ଦାଦନ ମୃତକଙ୍କ ପରିବାର ପାଖରେ ‘ସ୍ୱାକ୍‌’,ଅସହାୟ ପରିବାରକୁ ରାସନ, ପୋଷାକ ଓ ସହାୟତା ପ୍ରଦାନ

ଘୁ.ଉଦୟଗିରି: ସ୍ୱାଧୀନତା ଦିବସ ଅବସରରେ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ‘ସୋସିଆଲ୍ ୱର୍କର୍ସ ଅଫ୍ କନ୍ଧମାଳ’ (ସ୍ୱାକ୍‌)। କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ସମୟରେ ଗତ ୯ ଅଗଷ୍ଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟିକାବାଲି ବ୍ଲକ ଗଦଗୁଡ଼ା ଗ୍ରାମର ଶୁଭଦେବ ପ୍ରଧାନଙ୍କ ଅସହାୟ ପରିବାରକୁ ସ୍ୱାକ୍‌ ପକ୍ଷରୁ ରାସନ ସାମଗ୍ରୀ, ପୋଷାକ ଓ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଇଛି।
ପରିବାରର ଭରଣପୋଷଣ ସହ ଦୁଇ ଛୋଟ ପୁଅଙ୍କ ଭବିଷ୍ୟତ ଗଢ଼ିବା ଆଶାରେ ଶୁଭଦେବ କେରଳକୁ ଦାଦନ ଶ୍ରମିକ ଭାବେ ଯାଇଥିଲେ। ହେଲେ ଗତ ୯ ଅଗଷ୍ଟରେ ଏକ ଦୁର୍ଘଟଣାରେ ତାଙ୍କର ଅକାଳ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ଦୁଇ ଶିଶୁଙ୍କ ସମେତ ପରିବାର ଅସହାୟ ହୋଇପଡ଼ିଛି।ଏହି ଦୁଃଖଦ ପରିସ୍ଥିତିରେ ସ୍ୱାଧୀନତା ଦିବସରେ ସ୍ୱାକ୍‌ ପରିବାର ଗଦଗୁଡ଼ା ଗ୍ରାମରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟିଥିଲେ। ପରିବାରର ଦୁଃଖ ଓ ସମସ୍ୟା ବୁଝିବା ସହ ଚାଉଳ, ଡାଲି, ତେଲ, ଲୁଣ, ମସଲା ଆଦି ଶୁଖିଲା ରାସନ ସାମଗ୍ରୀ, ଦୁଇ ଶିଶୁଙ୍କ ପାଇଁ ପୋଷାକ ଏବଂ ବିଧବା ମହିଳାଙ୍କ ପାଇଁ ଲୁଗା ପ୍ରଦାନ କରାଯାଇଥିଲା।
ସୂଚନା ଅନୁଯାୟୀ, ସରକାରୀ ଯୋଜନାରେ ପରିବାର ପାଇଁ ଘର ମଞ୍ଜୁର ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେବଳ ପୁନାଦି ପଡ଼ି ରହିଛି। ଫଳରେ ପରିବାରଟି ଭଙ୍ଗା ଘରେ ବିପଦସଙ୍କୁଳ ଅବସ୍ଥାରେ ଜୀବନ ବିତାଉଛି। ଏହି ପରିସ୍ଥିତିରେ ପରିବାରକୁ ତୁରନ୍ତ ଘର ନିର୍ମାଣ ସହାୟତା ଯୋଗାଇଦେବା ପାଇଁ ସ୍ୱାକ୍‌ ପକ୍ଷରୁ ପ୍ରଶାସନ ନିକଟରେ ଦାବି କରାଯାଇଛି।ଏଥିସହ ବିଧବା ଭତ୍ତା, ପାରିବାରିକ କଲ୍ୟାଣ ଯୋଜନା, ହରିଶ୍ଚନ୍ଦ୍ର ଯୋଜନା, ଦାଦନ ଶ୍ରମିକ ମୃତ୍ୟୁଜନିତ ସହାୟତା ଓ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇଦେବାକୁ ମଧ୍ୟ ସ୍ୱାକ୍‌ ପକ୍ଷରୁ ନିବେଦନ କରାଯାଇଛି। ଦୁଇ ଶିଶୁଙ୍କ ଶିକ୍ଷା ଓ ଭବିଷ୍ୟତ ପାଇଁ ଆବଶ୍ୟକ ସହଯୋଗ ଯୋଗାଇବା ନେଇ ସଂଗଠନ ପକ୍ଷରୁ ଆଶ୍ୱାସନ ଦିଆଯାଇଛି।
ସ୍ୱାକ୍‌ର ସଭାପତି ଆମନ ଚନ୍ଦ୍ର ନାୟକ ଓ ସମ୍ପାଦକ ହୃଷୀକେଶ ପ୍ରଧାନଙ୍କ ନେତୃତ୍ୱରେ ପରାମର୍ଶଦାତା ସମୀର କୁମାର ପାଢ଼ୀ, ଗୋଲକ ବିହାରୀ ପଟ୍ଟନାୟକ, ଅରୁଣ ଷଡ଼ଙ୍ଗୀ, ଉପସଭାପତି ସସ୍ମିତା ମାଲିକ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକଙ୍କ ସମେତ ସଦସ୍ୟ ସନ୍ତୋଷ ଦିଗାଲ, ମିହିର ଦିଗାଲ ଓ ମିନାକ୍ଷୀ ପ୍ରଧାନ ଗଦଗୁଡ଼ା ଗ୍ରାମରେ ପହଞ୍ଚି ଏହି ସହାୟତା ପ୍ରଦାନ କରିଥିଲେ।
ଦାଦନ ଶ୍ରମିକଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ୁଥିବା ପରିବାର ପ୍ରତି ସ୍ୱାକ୍‌ର ଏହି ମାନବିକ ପ୍ରୟାସକୁ ସ୍ଥାନୀୟ ଗ୍ରାମବାସୀ ଓ ଶୁଭେଚ୍ଛୁମାନେ ପ୍ରଶଂସା କରିଛନ୍ତି.

ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ବ୍ରଜ ମୋହନ ଓଡ଼ିଶାର ନୂଆ ରାଜ୍ୟପାଳ

    ୪ ରାଜ୍ୟରେ ବଦଳିଲେ ରାଜ୍ୟପାଳ ନୂଆଦିଲ୍ଲୀରୁ ବିକାଶ ସ୍ୱାଇଁ : ଓଡ଼ିଶାର ରାଜ୍ୟପାଳ ବଦଳି ଯାଇଛନ୍ତି । ହରିବାବୁ କମ୍ଭମ୍‌ପଟିଙ୍କ ବଦଳରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

    Continue reading
    ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ। ସ୍ୱଚ୍ଛ ଓ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ