ନନ୍ଦନକାନନରେ ବାଘ ଛୁଆର ମୃତ୍ୟୁ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଦୁଃଖଦ ଖବର । ପ୍ରାଣୀ ଉଦ୍ୟାନର ଲାଳନପାଳନ କେନ୍ଦ୍ରରେ ରହୁଥିବା ଏକ ଅଣ୍ଡିରା ବାଘ ଛୁଆର ମୃତ୍ୟୁ ଘଟିଛି । ବାଘ ଛୁଆଟିକୁ ପ୍ରାୟ ୮ ମାସ ବୟସ ହୋଇଥିଲା । ଛୁଆଟିର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୬କୁ ଖସି ଆସିଛି ।ପ୍ରକାଶ ଯେ, ୨୦୨୫ ଡିସେମ୍ବର ୨୭ରେ ବାଘ ‘ଅମିତ’ ଓ ବାଘୁଣୀ ‘ଜୟଶ୍ରୀ’ର ମିଳନରେ ୩ଟି ଶାବକ ଜନ୍ମ ହୋଇଥିଲେ । ସେଥିମଧ୍ୟରୁ ୨ଟି ଶାବକର ମୃତ୍ୟୁ ହୋଇଥିଲା । ବଞ୍ଚିଥିବା ଶାବକକୁ ଜୟଶ୍ରୀ ଗ୍ରହଣ କରିନଥିଲା । ତେଣୁ କର୍ତ୍ତୃପକ୍ଷ ମା’ଠାରୁ ଛୁଆକୁ ଅଲଗା କରି ଲାଳନପାଳନ କେନ୍ଦ୍ରରେ ରଖିଥିଲେ । ଗତ ୧୪ ତାରିଖ ରାତିରେ ଛୁଆଟି ହଠାତ ଅସୁସ୍ଥ ହେବା ସହିତ ଖାଇବା କମାଇ ଦେଇଥିଲା । ଦୁର୍ବଳ ହେବା ସହିତ ତା’ ଶରୀରର ତାପମାତ୍ରା ବୃଦ୍ଧି ପାଇଥିଲା । ପ୍ରାଣୀ ଚିକିତ୍ସକମାନେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ବିଭିନ୍ନ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ । ତାକୁ ଆଣ୍ଟିବାୟୋଟିକ୍‌, ଭିଟାମିନ ସହିତ ସାଲାଇନ ଦିଆଯାଇ ଚିକିତ୍ସା ଜାରି ରହିଥିଲା । ହେଲେ ବାଘ ଛୁଆଟିର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା ।

ରବିବାର ହଠାତ୍‌ ତା’ର ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ଜାଣିବା ପାଇଁ କର୍ତ୍ତୃପକ୍ଷ ବ୍ୟବଚ୍ଛେଦ ପରେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ । ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨୬ଟି ବାଘ ଥିବାବେଳେ ସେଥିମଧ୍ୟରୁ ସାଧାରଣ ରଙ୍ଗର ୧୭ଟି (୧୦ଟି ଅଣ୍ଡିରା ଓ ୭ଟି ମାଈ), ୫ଟି ଧଳା (୩ ଅଣ୍ଡିରା ଓ ୨ ଟି ମାଈ ) ଏବଂ ମେଲାନିଷ୍ଟିକ୍‌ ବା କଳା ଲୋମଯୁକ୍ତ ୪ଟି (୩ ଟି ଅଣ୍ଡିରା ଓ ଗୋଟିଏ ମାଈ) ଅଛନ୍ତି ।

  • Related Posts

    ବ୍ରଜ ମୋହନ ଓଡ଼ିଶାର ନୂଆ ରାଜ୍ୟପାଳ

    ୪ ରାଜ୍ୟରେ ବଦଳିଲେ ରାଜ୍ୟପାଳ ନୂଆଦିଲ୍ଲୀ: ଓଡ଼ିଶାର ରାଜ୍ୟପାଳ ବଦଳି ଯାଇଛନ୍ତି । ହରିବାବୁ କମ୍ଭମ୍‌ପଟିଙ୍କ ବଦଳରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଅ ରାଜ୍ୟ ପାଇଁ…

    Continue reading
    ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ। ସ୍ୱଚ୍ଛ ଓ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ