ନୂଆବର୍ଷରେ କଂଗ୍ରେସ ଦେଖିବ ନୂଆ ସଭାପତି

ଭୁବନେଶ୍ୱର: ରାଜନୈତିକ ଦୃଷ୍ଟିକୋଣରୁ ବିଦାୟୀ ୨୦୨୪ ବର୍ଷ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ପାଇଁ ଉଭୟ ତିକ୍ତ-ମଧୁର ଅନୁଭୂତି ଦେଇଥିବା ବେଳେ ୨୦୨୫ ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ଆହ୍ବାନ, ସଂଘର୍ଷ ଓ ସମ୍ମାନର ବର୍ଷ ହେବ।

କଂଗ୍ରେସ ଏପର୍ୟ୍ୟନ୍ତ ଏକ ସଠିକ୍‌ ନେତୃତ୍ୱ ଖୋଜୁଥିବା ବେଳେ ନୂଆବର୍ଷରେ ଦଳ ନୂଆ ସଭାପତି ଦେଖିବ। ସମ୍ପ୍ରତି କଂଗ୍ରେସ ଭୋଟବ୍ୟାଙ୍କର ସିଂହଭାଗ ଗତ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପିକୁ ପାଖକୁ ଯାଇଛି। ବିଶେଷ ଭାବରେ କଂଗ୍ରେସ ଭୋଟ ଅଧିକ ପରିମାଣରେ ବିଜେପିକୁ ଲାଭାନ୍ୱିତ କରିଛି। ତେଣୁ ନିଜ ଲୋକଙ୍କୁ ନିଜ ପାଖକୁ ଫେରାଇ ଆଣିବା, ସଂଗଠନକୁ ମଜଭୁତ୍‌ କରିବା ସର୍ବୋପରି ଗୋଷ୍ଠୀବିବାଦରୁ ମୁକୁଳିବା ପାଇଁ କଂଗ୍ରେସକୁ ଅନେକ ସଂଘର୍ଷ କରିବାକୁ ପଡ଼ିବ। ରାଜନୈତିକ ଦୃଷ୍ଟିକୋଣରୁ ୨୦୨୫ ରାଜ୍ୟ ରାଜନୀତିରେ ଅନେକ ନୂଆ ପଟ୍ଟକଥା ଲେଖିପାରେ। ଏହାର ଇଙ୍ଗିତ ୨୦୨୪ ମସିହାରେ ବିଭିନ୍ନ ରାଜନୈତିକ ଘଟଣାବଳୀରୁ ଅଳ୍ପବହୁତେ ମିଳିସାରିଛି। ଅତଏବ ଉପରୋକ୍ତ ୩ ଦଳର ନିଷ୍ଠା, ଚେଷ୍ଟା ଓ ପ୍ରଚେଷ୍ଟା ଆଗାମୀ ବର୍ଷରେ ସେମାନଙ୍କ ଗତିପଥକୁ ନିର୍ଣ୍ଣୟ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

  • Related Posts

    ଭୁବନେଶ୍ବର ଫେରିଲେ କଂଗ୍ରେସ ବିଧାୟକ

    ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହଟାଅ ଅଭିଯାନରେ ଦିଲ୍ଲୀ ଯାଇଥିବା କଂଗ୍ରେସର ୫ ବିଧାୟକ ଶୁକ୍ରବାର ରାତିରେ ଭୁବନେଶ୍ବର ଫେରିଛନ୍ତି। ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ସି.ଏସ. ରାଜନ ଏକ୍କା, ମଙ୍ଗୁ ଖିଲ,…

    Continue reading
    ପୋଲିସ ଆଇନର ରକ୍ଷକ ନୁହେଁ, ସତ୍ତାର ସୁରକ୍ଷା କର୍ମୀ:କଂଗ୍ରେସ

    ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ପୋଲିସର ନିର୍ଯାତନା ଏବଂ ଅର୍ଥ ଆଦାୟ ବିଷୟକୁ ନେଇ ଓଡିଶା ପୋଲିସ ପୁଣି ଥରେ କଳା କାରନାମା ରଚିଛି ଏବଂ ଏହାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ