ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଭୁବନେଶ୍ୱର: ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ବିଧାନସଭା ନିକଟରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଏହି ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ ସୋସିଆଲ ମିଡିଆ ପୋଷ୍ଟ ରେ ଲେଖିଛନ୍ତି, “ବିଶିଷ୍ଟ ସାନ୍ତାଳୀ ସାହିତ୍ୟିକ, ମହାନ ସଂସ୍କାରକ ତଥା ଅଲ୍ ଚିକି ଲିପିର ସ୍ରଷ୍ଟା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ମୋର ଭକ୍ତିପୂତ ପ୍ରଣାମ। ସାଂସ୍କୃତିକ ଅସ୍ମିତାର ରକ୍ଷା ଏବଂ ସାନ୍ତାଳୀ ଭାଷାକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ଆସନ୍ତୁ, ଏହି ପବିତ୍ର ଦିବସରେ ତାଙ୍କରି ଆଦର୍ଶରେ ଆମର ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଅକ୍ଷୁର୍ଣ୍ଣ ରଖିବା ସହ ଏକ ସମୃଦ୍ଧ ସମାଜ ଗଠନ ପାଇଁ ସଙ୍କଳ୍ପବଦ୍ଧ ହେବା।”

  • Related Posts

    ଆଜି ସରୁଛି ନୂତନ ସୁଭଦ୍ରା ପଞ୍ଜିକରଣ

    ଭୁବନେଶ୍ୱର: ଆଜି ଶେଷ ହେଉଛି ସୁଭଦ୍ରା ନୂତନ ପଞ୍ଜିକରଣ ତାରିଖ। ଏପ୍ରିଲ୍‌ ୧ରୁ ଆରମ୍ଭ ହୋଇଥିବା ନୂତନ ପଞ୍ଜିକରଣ ଅବଧି ଏବେ ଶେଷ ହେଉଛି। ଯେଉଁମାନେ କୌଣସି କାରଣରୁ ଆବେଦନ କରି ନାହାନ୍ତି, ସେମାନେ ଆଜି ଆବେଦନ କରିପାରିବେ। ମାନଦଣ୍ଡ ଅନୁଯାୟୀ,…

    Continue reading
    ଓଡ଼ିଶାର ପୋଚିଲିମାକୁ ସର୍ବଶ୍ରେଷ୍ଠ ପଞ୍ଚାୟତ ମାନ୍ୟତା

    ନୂଆଦିଲ୍ଲୀ: ଜାତୀୟ ପଞ୍ଚାୟତିରାଜ ଦିବସ ଉପଲକ୍ଷେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ପଞ୍ଚାୟତ ପ୍ରଗତି ସୂଚକାଙ୍କ ରିପୋର୍ଟର ଦ୍ୱିତୀୟ ସଂସ୍କରଣ ପ୍ରକାଶ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଦେଶର ୩୬୩୫ଟି ପଞ୍ଚାୟତ ଉଲ୍ଲେଖନୀୟ ଅଗ୍ରଗତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା