ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି:କାହିଁକି ଜାଣନ୍ତୁ

ଭୁବନେଶ୍ବର: ବାଲେଶ୍ୱର ଫକୀରମୋହନ ଛାତ୍ରୀ ଓ ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଅଗଷ୍ଟ ୧ରୁ ୮ ଦ୍ଵିତୀୟ ପର୍ୟ୍ୟାୟ ବିକ୍ଷୋଭ କରିବ ବିଜୁ ଜନତା ଦଳ । ସାରା ରାଜ୍ୟରେ ନାରୀ ନିର୍ୟାତନା, ଛାତ୍ରୀ ଦୁଷ୍କର୍ମ, ଛାତ୍ରୀ ଗର୍ଭବତୀ ହେଉଛନ୍ତି । ବଳଙ୍ଗା ଓ ଫକୀରମୋହନ ଘଟଣାରେ ବିଜେଡି ବିକ୍ଷୋଭ ଡାକରା ଦେଇଥିଲା । ଏହି ଆନ୍ଦୋଳନ ଆହୁରି ଆଗକୁ ଯିବ । ଫକୀରମୋହନ ଘଟଣାରେ କମିଟି ବସୁଛି । କିଛି କାର୍ୟ୍ୟାନୁଷ୍ଠାନ ହେଉନି । ଛାତ୍ରୀଙ୍କ ୠଓଜ କାହିଁକି ରଖାଗଲାନି, ସେ ଦିଗକୁ କେହି ଯାଉନାହାନ୍ତି । ଆମେରିକା କହିଲା ଓଡ଼ିଶା ସୁରକ୍ଷିତ ନୁହେଁ । ବଳଙ୍ଗା ଘଟଣାରେ ସୁପ୍ରିମକୋର୍ଟ ଭର୍ସନା କରିଛନ୍ତି । ସ୍କୁଲରେ ଛାତ୍ରୀ ଗର୍ଭବତୀ ହେଉଛନ୍ତି । ମହିଳା ଅସଦାଚରଣ ମାମଲାରେ ଓଡ଼ିଶା ଏକ ନମ୍ବର । ଯାହା ବିଶ୍ୱକୁ ଦୋହଲାଇ ଦେଇଛି । ଏହା ବିରୋଧରେ ଯୁବ ଓ ଛାତ୍ର ବିଜେଡି ସରକାରଙ୍କୁ କ୍ଷମା ଦେବନି ବୋଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି । ଏହା ଉପରେ ରୋକ ନ ଆସିଲେ, ଅଗଷ୍ଟ ୧ରୁ ୮ ଯାଏଁ ସବୁ କଲେଜ କ୍ୟାମ୍ପସ ପାଖ ଥାନା ଓ SPଙ୍କୁ DGଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ । ଅଗଷ୍ଟ ୪ କ୍ରାନ୍ତି ଦିବସରୁ ଅଗଷ୍ଟ ୧୪ ଯାଏଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯିବ । ସେ ହସ୍ତକ୍ଷେପ କରନ୍ତୁ । ବେଳାଭୂମି ଓ କ୍ୟାମ୍ପସ ଅସୁରକ୍ଷିତ ।

ସେହିଭଳି ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି, ଓଡ଼ିଶାରେ ଯେଉଁଭଳି ଭାବେ ଅଭାବନୀୟ ଘଟଣା ସବୁ ଘଟୁଛି, ଆଜି ଛାତ୍ରଛାତ୍ରୀ କ୍ୟାମ୍ପସରେ ଡ଼ରୁଛନ୍ତି । ପୋଲିସ କାର୍ୟ୍ୟାନୁଷ୍ଠାନ ନେଉନି । ବଳଙ୍ଗା ଘଟଣାରେ ପୋଲିସର ହାତ ଖାଲି । ଛାତ୍ରଛାତ୍ରୀ ନିଜ ସୁରକ୍ଷା ଦାବି କରିବେ । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି । ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଦାବି କରାଯିବ । ପୋଷ୍ଟକାର୍ଡ ପଠାଯିବ । ଦିନେ ମହିଳା ସଶକ୍ତିକରଣ ହେଉଥିଲା ଓଡ଼ିଶାରେ । ହେଲେ ଏବେ ଆମେରିକାର ପର୍ୟ୍ୟଟନ ମାର୍ଗଦର୍ଶିକାରେ ଓଡ଼ିଶା ସୁରକ୍ଷିତ ନୁହେଁ ବୋଲି କୁହାଯାଇଛି । ରାସ୍ତାଘାଟରେ ଯେପରି ମହିଳା ମାନେ ନିଜକୁ ସୁରକ୍ଷିତ ମନେ କରିବେ, ସେଥିପାଇଁ ଅଗଷ୍ଟ ୧ରୁ ଦ୍ଵିତୀୟ ପର୍ୟ୍ୟାୟ ଓ ଅଗଷ୍ଟ ୯ରୁ ତୃତୀୟ ପର୍ୟ୍ୟାୟ ଆନ୍ଦୋଳନ କରିବ ବିଜେଡି । ବିଜେପି ସରକାର ପଦକ୍ଷେପ ନ ନେଲେ, ରାଜ୍ୟରେ ବଡ଼ ଛାତ୍ର ଆନ୍ଦୋଳନ ହେବେ । ଉପ ବାଚସ୍ପତି ଓଡ଼ିଶାର ଆଇନ ଶୃଙ୍ଖଳା ଉପରୁ ବିଶ୍ୱାସ ହରାଇ ବସିଛନ୍ତି । ତେଣୁ ଆଉ ଏକ ରାଜ୍ୟର ମଡେଲ ଆପଣେଇବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହାଠାରୁ ନିନ୍ଦନୀୟ ଘଟଣା ଓଡ଼ିଶାରେ କେବେ ଘଟିନଥିଲା । ଉପ ବାଚସ୍ପତି ହୃଦୟଙ୍ଗମ କରିଛନ୍ତି ଯେ ଏଠି ଆଇନଶୃଙ୍ଖଳା ନାହିଁ ବୋଲି ଦେବୀ ତ୍ରିପାଠୀ କହିଛନ୍ତି ।

  • Related Posts

    ଆଜି ନୂଆ ଟିମ୍ ଘୋଷଣା କରିପାରନ୍ତି ନୀତିନ ନବୀନ

    ନୂଆଦିଲ୍ଲୀ : ବିଜେପିର ସଙ୍ଗଠନରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଚୂଡାନ୍ତ କରିସାରିଛନ୍ତି । କେବଳ ଔପଚାରିକ ଘୋଷଣାକୁ ବାକି ଅଛି । କୁହାଯାଉଛି କି ସୋମବାର…

    Continue reading
    ଜାତୀୟ ପ୍ରତୀକ ଓ ଗାନ ପ୍ରତି ଅବମାନନା ଓ ବାଧା ସୃଷ୍ଟି କରି ଦଣ୍ଡନୀୟ ଅପରାଧ କରଛନ୍ତି ସୋନିଆ: ଅଭିଳାଷ ପଣ୍ଡା

    ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖ ଦିନ ସମଗ୍ର ଦେଶବାସୀ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ୮୦ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଅନ୍ୟପଟେ ଭାରତୀୟ ଜାତୀୟ କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ସମାରୋହ ପାଳନ ଅବସରରେ ବନ୍ଦେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ