ଭୁବନେଶ୍ବର,04।09: ପୂଜାକୁ ନେଇ ବିଏମସିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥର ରାଜଧାନୀରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହା ସହ ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁରଙ୍କୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ପାର୍କିଂ ପାଇଁ ସୁବିଧା ନଥିଲେ ମୀନା ବଜାର ପଡିବନି କିମ୍ବା ରାବଣ ପୋଡ଼ି ପାଇଁ ମଧ୍ୟ ଅନୁମତି ମିଳିବନି । କୌଣସି ପୂଜା କମିଟି ମୁଖ୍ୟ ରାସ୍ତାରେ ତୋରଣ ଲଗାଇପାରିବେ ନାହିଁ । ସମସ୍ତ ପୂଜା ପେଣ୍ଡାଲ ଓ ଭସାଣି ପୋଖରୀ ନିକଟରେ ଆମ୍ବୁଲାନ୍ସ ରଖିବା ବ୍ୟବସ୍ଥା ହେବ । ପୂଜା ପ୍ଲାଷ୍ଟିକ ମୁକ୍ତ ହେବ। ପୂଜା କମିଟି ମୁଖ୍ୟ ରାସ୍ତାରେ ତୋରଣ ଲଗେଇ ପାରିବେ ନାହିଁ। ସବୁ ଭସାଣି ସ୍ଥାନରେ କଣ୍ଟ୍ରୋଲ ରୁମ ଖୋଲିବ। ଆମ୍ବୁଲାନ୍ସ ରଖାଯିବ। ପୂଜା ପେଣ୍ଡାଲରେ ନିଶାକୁ ନା’ର ସଚେତନତା ଵାର୍ତ୍ତା ପୁଲିସ ବିଭାଗ ବାଣ୍ଟିବ। ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ତାର ମରାମତିକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ରାସ୍ତା ଖରାପ ନେଇ ପିଡବ୍ଲୁଡିର ବିଭାଗୀୟ ଅଧିକାରୀଙ୍କୁ କମିସନର ତାଗିଦ କରିଛନ୍ତି। ପୂଜା ପୂର୍ବରୁ ସବୁ ରାସ୍ତା ମରାମତି କାମ ସାରିବା ନେଇ ଡେଡ଼ ଲାଇନ ଦେଇଛନ୍ତି। ରାସ୍ତା ଖାଲଖମାର ମରାମତି ନେଇ ସବୁ ୱାର୍ଡକୁ ଦିଆଯିବ ପାଞ୍ଚ ଲକ୍ଷ୍ ଟଙ୍କା ପ୍ରଦାନ କରାଯାଇଛି। ପେଣ୍ଡାଲ ନିକଟରୁ ବୁଲା କୁକୁର ହଟିବେ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ ବିଏମସି କମିସନର ଚଞ୍ଚଳ ରାଣା,ମେୟର ସୁଲୋଚନା ଦାସ,ବିଭିନ୍ନ ୱାର୍ଡର କର୍ପୋରେଟର,ପୁଲିସ, ୱାଟକୋ, ଅଗ୍ନିଶମ ବାହିନୀ ଏବଂ ସମସ୍ତ ବିଭାଗର ଅଧିକାରୀ ସାମିଲ ଥିଲେ।
୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି, ଚଣ୍ଡୀ ପ୍ରସାଦ ଉତ୍କଳ ଓ ଅର୍କ କୁମାର ଦାସ ରେଭେନ୍ସାର କୁଳପତି
୦୬।୦୪।୨୦୨୬,ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପଟି ଆଜି ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି । ପ୍ରଫେସର ଡକ୍ଟର ଚଣ୍ଡୀ ପ୍ରସାଦ ନନ୍ଦଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ…


