ରାଜ୍ୟର ୪୮ଟି ବନଖଣ୍ଡରେ ସରିଲା ହାତୀ ଗଣନା

ଭୁବନେଶ୍ବର : ରାଜ୍ୟର ୪୮ଟି ବନଖଣ୍ଡରେ ହାତୀ ଗଣନା ସରିଲା। ଏହାର ରିପୋର୍ଟ ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ କରିବାକୁ ବନ୍ୟପ୍ରାଣୀ ବିଭାଗ ଲକ୍ଷ୍ୟ ରଖିଛି।ନଭେମ୍ବର ୧୪ରୁ ୧୬ତାରିଖ ପର୍ୟ୍ୟନ୍ତ ତିନିଦିନ ଧରି ହାତୀ ଗଣନା କରାଯାଇଛି। ରାଜ୍ୟରେ କେତେ ହାତୀ ରହିଛନ୍ତି ସେ ସଂକ୍ରାନ୍ତ ଗଣନା ରିପୋର୍ଟ ବନ ବିଭାଗ ପକ୍ଷରୁ ପ୍ରକାଶ ପାଇବ। ଆଠଗଡ଼ ବନଖଣ୍ଡ ଅଧୀନରେ ଥିବା ପାଞ୍ଚଟି ରେଞ୍ଜରେ ହାତୀ ଗଣନା ହୋଇଛି। ପ୍ରତି ରେଞ୍ଜରେ ୩ ଜଣିଆ ବନ କର୍ମଚାରୀ ଗଣନା କାର୍ୟ୍ୟରେ ଲାଗିଥିଲେ। ଆଠଗଡ଼ ରେଞ୍ଜ, ଖୁଣ୍ଟୁଣି, ବଡ଼ମ୍ବା, ନରସିଂହପୁର ପୂର୍ବ ଓ ନରସିଂହପୁର ପଶ୍ଚିମ ରେଞ୍ଜର ବିଭିନ୍ନ ସ୍ଥାନରେ ବୁଲି ହାତୀଙ୍କ ଗଣନା ହୋଇଛି। ଏହି ଶୀତକାଳୀନ ଗଣନା କାର୍ୟ୍ୟରେ ଥର୍ମାଲ କ୍ୟାମେରା ଏବଂ ଡ୍ରୋନ ବ୍ୟବହାର କରାଯାଇଛି। ସେହିପରି ୧୪ ଓ ୧୫ ତାରିଖ ଦୁଇଦିନ ଧରି ଢେଙ୍କାନାଳ ଜିଲାରେ ହାତୀ ଗଣନା ହୋଇଛି। ହାତୀ ଗଣନା ପାଇଁ ଜିଲାର ୮ଜଣ ରେଞ୍ଜର, ଫରେଷ୍ଟ ଗାର୍ଡ, ଡେପୁଟି ରେଞ୍ଜର ଓ ଫରେଷ୍ଟର, ହାତୀ ସ୍କ୍ୱାଡ କର୍ମଚାରୀ, ଟ୍ରାକର ଆଦିଙ୍କୁ ନେଇ ୪୦୦ରୁ ଊର୍ଦ୍ଧ୍ବ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଥିପାଇଁ ୪ଟି ରାତିଦୃଶ୍ୟ (ନାଇଟ୍‌ ଭିଜନ) ଡ୍ରୋନ ଲଗାଯାଇଥିଲା। ବାଇନାକୁଲାର ସହିତ ଲାଇଟ ଲାଗିଥିବା ସ୍ୱତନ୍ତ୍ର ଗାଡି ମଧ୍ୟ ବ୍ୟବସ୍ଥା ହୋଇଥିଲା। ଜିଲାରେ ୩୦୦ରୁ ଅଧିକ ହାତୀ ରହିଥିବା ବେଳେ କେବଳ ହିନ୍ଦୋଳ ରେଞ୍ଜରେ ୨୦୦ହାତୀ ଥିବା ଜଣାପଡ଼ିଛି। ଅନୁଗୋଳ, ଆଠମଲ୍ଲିକ, ବାଲିଗୁଡା, ବରଗଡ଼, ବାରିପଦା, ବ୍ରହ୍ମପୁର, କଟକ, ଜୟପୁର, କୋରାପୁଟ, ନୟାଗଡ଼, ନବରଙ୍ଗପୁର, ଖୋର୍ଦ୍ଧା, ଶିମିଳିପାଳ ଉତ୍ତର, ଶିମିଳିପାଳ ଦକ୍ଷିଣ ଆଦି ୪୮ଟି ବନଖଣ୍ଡରେ ହାତୀ ଗଣନା କରାଯାଉଛି। ହାତୀ ଗଣନା ପାଇଁ ବନଖଣ୍ଡ ରେଞ୍ଜଗୁଡିକରେ ୧୩୭୦ ମଞ୍ଚା ବନ୍ଧା ଯାଇଥିଲା। ହାତୀ ଗଣନା ପାଇଁ ୫ହଜାର ୭ଶହ ବନ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ୪ଶହରୁ ଅଧିକ ଥର୍ମାଲ କ୍ୟାମେରା ଏବଂ ଡ୍ରୋନ ବ୍ୟବହାର କରାଯାଇଛି।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ