ଜେଲ୍‌ରୁ ମୁକୁଳିଲେ କେପି ଶର୍ମା ଓଲି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ଜେଲରୁ ମୁକ୍ତ କରାଯାଇଛି। ଜିଲ୍ଲା ସରକାରୀ ଓକିଲଙ୍କ କାର୍ୟ୍ୟାଳୟ ଓଲି ଓ ଲେଖକଙ୍କ ମୁକ୍ତି ସୁନିଶ୍ଚିତ କରିବା ପାଇଁ ପୋଲିସକୁ ଏକ ଚିଠି ପଠାଇଥିଲା।କାଠମାଣ୍ଡୁ ପୋଲିସ ମୁଖ୍ୟ ରମେଶ ଥାପା ଚିଠି ପାଇଥିବା ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ କୋର୍ଟରେ ବଣ୍ଡ ପ୍ରଦାନ କରିଥିବା ଲୋକଙ୍କୁ ଡକାଯିବ ଏବଂ ପରବର୍ତ୍ତୀ ସମୟରେ ଉଭୟଙ୍କୁ ମୁକ୍ତ କରାଯିବ।୨୦୨୫ ସେପ୍ଟେମ୍ବରରେ ଜେନ୍‌-ଜି ଆନ୍ଦୋଳନରେ ବିକ୍ଷୋଭକାରୀଙ୍କୁ ଦମନ କରିବା ପାଇଁ ପୋଲିସ୍ ଗୁଳିଚାଳନା କରିଥିଲେ ମଧ୍ୟ କେପି ଓଲି ଫାୟାରିଂ ରୋକିବାକୁ କୌଣସି ପଦକ୍ଷେପ ନେଇନଥିଲେ। ଦୁଇ ଦିନର ଅଶାନ୍ତିରେ ପୋଲିସ ଫାୟାରିଂ ଯୋଗୁଁ ୭୬ ଜଣ ମୃତ୍ୟୁବରଣ କରିଥିଲେ, ସେମାନଙ୍କ ମଧ୍ୟରେ ଅନେକ ଯୁବକ ଏବଂ ନାବାଳକ ଥିଲେ। ଏହି ଘଟଣା ପରେ ଓଲି ସରକାରର ପତନ ହୋଇଥିଲା ଏବଂ ନୂତନ ନିର୍ବାଚନ ହୋଇଥିଲା।
ତଦନ୍ତ କମିଶନଙ୍କ ରିପୋର୍ଟ ଆଧାରରେ ଓଲି ଏବଂ ଲେଖକଙ୍କୁ ୨୮ ମାର୍ଚ୍ଚରେ ଗିରଫ କରାଯାଇଥିଲା। ତଥାପି ପର୍ୟ୍ୟାପ୍ତ ପ୍ରମାଣ ନଥିବାରୁ, ସେମାନଙ୍କୁ ଏବେ ମୁକ୍ତ କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଗିରଫଦାରୀ ପରେ ତାଙ୍କ ସମର୍ଥକମାନେ କାଠମାଣ୍ଡୁର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଥିଲେ।
ତଦନ୍ତ କମିଶନ କହିଥିଲା ଯେ ସରକାର ପକ୍ଷରୁ ଠିକ୍ ଭାବେ ହିଂସାକୁ ରୋକାଯାଇନଥିଲା। ଏହି କାରଣରୁ ଅବହେଳାଜନିତ ମୃତ୍ୟୁ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା ତାଙ୍କୁ କାଠମାଣ୍ଡୁ ସ୍ଥିତ ବାସଭବନରୁ ପୋଲିସ୍ ଗିରଫ କରିଥିଲା। ପରେ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ହସ୍ପିଟାଲକୁ ନିଆଯାଇଥିଲା।
ଲେଖକ ପୋଲିସ ହେପାଜତରେ ଥିବା ବେଳେ, କେପି ଶର୍ମା ଓଲି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଟିୟୁଟିଏଚ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର କିଡନୀ ଷ୍ଟୋନ୍ ଅସ୍ତ୍ରୋପଚାର କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

  • Related Posts

    ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

    ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ତାଙ୍କ ସ୍ମାରକୀ ‘ସଦୈବ ଅଟଳ’…

    Continue reading
    ଇଣ୍ଡୋନେସିଆ ଭୂମିକମ୍ପ : ମୃତ୍ୟୁ ସଂଖ୍ୟା ୫୭ ଛୁଇଁଲା

    ଜାକର୍ତ୍ତା: ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ଭୂମିକମ୍ପ ଅନୁଭୂତ ହୋଇଛି। ଏହା ସହିତ ଭୂମିକମ୍ପ ପରେ ପରେ ୩୪୧ ଥର ଝଟକା ଅନୁଭୂତ ହୋଇଛି। ଏହା ସୂଚିତ କରୁଛି ଯେ, ଆଗାମି ଦିନରେ ପୁଣି ଭୂମିକମ୍ପ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ