ପାରଦ ତଳମୁହାଁ : ଦାରିଙ୍ଗବାଡିରେ ୧୨.୫

ଭୁବନେଶ୍ୱର: ଗତ ୨ଦିନ ହେବ ପାରଦ ତଳମୁହାଁ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇଛି। ଶନିବାର ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୧.୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ରାଜ୍ୟର ପ୍ରାୟ ୩୦ ସ୍ଥାନରେ ପାରଦ ୨୦ ଡିଗ୍ରୀ ସେଲସିୟସ୍‌ରୁ କମ୍‌ ରେକର୍ଡ କରାଯାଇଛି। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ୍‌ ରହିଥିବାବେଳେ ଏହା ତଳକୁ ରାଉରକେଲାରେ ୧୨.୭ ଡିଗ୍ରୀ, ଝାରସୁଗୁଡ଼ାରେ ୧୩.୦ ଡିଗ୍ରୀ ଓ କେନ୍ଦୁଝରଗଡ଼ରେ ୧୪.୫ ଡିଗ୍ରୀ ସେଲସିୟସ୍‌ ରହିଥିଲା। ତେବେ ଆସନ୍ତା ୫ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ କମିପାରେ ଓ ୨୩ ତାରିଖ ପର୍ୟ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

  • Related Posts

    ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ

    ଭୁବନେଶ୍ବର : ଖରାକୁ ଦୃଷ୍ଟିରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ । ସମସ୍ତ ସରକାରୀ, ବେସରକାରୀ ସ୍କୁଲ ପାଇଁ ଏହା ଲାଗୁ କରାଯାଇଛି। ସ୍କୁଲରେ ସକାଳୁଆ ପାଠପଢା ପାଇଁ ନିର୍ଦେଶ ଦିଆଯାଇଛି। ସକାଳ ସାଢେ ୬ ଟାରୁ ସାଢେ ୧୦ଟା…

    Continue reading
    ରାଜ୍ୟରେ ବଢ଼ିଯାଇଛି ତାତି

    ଭୁବନେଶ୍ୱର,:ରାଜ୍ୟରେ ତାତି ଅଚାନକ ବଢ଼ିଯାଇଛି । ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଓଗୁଳୁଗୁଳି ହେଉଛି । ଗୁରୁବାର ଦୁଇ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଯାଇଛି। ଅଧିକାଂଶ ସ୍ଥାନର ତାପମାତ୍ରା୩୮-୩୯ ଡିଗ୍ରୀ ପାଖାପାଖି ରହିଛି । ଆର୍ଦ୍ରତା ଅଧିକ ହେବା ଯୋଗୁ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ