ବନ କର୍ମଚାରୀଙ୍କୁ ଗୁଳିମାଡ଼: ୪ ଶିକାରୀ ଗିରଫ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ପୋଡାଡିହା ରେଞ୍ଜର ମନଭଙ୍ଗା ବିଟ୍‌ରେ ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଭିତରକୁ ବନ କର୍ନଚାରୀ ଏବଂ ଏସଟିପିଏଫ ଯାଇଥିବା ବେଳେ ଦୁଇ ରାଉଣ୍ଡ ଗୁଳିମାଡ଼ କଲେ ଶିକାରୀ । ବନ କର୍ମଚାରୀଙ୍କ ଫାଙ୍କା ଗୁଳି ଚାଳନାରେ ୪ ଶିକାରୀ ଗିରଫ ହୋଇଥିବା ବେଳେ ୨ ଜଣ ଫୋରାର ହୋଇଛନ୍ତି । ଗିରଫ ଶିକାରୀ ମାନେ ହେଲେ ଅଶ୍ୱକୁଟି ଗାଁର ଗାନସା ସିଂ, ବରଜୁ ସିଂ, ଗୁରା ସିଂ ବାଂକ୍ଷୀରା, କାର୍ତ୍ତିକ ସିଂ ବାଂକ୍ଷୀରା ବୋଲି ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲା ପୋଡାଡିହା ରେଞ୍ଜର ମନଭଙ୍ଗା ବିଟ୍‌ରେ ଏଭଳି ଘଟଣା ଘଟିଛି ।
ରବିବାର ବିଳମ୍ବିତ ରାତିରେ ପୋଡ଼ାଡିହା ବନ ବିଭାଗ ଏବଂ ଏସ୍‌ଟିପିଏଫ୍‌ ମିଳିତ ଭାବେ ମନଭଙ୍ଗା ବିଟ୍‌ ଅଞ୍ଚଳରେ ଚଢାଉ କରିଥିଲେ । ଏହି ସମୟରେ ୬ ଜଣ ଶିକାରୀ ଜଙ୍ଗଲରେ ମଧ୍ୟରେ ରୋଷେଇ କରୁଥିବାର ଦେଖିଥିଲେ । ବନ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ଦୁଇ ରାଉଣ୍ଡ ଗୁଳିଚାଳନା କରି ଖସିଯିବାକୁ ଚେଷ୍ଟା କରିଥିଲେ । ହେଲେ ତାହା ସଫଳ ହୋଇନଥିଲା । ଏସ୍‌ଟିପିଏଫ୍‌ ମଧ୍ୟ ଫାଙ୍କା ଗୁଳିଚାଳନା କରିଥିଲେ । ତେବେ ଘଟଣାସ୍ଥଳରେ ଜଣେ ଶିକାରୀ ଏବଂ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିବା ବେଳେ ୫ ଜଣ ଖସିଯାଇଥିଲେ । ଗିରଫ ଶିକାରୀଙ୍କୁ ପଚରାଉଚରା ପରେ ଅଶ୍ୱକୁଟି ଅଞ୍ଚଳରେ ଚଢାଉ ହୋଇଥିଲା । ଯେଉଁଠାରେ ଅନ୍ୟ ୩ ଜଣ ଶିକାରୀଙ୍କୁ ଗିରଫ ସହ ଜଙ୍ଗଲରେ ଲୁଚାଇ ରଖିଥିବା ୩ ବନ୍ଧୁକ ଜବତ ହୋଇଥିଲା । ଏବେବି ୨ ଜଣ ଶିକାରୀ ଫେରାର ରହିଛନ୍ତି ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

    ଭବାନୀପାଟଣା: କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ନୁଆଗୁଡା ଗାଁ ର ମାନସିଂହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ