୫୬ ରନ ଆବଶ୍ୟକ କରୁଥିଲା ,ଯାହା ଅସମ୍ଭବ ଥିଲା ।
ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଦ୍ୱିତୀୟ ମୁକାବୁଲାକୁ ଜିତି ୧- ୧ରେ ସ୍ତିତି ବରାବର କରିଛି ଦକ୍ଷିଣ ଆଫ୍ରିକା । ବୋଲିଂ ପରେ ଭାରତ ବ୍ୟାଟିଂରେ ବିଫଳ ହୋଇ ଦ୍ୱିତୀୟ ଟି ୨୦ରେ ଦକ୍ଷିଣ ଆଫ୍ରିକା ଠାରୁ ୫୧ ରନ ରେ ହାରିଛି ଭାରତ ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ