ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ତୃତୀୟ କିସ୍ତି

ଭୁବନେଶ୍ଵର:ଆଜି ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ତୃତୀୟ କିସ୍ତି ଟଙ୍କା। କୋରାପୁଟ ଜିଲାର ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଟମ ଦବାଇ ୧ କୋଟିରୁ ଊର୍ଦ୍ଧ୍ବ ସୁଭଦ୍ରା ଭଉଣୀଙ୍କୁ ତୃତୀୟ କିସ୍ତିର ୫ ହଜାର ଟଙ୍କା ଲେଖାଏଁ ବ୍ୟାଙ୍କ ଖାତାକୁ ପ୍ରଦାନ କରିବେ। ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କୋରାପୁଟ ଜିଲା ଗସ୍ତ ଅବସରରେ କୋଟିଆ ଗାଁକୁ ଯାଇଛନ୍ତି। କୋଟିଆର ପ୍ରତି ଘରେ ହିତାଧିକାରୀଙ୍କ ପାଖରେ କିପରି ସୁଭଦ୍ରା ଟଙ୍କା ପହଞ୍ଚିବ ସେଥିପ୍ରତି ଦୃ‌ଷ୍ଟି ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ତାଙ୍କ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ଗ୍ରାମୀଣ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆଣିଛି ସୁଭଦ୍ରା ଯୋଜନା। ଅଗଷ୍ଟ ୯ ରାଖି ପୂର୍ଣ୍ଣିମା ଅବସରରେ ଏଥିରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ଫର୍ଦ। ମହିଳାଙ୍କ ସମୃଦ୍ଧି ଜରିଆରେ ରାଜ୍ୟ ଓ ଦେଶର ଉନ୍ନତି ପାଇଁ ସଂକଳ୍ପବଦ୍ଧ ରାଜ୍ୟ ସରକାର। ଉପମୁଖ୍ୟମନ୍ତ୍ରୀ କହିଥିଲେ, ଅଗଷ୍ଟ ୯ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା
ଯୁବତୀ/ମହିଳା ନୂତନ କରି ଆବେଦନ କରିବାକୁ ଥିବାବେଳେ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ଉପରେ ପୁଣିଥରେ ସର୍ବେକ୍ଷଣ କରାଯିବ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯେଭଳି ସୁଭଦ୍ରା ପହଞ୍ଚିବ ସେନେଇ ଯୋଜନାକୁ କ୍ରିୟାନ୍ବୟନ କରିବାକୁ ସରକାର ଲଗାତାର ଭାବେ ପ୍ରୟାସ କରୁଥିବା ସେ ପ୍ରକାଶ କରିଛନ୍ତି।

  • Related Posts

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଭୁବନେଶ୍ୱର: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭୋଟ ଚୋରୀ ଉପାଖ୍ୟାନକୁ ନେଇ ରାଜ୍ୟ କଂଗ୍ରେସର ସାମ୍ୱାଦିକ ସମ୍ମିଳନୀ । ପିସିସି ସଭାପତି କହିଛନ୍ତି ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର । ନହେଲେ ଏଥର ରାଜ୍ୟରେ କଂଗ୍ରେସର…

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ଭୁବନେଶ୍ବର: ରାଜ୍ୟ ବିଜେପିର ଅନେକ ନେତା ଏବେ ନିଗମ ଓ ବୋର୍ଡ ଅଧ୍ୟକ୍ଷ ହେବା ଆଶାରେ ଅଛନ୍ତି। ଆଉ ୨୦ ତାରିଖ ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ। ତେବେ ବର୍ତ୍ତମାନ ସମୟରେ ନିର୍ଦ୍ଦିଷ୍ଟ ତାରିଖ କହିହେବ ନାହିଁ।…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଲେକାର୍ପିତ ହେଲା “ବ୍ରେନସ୍ ଆଇକନିକ୍ ଟ୍ରଷ୍ଟ”

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ -ମୁଖ୍ୟମନ୍ତ୍ରୀ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ

    ଅପରେସନ୍ ସିନ୍ଦୂର: ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଧ୍ବଂସ