ନବୀନଙ୍କ ଲୋକପ୍ରିୟତାର ସଦୁପଯୋଗ କରିବା ବିଜେଡି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ରାଜନୈତିକ ଦୃଷ୍ଟିକୋଣରୁ ବିଦାୟୀ ୨୦୨୪ ବର୍ଷ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ପାଇଁ ଉଭୟ ତିକ୍ତ-ମଧୁର ଅନୁଭୂତି ଦେଇଥିବା ବେଳେ ୨୦୨୫ ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ଆହ୍ବାନ, ସଂଘର୍ଷ ଓ ସମ୍ମାନର ବର୍ଷ ହେବ।ଦୀର୍ଘ ୨୪ ବର୍ଷ କ୍ଷମତାରେ ରହିବା ପରେ ପ୍ରଥମଥର ପାଇଁ ବିରୋଧୀ ଆସନରେ ବସିଥିବା ବିଜେଡି ୨୦୨୪ରୁ ଏକ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛି । ନିର୍ବାଚନ ଗ୍ଳାନିରୁ ପରାଜୟର ବିମର୍ଷତାରୁ ବାହାରି ବିଜେଡିର ନେତା ଓ କର୍ମୀମାନେ କ୍ରମଶଃ ସକ୍ରିୟ ହେଉଛନ୍ତି ଓ ଦଳର ସଭାପତି ନବୀନ ପଟ୍ଟନାୟକ ନିଜେ ବିଭିନ୍ନ ଅଞ୍ଚଳ ବୁଲିବା ପରେ ଦଳୀୟ ନେତା ଓ କର୍ମୀ ଅଧିକ ତତ୍ପର ହୋଇଛନ୍ତି। ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସରେ ଏବେ ମଧ୍ୟ ଗୋଷ୍ଠୀକନ୍ଦଳ ଲାଗି ରହିଥିବା ବେଳେ ଦଳ ରାଜ୍ୟରେ ଭଲ କରିବାକୁ ନିଜର ସଂଘର୍ଷ ଜାରି ରଖିଛି। ନୂଆବର୍ଷ ପ୍ରାରମ୍ଭରୁ ଦଳକୁ ନୂଆ ସଭାପତି ମିଳିବାକୁ ଯାଉଥବା ବେଳେ ଲୋକଙ୍କ ମଧ୍ୟରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ଦଳକୁ ଅନେକ ସଂଘର୍ଷ କରିବାକୁ ପଡ଼ିବ ବୋଲି ମତ ଦେଇଛନ୍ତି ରାଜନୈତିକ ବିଶେଷଜ୍ଞ।
ରାଜ୍ୟରେ ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ବେଳେ ନବୀନ ବିଭିନ୍ନ ଜିଲ୍ଲାରେ କ୍ଷେତ ମୁଣ୍ଡରେ ଚାଷୀଙ୍କ ସହ ଠିଆ ହେବା ଓ ସେମାନଙ୍କ କାନ୍ଧରେ ହାତ ରଖି ଆଶ୍ୱାସନା ଦେବା ରାଜ୍ୟ ରାଜନୀତିକୁ ଆକସ୍ମିକ ଉଷ୍ମ କରିଛି। ନିର୍ବାଚନ ପରାଜୟରେ ବିମର୍ଷ କର୍ମୀଙ୍କୁ ପ୍ରତିଦିନ ନବୀନ ଭେଟିବା ସହ ଦମ୍ଭ ଦେଉଛନ୍ତି; ଯାହା କର୍ମୀଙ୍କ ମହଲରେ ଏକ ନୂଆ ଉତ୍ସାହ ସୃଷ୍ଟି କରିଛି। ୨୪ ବର୍ଷର କ୍ଷମତା ଗଲାପରେ ମଧ୍ୟ ନବୀନଙ୍କ ଈର୍ଷଣୀୟ ଲୋକପ୍ରିୟତା ଦେଖି ଆଚମ୍ବିତ ହେଉଛନ୍ତି ତାଙ୍କର ରାଜନୈତିକ ପ୍ରତିପକ୍ଷ ଓ ରାଜ୍ୟର ରାଜନୈତିକ ବିଶେଷଜ୍ଞ। ନିର୍ବାଚନ ପରେ ନବୀନ ଯେତିକି କାର୍ୟ୍ୟକ୍ରମରେ ଯୋଗଦେଇଛନ୍ତି, ସବୁଠି ଅସମ୍ଭବ ଭିଡ଼ ପରିଲିକ୍ଷିତ ହୋଇଛି। ନବୀନଙ୍କ ପ୍ରତି ଅତୁଟ ବିଶ୍ୱାସ ଏବଂ ଭଲ ପାଇବାର ପ୍ରତିଫଳନ ବିଜେଡିକୁ ଉତ୍ସାହିତ କରିଛି। ନିର୍ବାଚନ ପରାଜୟ ପରେ ପ୍ରାୟ ପ୍ରତିଦିନ ନବୀନ ବିଭିନ୍ନ ନିର୍ବାଚନମଣ୍ଡଳୀର ଦଳୀୟ ନେତା ଓ କର୍ମୀଙ୍କୁ ଭେଟୁଛନ୍ତି। ଲୋକଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ସୁଖଦୁଃଖରେ ସାମିଲ ହେବାକୁ ସିଧାସଳଖ ସାମିଲ ହେବାକୁ ପରାମର୍ଶ ଦେଉଛନ୍ତି। ବିରୋଧୀ ଦଳ ଭାବେ ଦଳର ୭ ରାଜ୍ୟସଭା ସାଂସଦ ଦିଲ୍ଲୀରେ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ଉଠାଇ କମ୍ପନ ସୃଷ୍ଟି କରିଥିବା ବେଳେ ରାଜ୍ୟ ବିଧାନସଭାରେ ମଧ୍ୟ ବିଜେଡି ଶାସକ ବିଜେପିକୁ ଘେରିବାରେ ସମର୍ଥ ହୋଇପାରିଛି। ଅତଏବ, ଏହି ଲୋକପ୍ରିୟତାକୁ ଅଧିକୁର ଅଧିକ କରିବା ଓ ସଶକ୍ତ ବିରୋଧୀର ଭୂମିକା ନିର୍ବାହ କରିବା ନିମନ୍ତେ ଯେଉଁ ସୁଯୋଗ ସୃଷ୍ଟିି ହୋଇଛି, ତାହାର ସଦୁପଯୋଗ କରିବା ବିଜେଡି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

  • Related Posts

    ଭୁବନେଶ୍ବର ଫେରିଲେ କଂଗ୍ରେସ ବିଧାୟକ

    ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହଟାଅ ଅଭିଯାନରେ ଦିଲ୍ଲୀ ଯାଇଥିବା କଂଗ୍ରେସର ୫ ବିଧାୟକ ଶୁକ୍ରବାର ରାତିରେ ଭୁବନେଶ୍ବର ଫେରିଛନ୍ତି। ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ସି.ଏସ. ରାଜନ ଏକ୍କା, ମଙ୍ଗୁ ଖିଲ,…

    Continue reading
    ପୋଲିସ ଆଇନର ରକ୍ଷକ ନୁହେଁ, ସତ୍ତାର ସୁରକ୍ଷା କର୍ମୀ:କଂଗ୍ରେସ

    ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ପୋଲିସର ନିର୍ଯାତନା ଏବଂ ଅର୍ଥ ଆଦାୟ ବିଷୟକୁ ନେଇ ଓଡିଶା ପୋଲିସ ପୁଣି ଥରେ କଳା କାରନାମା ରଚିଛି ଏବଂ ଏହାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ