ପଟ୍ଟାମୁଣ୍ଡାଇ ଘଟଣା; ପୁରୁଷ ବନ୍ଧୁ ଗିରଫ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ଗିରଫ ହୋଇଛନ୍ତି ପୁରୁଷ ବନ୍ଧୁ। ଯୁବତୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଚେନ୍ନାଇରୁ ଗିରଫ କରି ଓଡ଼ିଶା ଆଣୁଛି ପୁଲିସ । ସଂପୃକ୍ତ ଯୁବକଙ୍କ ନାଁରେ ବ୍ଲାକମେଲିଂ ନେଇ ଅଭିଯୋଗ ହୋଇଛି । ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ଆଜି କାଠିଆପଡା ଗାଁକୁ ଯିବ ଫରେନସିକ୍‍ ଟିମ୍‍ । କେନ୍ଦ୍ରାପଡା ଏସପିଙ୍କ ଉପସ୍ଥିତିରେ ତଦନ୍ତ କରିବାକୁ ଯିବେ । ଏହାପେର ଖୁବଶୀଘ୍ର ଯୁବତୀଙ୍କ ମୃତ୍ୟୁର ରହସ୍ୟ ଖୋଲିବ ବୋଲି କୁହାଯାଉଛି । ଗତକାଲି ଯୁବତୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଅପରପକ୍ଷରେ ଜଣେ ପୁଲିସ ଅଧିକାରୀ କହିଛନ୍ତି, ଛାତ୍ରୀଙ୍କ ଘରୁ ପୁଲିସ ଯେଉଁ ମୋବାଇଲ ଫୋନ ଜବତ କରିଛି ତାହାର ଫରେନସିକ ଟେଷ୍ଟ ହେଲେ ବହୁ ତଥ୍ୟ ମିଳିପାରିବ। ଛାତ୍ରୀଙ୍କ ପୁରୁଷ ବନ୍ଧୁ କେଉଁ ସବୁ ଫଟୋ ଓ ଭିଡିଓ ରଖି ତାଙ୍କୁ ବ୍ଲାକ ମେଲିଂ କରୁଥିଲା ଓ ଫୋନରେ କି ପ୍ରକାର ଧମକଚମକ ଦେଉଥିଲା ତାହା ମଧ୍ୟ ଜଣାପଡ଼ିବ। ସେହିପରି ମୃତ ଛାତ୍ରୀଙ୍କ ଗ୍ରାମର ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ପ୍ରକାଶ କରିଛନ୍ତି, ପୀଡ଼ିତାଙ୍କ ମୋବାଇଲ ଯାଞ୍ଚ କରାଗଲେ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ମୋବାଇଲକୁ ଟ୍ରାକ କରାଯାଇପାରିଲେ ଘଟଣା ପଛର ଅନେକ ରହସ୍ୟ ଉନ୍ମୋଚନ ହୋଇପାରିବ।

  • Related Posts

    ଭିଣୋଇଙ୍କୁ ପିଟି ପିଟି ମାରିଦେଲା ଶାଳକ

    ବଡ଼ବିଲ: ପାରିବାରିକ ବିବାଦକୁ କେନ୍ଦ୍ର କରି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁସାହିରେ ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଧରିବାକୁ…

    Continue reading
    ରାଜଧାନୀରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ !

    ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ଏକା ଥିବା ବେଳେ ଦୁଷ୍କର୍ମ । ଜଣେ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଜଣେ ଦୁର୍ବୃତ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ