ନବୀନଙ୍କ ‘ବିଶ୍ୱାସଘାତକ’ ଟାର୍ଗେଟ

ଭୁବନେଶ୍ୱର: ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁରେ ‘ବିଶ୍ୱାସଘାତକ’ ଶବ୍ଦ । ବିଜୁ ବାବୁଙ୍କ ଶ୍ରାଦ୍ଧ ଉତ୍ସବରେ ନବୀନ ପଟ୍ଟନାୟକ ‘ବିଶ୍ୱାସଘାତକ’ କହି ପରୋକ୍ଷରେ ଟାର୍ଗେଟ କରିଛନ୍ତି ।
ସେ କହିଛନ୍ତି ଯେ ରାଜନୀତିରେ କିଛି ଲୋକ ସବୁବେଳେ ‘ବିଶ୍ୱାସଘାତକତା’ ଭୂମିକାରେ ଖୁସି ହୋଇଥାଆନ୍ତି । କୌଣସି ମୁଖା ଅଧିକ ଦିନ ଧରି ସେମାନଙ୍କ ପାପକୁ ଲୁଚାଇ ପାରିବନି । ଲୋକମାନେ ଜାଣନ୍ତି କିଏ କ’ଣ । ଓଡ଼ିଶା କ୍ରମାଗତଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅବହେଳାର ଶିକାର ହୋଇଆସିଛି । ଡିଲିମିଟେସନ ବିଲ ରାଜନୈତିକ ପରିଚୟକୁ ନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଓଡ଼ିଆ ସ୍ୱାଭିମାନ ଆଜି ବିପଦରେ । ତେଣୁ ସମସ୍ତଙ୍କୁ ଏକାଠି ଲଢ଼ିବାକୁ ପଡ଼ିବ । ସଂଯୋଗବଶତଃ ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀରେ ମହିଳା ସଂରକ୍ଷଣ ବିଲ ଆଲୋଚନା ହେଉଛି । ବିଜେଡି ମହିଳା ସଶକ୍ତୀକରଣରେ ଦୃଢ଼ଭାବେ ବିଶ୍ୱାସ କରେ । ମହିଳା ସଂରକ୍ଷଣ ବିଲ ପ୍ରତି ବିଜେଡି ସମର୍ଥନ ଜଣାଇବ ବୋଲି ନବୀନ କହିଛନ୍ତି । ତେବେ କିଏ ‘ବିଶ୍ୱାସଘାତକ’ ଓ କାହା ଉଦେ୍ଧଶ୍ୟରେ ନବୀନ କହିଲେ ତାହା ସ୍ପଷ୍ଟ ହୋଇପାରିନାହିଁ ।

  • Related Posts

    ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସମ୍ମିଳିତ ସ୍ୱର ଉତ୍ତୋଳନ ହେବ ବିଜୁ ବାବୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି: ନବୀନ

    ଭୁବନେଶ୍ୱର: ଭାରତର ଗୌରବ, ସାହସ ସଂକଳ୍ପର ଜୀବନ୍ତ ପ୍ରତୀକ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସରେ ବିଜୁ ଜନତା ଦଳ ତରଫରୁ ଶ୍ରଦ୍ଧା ଓ ଗରିମାମୟ ଭାବରେ “ପ୍ରବାଦ ପୁରୁଷ ଦିବସ” ଭାବେ ପାଳିତ ହୋଇଯାଇଛି । ଦଳର ନେତୃବୃନ୍ଦଙ୍କ ଉପସ୍ଥିତିରେ…

    Continue reading
    ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ବିଜେଡିରେ ତୁତୁ ମେଁମେଁ

    କଟକ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥି ପାଳନ ଅବସରରେ କଟକ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଏବେ ପଦାରେ ପଡ଼ିଛି। ବିଜୁ ବାବୁଙ୍କ ଜନ୍ମ ସ୍ଥାନ କଟକର ଆନନ୍ଦ ଭବନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ