ନେପାଳରେ ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି

କାଠମାଣ୍ଡୁ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଭାରତର ପଡୋଶୀ ନେପାଳରେ ମଧ୍ୟ ତୈଳ ସଙ୍କଟ ଦେଖାଦେଇଛି। ଆନ୍ତର୍ଜାତିକ ମାର୍କେଟରେ ଅଣବିଶୋଧିତ ତୈଳର ମୂଲ୍ୟବୃଦ୍ଧି ଏବଂ ମଧ୍ୟପ୍ରାଚ୍ୟରୁ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବାରୁ ନେପାଳରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଥିବା ଜଣାପଡିଛି।

ତଦନୁଯାୟୀ ନେପାଳରେ ପେଟ୍ରୋଲ ଲିଟର ପିଛା ୩୧ ଟଙ୍କା, ଡିଜେଲ ୫୪ ଟଙ୍କା ଏବଂ ଏଲପିଜି ସିଲିଣ୍ଡର ମୂଲ୍ୟ ୨୯୬ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ନେପାଳରେ ପେଟ୍ରୋଲ ଦର ବର୍ତ୍ତମାନ ଲିଟର ପିଛା ୧୮୮ ଟଙ୍କା, ଡିଜେଲ ୧୯୬ ଟଙ୍କା ଏବଂ ଏଲପିଜି ସିଲିଣ୍ଡର ୨୧୨୬ ଟଙ୍କାକୁ ବୃଦ୍ଧି ପାଇଛି। ଉପରୋକ୍ତ ମୂଲ୍ୟ ନେପାଳୀ ମୁଦ୍ରା (ଟଙ୍କା)ରେ ଧାର୍ୟ୍ୟ କରାଯାଇଛି। ମାର୍ଚ୍ଚ ୧୬ ମଧ୍ୟାହ୍ନ ୧୨ଟାରୁ ବର୍ଦ୍ଧିତ ମୂଲ୍ୟକୁ କାର୍ୟ୍ୟକାରୀ କରାଯାଇଥିବା ପ୍ରକାଶ। ସୂଚନାଯୋଗ୍ୟ ନେପାଳରେ କୌଣସି ବନ୍ଦର କିମ୍ବା ତୈଳ ବିଶୋଧନାଗାର ନଥିବାରୁ ଭାରତୀୟ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ତରଫରୁ ସେଠାକୁ ପେଟ୍ରୋଲ, ଡିଜେଲ ଓ ଏଲପିଜି ସିଲିଣ୍ଡର ଯୋଗାଣ କରାଯାଇଥାଏ।

  • Related Posts

    ପୁଣି ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ

    ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଖୁବ୍ ଜୋରର ବ୍ୟାପିବା ଆରମ୍ଭ କରିଛି। ଆମେରିକାରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ BA.3.2 ସାମ୍ନାକୁ ଆସିଛି, ଯାହାକୁ ସିକାଡା ( Cicada) ମଧ୍ୟ କୁହାଯାଉଛି। ରିପୋର୍ଟ ମୁତାବିକ , ସବ୍ ଭାରିଆଣ୍ଟ BA.3.2…

    Continue reading
    ଆଜିଠୁ ନୂଆ ଆୟକର ଆଇନ ଲାଗୁ

    ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ । ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ । ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ