ପୁଣି ବଢ଼ିଲା ଚିନି, ଡାଲି ଦର

ଭୁବନେଶ୍ୱର: ପୁଣି  ବଢ଼ିଲା ଚିନି ଦର । କୁଇଣ୍ଟାଲ ପିଛା ୫୦ କି  ୧୦୦ ନୁହେଁ, ଏକାଥରକେ ୩୦୦ରୁ ୫୦୦  ଟଙ୍କା ବଢ଼ିଛି । କିଛି ଦିନ ପୂର୍ବରୁ ଚିନି କୁଇଣ୍ଟାଲ ପିଛା ଦର ୫୦୦୦ ଟଙ୍କା ଥିବା ବେଳେ ଏବେ ଛୋଟଦାନା ଓ ବଡ଼ଦାନା ପ୍ରକାରଭେଦରେ  ୫୩୦୦ରୁ ୫୫୦୦ ଟଙ୍କା ହୋଇଯାଇଛି । ଏଣେ ଖୁଚୁରା ବଜାରରେ କିଲୋ ପ୍ରତି ୬୦ଟଙ୍କାରେ  ବିକ୍ରି  ହେଲାଣି ଚିନି । ଖାଲି ଚିନି ନୁହେଁ,  ହରଡ଼ ଡାଲି ଓ ବୁଟ ଡାଲି ଦର ବି ବଢ଼ିଛି । କୁଇଣ୍ଟାଲ ପିଛା ଏକାବେଳକେ ୫୦୦ରୁ  ୭୦୦ ଟଙ୍କା ଦର ବୃଦ୍ଧି ପାଇଛି । ପୂର୍ବରୁ ହରଡ ଡାଲି କ୍ୱିଣ୍ଟାଲ୍‌ ଦର ୧୩,୫୦୦ ଟଙ୍କା  ଥିବା ବେଳେ ଏବେ ସ୍ଥଳବିଶେଷରେ ୧୪,୦୦୦  ଟପିଗଲାଣି । ବଜାରରେ ଡାଲି କିଲୋ ୧୪୨ରୁ  ୧୫୦କୁ ଡେଇଁଲାଣି । ବୁଟଡାଲି ଦର ବି କ୍ୱିଣ୍ଟାଲ  ପିଛା ୬୦୦ରୁ ୭୦୦ ଟଙ୍କା ବଢିଛି ।ଦଶହରା ଘଡ଼ି । ଆଜିଠୁ ନବରାତ୍ର  ଆରମ୍ଭ । ଏଭଳି ସମୟରେ ହାଣ୍ଡିଶାଳର ଦୁଇ ପ୍ରମୁଖ ଖାଦ୍ୟ ଚିନି, ଡାଲିର ଦର  ବୃଦ୍ଧି ଖାଲି ଓଷାଧାରୀ ନୁହେଁ ସମସ୍ତଙ୍କ ଚିନ୍ତା  ବଢ଼ାଇଛି ।
ବ୍ୟବସାୟୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ଚିନି ଓ ଡାଲି ଉତ୍ପାଦନ ଶୂନ୍ୟ । ରାଜ୍ୟରେ ବାର୍ଷିକ ୯ଲକ୍ଷ ଟନ୍‌ ଚିନି ଦରକାର  ପଡ଼ୁଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ  ୯୮ ପ୍ରତିଶତ ଚିନି ଆସୁଛି । ଗଲା ୬ମାସ  ହେବ ଚିନି ଦର ଖାଉଟିଙ୍କ ସହ ଲୁଚକାଳି  ଖେଳୁଛି । ମାସେ ତଳେ ଚିନି କିଲୋ  ୭୦ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇଥିଲା । ପରେ  ପୁଣି ଦର ଟିକେ କମିଥିଲା । ଏବେ ପୁନଶ୍ଚ  ସେହି ସ୍ଥିତି ଉପୁଜିଲାଣି । ସେହିପରି ବାର୍ଷିକ  ୯ଲକ୍ଷ ୩୦ହଜାର ଟନ୍‌ ଡାଲିର ଆବଶ୍ୟକତା  ପଡ଼ୁଛି ରାଜ୍ୟରେ । ଡାଲି ଅଭାବ ମେଣ୍ଟାଇବା ପାଇଁ ଛତିଶଗଡ଼, ମହାରାଷ୍ଟ୍ର ଓ ନାଗପୁରରୁ  ୮ଲକ୍ଷ ଟନ୍‌ ହରଡ଼ ଡାଲି ଆସୁଛି । ବାକି  ରାଜ୍ୟରେ ଚାଷ ହେଉଥିବା ମୁଗ, ବିରି ଓ  କୋଳଥ ଲୋକଙ୍କ ଚାହିଦା ପୂରଣ କରୁଛି ।

ଗତ ସପ୍ତାହରେ ଚାଉଳ ଦର  ବଢ଼ିଥିଲା । ସରୁ ବା ଫାଇନ୍‌ ଚାଉଳ  କ୍ୱିଣ୍ଟାଲ ପିଛା ୮୦୦ରୁ ୧ ହଜାର ଟଙ୍କା ଏବଂ  ସୁପର ଫାଇନ୍‌ ଚାଉଳ ୧ ହଜାରରୁ ୧୫  ଶହ ଟଙ୍କା ବଢ଼ିଥିଲା। ଏବେ ପୁଣି ଅରୁଆ  ଚାଉଳ ଦରରେ ୧୦ରୁ ୨୦ ଟଙ୍କା ଯାଏ ବୃଦ୍ଧି  ହୋଇଛି । ଜିରା ରାଇସ୍‌ ଏବେ କିଲୋ ପିଛା  ୬୦ରୁ ୬୫ ଟଙ୍କା, ଡେରାଡୁନ ଚାଉଳ  ୧୦୫ରୁ ୧୧୦ ଟଙ୍କାରେ ବିକ୍ରି ହେଉଛି ।  ବାସୁମତି ଚାଉଳ କିଲୋ ପିଛା ୨୦ ଟଙ୍କା ବଢ଼ି  ୧୭୦ ଟଙ୍କାରେ ପହଞ୍ଚିଛି । ଗଲା ୪ ତାରିଖରୁ  ଓମଫେଡ୍‌ କ୍ଷୀର ଦର ଲିଟର ପିଛା ୨ରୁ ୪  ଟଙ୍କା ବୃଦ୍ଧି ହୋଇଛି। ରାଜ୍ୟବାସୀ ଏଭଳି  ଦର ବୃଦ୍ଧି କଷଣରେ ପେଷି ହେଉଥିବା  ବେଳେ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ।

  • Related Posts

    ଆଜିଠାରୁ ଶକ୍ତିପୀଠରେ ନବରାତ୍ର ପୂଜା

    ଆଜିଠାରୁ ଶକ୍ତିପୀଠରେ ଆରମ୍ଭ ହେଉଛି ନଅ ଦିନ ଧରି ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ। ନଅ ଦିନ ଧରି ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କ ପୂଜା କରାଯିବ। ଏହି ଅବସରରେ ମାଆଙ୍କ ଦର୍ଶନ ପାଇଁ…

    Continue reading
    ପାର୍ବଣ ବେଳେ କାଚିବ ବର୍ଷା ପବନ

    ଆସୁଛି ବଡ଼ ବର୍ଷା ! ଏଥର ଧୋଇଯିବ ଦଶହରା ! ୧୩ରେ ଲଘୁଚାପ, ନେବ କି ବାତ୍ୟାର ରୂପ ? କ’ଣ କହୁଛି ପାଣିପାଗ ବିଭାଗର ପୂର୍ବାନୁମାନ ? ପାର୍ବଣ ବେଳେ କାଚିବ ବର୍ଷା ପବନ । ଫିକା ପଡିପାରେ ଦୁର୍ଗାପୂଜା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ