ନବୀନଙ୍କ ଉଦ୍ୟମ ଯୋଗୁଁ ଶିଳ୍ପପତି ମାନେ ଓଡିଶା ମୁହାଁ ହୋଇଥିଲେ : ଦେବୀ ମିଶ୍ର

ଭୁବନେଶ୍ୱର : ଭୁବନେଶ୍ୱରରେ ଉତ୍କର୍ଷ ଓଡିଶା କନକ୍ଲେଭ ଉଦଘାଟିତ ହୋଇଥିବା ବେଳେ ବିଜୁ ଜନତା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ୨୦୧୬ ମସିହାରେ ତତ୍କଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଆରମ୍ଭ କରାଯାଇଥିଲା। ବିଭିନ୍ନ ପ୍ରତିଷ୍ଠିତ ଶିଳ୍ପ ଅନୁଷ୍ଠାନ ଏଥିରେ ଯୋଗ ଦେଇଥିଲେ ଓ ଦୁଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ପ୍ରତିଶ୍ରୁତି ମିଳିଥିଲା। ସେହିପରି ୨୦୧୮ ମସିହାରେ ମେକ ଇନ ଓଡିଶା କାର୍ୟ୍ୟକ୍ରମ ମାଧ୍ୟମରେ ଚାରି ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ପ୍ରତିଶ୍ରୁତି ମିଳିଥିଲା।୨୦୨୦ ମସିହା ଆରମ୍ଭରେ କୋଭିଡ ଯୋଗୁଁ ୨୦୨୨ ପର୍ୟ୍ୟନ୍ତ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇପାରି ନଥିଲା। ୨୦୨୩ ମସିହାରେ ଆୟୋଜିତ ମେକ ଇନ ଓଡିଶା କାର୍ୟ୍ୟକ୍ରମରେ ଦଶ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରତିଶ୍ରୁତି ମିଳିଥିଲା। ୨୦୨୩ ମସିହାରେ ପୁଞ୍ଜିନିବେଶ ଆଣିବାରେ ଓଡିଶା ଦେଶର ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଥିଲା। ପ୍ରଥମ ତିନୋଟି ମେକ ଇନ ଓଡିଶା କନକ୍ଲେଭ ମାଧ୍ୟମରେ ସମୁଦାୟ ୧୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଆସିଥିବା ବେଳେ ପ୍ରାୟ ସାତ ଲକ୍ଷ କୋଟି ଟଙ୍କାର କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇସାରିଛି, ଯାହା ସମଗ୍ର ପୁଞ୍ଜି ନିବେଶ ପ୍ରତିଶ୍ରୁତିର ୩୪ ପ୍ରତିଶତ। ନବୀନ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ମେକ ଇନ ଓଡିଶା କାର୍ୟ୍ୟକ୍ରମ ଯୋଗୁଁ ଦେଶ ବିଦେଶର ପୁଞ୍ଜିପତିମାନେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ବୃଦ୍ଧି ପାଇଥିଲା।ବିଜେପି ସରକାର ଏହାର ନାମ ପରିବର୍ତ୍ତନ କରିବା ପରେ ରାଜ୍ୟର ଚତୁର୍ଥ କନକ୍ଳେଭ ଅନୁଷ୍ଠିତ ହେଉଛି, ଯାହାକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପାଞ୍ଚ ଲକ୍ଷ କୋଟି ପୁଞ୍ଜି ନିବେଶ ପାଇଁ ଆଶା ରଖିଛନ୍ତି। ଏହି କାର୍ୟ୍ୟକ୍ରମ ଶେଷ ହେବା ପରେ, ପ୍ରକୃତ ପୁଞ୍ଜି ନିବେଶ ପରିମାଣ ଜଣାପଡିବ ବୋଲି ଶ୍ରୀ ମିଶ୍ର କହିଥିଲେ।

  • Related Posts

    କୋଟିଆ ବିବାଦ ପ୍ରସଙ୍ଗ : ଆଇନଗତ ଓ ପ୍ରଶାସନିକ ପଦକ୍ଷେପକୁ ରାଜସ୍ୱ ମନ୍ତ୍ରୀଙ୍କ ଗୁରୁତ୍ୱ

    ଭୁବନେଶ୍ୱର : କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୋଟିଆ ଅଞ୍ଚଳରେ ଦୀର୍ଘକାଳୀନ ବିବାଦର ଶୀଘ୍ର ଓ ସ୍ଥାୟୀ ସମାଧାନ ନିମନ୍ତେ ରାଜ୍ୟ ସରକାର ଆବଶ୍ୟକ ସମସ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ…

    Continue reading
    ଶାହଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଜନ୍ମଦିନରେ ଛୁଟୁଛି ପ୍ରଂଶସାର ସୁଅ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଛନ୍ତି କି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସମର୍ପଣ ଏବଂ ଦୃଢ଼ ନିଷ୍ଠା ସହିତ ରାଷ୍ଟ୍ର ସେବା କରିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି