ପାଣି ପମ୍ପ ଚଲାଇବାକୁ ଯାଇ ମା’,ପୁଅ ମୃତ

ଦେବଗଡ଼: ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଗାଁରେ ଶନିବାର ବିଦ୍ୟୁତ୍‌ ଆଘାତରେ ଜଣେ ମହିଳା ଓ ତାଙ୍କ ନାବାଳକ ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଉପବାସୀ ଭୂତିଆ ଓ ମନପ୍ରୀତ ଭୂତିଆ (୭)। ଘର ପରିସରରେ ଥିବା କୂଅରେ ପାଣି ପମ୍ପ ଲାଗିଥିଲା । ପାଣି ପମ୍ପ ଚଲାଇବାକୁ ମା’, ପୁଅ ଯାଇଥିଲେ। ସେହି ସମୟରେ ସେମାନେ ଏକ ଜୀବନ୍ତ ବିଦ୍ୟୁତ୍‌ ତା’ର ସଂସ୍ପର୍ଶରେ ଆସି ଯାଇଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି କୁଣ୍ଢେଇଗୋଳା ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ କୁଣ୍ଢେଇଗୋଳା ଥାନା ଅଧିକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ। ପୁଲିସ୍ ଘଟଣା ସଂପର୍କରେ ପଚରାଉଚରା କରିବା ସହ ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

  • Related Posts

    ରାଜ୍ୟରେ ହେବ ୨୩ଟି ଟ୍ରକ ଟର୍ମିନାଲ: ମନ୍ତ୍ରୀ

    ଭୁବନେଶ୍ବର: ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସୁପ୍ରିମ କୋର୍ଟଙ୍କ କଠୋର ନିର୍ଦ୍ଦେଶ ପରେ ସଡ଼କ ସୁରକ୍ଷାକୁ ନେଇ ଓଡିଶାରେ ଆଲର୍ଟ । ରାଜ୍ୟର ବାଣିଜ୍ୟ ଓ ପରିବହନ ବିଭାଗ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଓ ପୁଲିସକୁ ଏହି ନିର୍ଦ୍ଦେଶଗୁଡ଼ିକୁ କଡ଼ାଭାବେ…

    Continue reading
    ମେଟ୍ରୋ ବଦଳରେ ଗଡ଼ିବ ବସ

    ଭୁବନେଶ୍ବର: କଟକ-ଭୁବନେଶ୍ବରରେ ଚାଲିବ ମେଟ୍ରୋ । ଏ ସ୍ବପ୍ନ ଅନେକ ଦିନ ଆଗରୁ ଦେଖି ଆସୁଛନ୍ତି ଟ୍ବିନସିଟିବାସୀ । ଆଉ ପୂର୍ବ ସରକାର ସମୟରେ ଏଥିପାଇଁ କାମ ମଧ୍ୟ ଆରମ୍ଭ ହେଲା । ହେଲେ ଏବେ ଏହି ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ