ନବ ଦାସ ହତ୍ୟା ଘଟଣା: ହସ୍ପିଟାଲ ଓ ବିମାନବନ୍ଦରରେ କ୍ରାଇମ୍‌ବ୍ରାଞ୍ଚ ଟିମ୍

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡର ପୁଣି ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ । ଗତକାଲି ନବ ଦାସଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଥିବାବେଳେ ଆଜି ଝାରସୁଗୁଡ଼ା ହସ୍ପିଟାଲ ଓ ବିମାନବନ୍ଦରରେ ପହଞ୍ଚି ପଚରାଉଚୁରା କରୁଛି କ୍ରାଇମ୍‌ବ୍ରାଞ୍ଚ ଟିମ୍ । ହତ୍ୟାକାଣ୍ଡ ଦିନ ନବଦାସଙ୍କୁ କେମିତି ଚିକିତ୍ସା ପ୍ରଦାନ କରାଯାଇଥିଲା, କେଉଁ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ, ତାଙ୍କୁ କେମିତି ଏୟାରଲିଫ୍ଟ କରାଗଲା, ଏୟାରଲିଫ୍ଟ ପ୍ରକ୍ରିୟାରେ କିଏ କିଏ ସାମିଲ ହୋଇଥିଲେ, ନବ ଦାସଙ୍କ ସହ କିଏ କିଏ ଥିଲେ, ହତ୍ୟାକାଣ୍ଡ ଦିନ କ’ଣ କ’ଣ ଘଟିଥିଲା ଏହି ସବୁ ଦିଗକୁ ନେଇ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ ।

ଗତକାଲି ନବ ଦାସଙ୍କ ଘରେ ପହଞ୍ଚି ବୟାନ ରେକର୍ଡ କରାଯାଇଥିଲା । କ୍ରାଇମ୍‌ବ୍ରାଞ୍ଚର ନୂଆ ତଦନ୍ତ ଅଧିକାରୀଙ୍କ ସମେତ ଜଣେ ମହିଳା ଅଧିକାରୀ ଗତକାଲି ନବ ଦାସଙ୍କ ପତ୍ନୀ ମୀନତି ଦାସ, ଝିଅ ଦୀପାଳି ଦାସ ଓ ପୁଅ ବିଶାଲ ଦାସଙ୍କ ବୟାନ ରେକର୍ଡ କରିଛନ୍ତି । ଆଜି ବି ନବ ଦାସଙ୍କ ଘରେ ପହଞ୍ଚି ପଚରା ଉଚୁରା କରୁଛି ତଦନ୍ତକାରୀ ସଂସ୍ଥା ।

  • Related Posts

    ୭ ଦିନିଆ ରିମାଣ୍ଡରେ ଗଲା ରାଜା ସାହାଣୀ

    ଭୁବନେଶ୍ୱର: ଆଜିଠୁ ୭ ଦିନିଆ ରିମାଣ୍ଡରେ ଗଲା କୁଖ୍ୟାତ ଅପରାଧୀ ରାଜା ସାହାଣୀ। ଚୌଦ୍ୱାର ଜେଲରୁ ରିମାଣ୍ଡରେ ନେଲା ବେଙ୍ଗାଲୁରୁ ପୋଲିସ। କର୍ଣ୍ଣାଟକ ବେଙ୍ଗାଲୁରୁରେ ୨୦ କୋଟି ଟଙ୍କାର ଅଳଙ୍କାର ଲୁଟ ଘଟଣାର ତନାଘନା ପାଇଁ ରାଜା ସାହାଣୀକୁ ରିମାଣ୍ଡରେ ନେଇଛି…

    Continue reading
    ବନ୍ଧା ହେଲେ କୁବେର ଯନ୍ତ୍ରୀ

    ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ (ଡ୍ୟାମ୍‌ ସୁରକ୍ଷା) ରାଜେଶ ଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିବା ପରେ ବିପୁଳ ପରିମାଣରେ ସଂପତ୍ତି ଠାବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ