ବଳଙ୍ଗା ମାମଲାରେ କଂଗ୍ରେସର ଅଭିଯୋଗ:ସରକାରଙ୍କ ନିର୍ଦେଶରେ କାମ କରୁଛି ପୁଲିସ

ଭୁବନେଶ୍ୱର,: ବଳଙ୍ଗା ମାମଲାରେ ଗୁରୁତର କଂଗ୍ରେସ ଆଣିଲା ଅଭିଯୋଗ। ପୁଲିସ୍ ଡିଜି ଗଣମାଧ୍ୟମରେ ଦେଇଥିବା ଦେଇଥିବା ସୂଚନା ସରକାରଙ୍କ ପ୍ରାୟୋଜିତ। ତଦନ୍ତ ବେଳେ ତଥ୍ୟ ଗଣମାଧ୍ୟମକୁ ଆସିବା କଥା ନୁହଁ । କିନ୍ତୁ ପୁଲିସ ଭାରତୀୟ ନ୍ୟାୟ ସଂହିତା ଅନୁସାରେ କାମ କରୁନି । ଓଲଟା ସରକାରଙ୍କ ନିର୍ଦେଶରେ କାମ କରୁଛି ପୁଲିସ । ଗଣମାଧ୍ୟମରେ ଦେଇଥିବା ସୂଚନା ସରକାର ପ୍ରାୟୋଜିତ ହୋଇଥିବା ବେଳେ ଏତଲାରେ କିନ୍ତୁ ତିନି ଜଣ ଦୁର୍ବୃତ୍ତ ସାମିଲ ଅଛନ୍ତି ବୋଲି ଦର୍ଶାଯାଇଛି । ପୀଡ଼ିତାଙ୍କ ବାପା ଦେଇଥିବା ଏତଲାରେ ଏହା ଉଲ୍ଲେଖ ଅଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର କହିଛନ୍ତି ।

ଗୁରୁବାର କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ନିଶିକାନ୍ତ କହିଛନ୍ତି, ବଳଙ୍ଗା ପୀଡିତା ମୃତ୍ୟୁ ସହ ସଂଘର୍ଷ କରି ଆରପାରିକୁ ଚାଲି ଯିବାର ସାଢେ ତିନି ଘଣ୍ଟା ପରେ ପୁଲିସ ଟ୍ୱିଟ୍ କରିଛି । ତଦନ୍ତ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଏହି ମାମଲାରେ କେହି ସାମିଲ ନାହାନ୍ତି ବୋଲି କହିଥିଲା । ତଦନ୍ତ ଚାଲୁଥିବା ବେଳେ କୌଣସି ତଥ୍ୟ ଗଣମାଧ୍ୟମକୁ ଆସିବା କଥା ନୁହଁ, ତେବେ କିପରି ଆସିବା ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ପିସିସି ଗଣମାଧ୍ୟମ ଅଧକ୍ଷ ଅରବିନ୍ଦ ଦାସ କହିଛନ୍ତି, ନାରୀ ନିର୍ୟାତନା ପ୍ରସଙ୍ଗରେ ସରକାରଙ୍କ ସମ୍ବେଦନଶୀଳତା ଶୂନ୍ୟ। ଦଣ୍ଡବିଧାନ ହାର ଓଡିଶାରେ ସବୁଠୁ କମ। କଂଗ୍ରେସ ଚେତାବନୀ ଦେଉଛୁ, ସରକାର କୁମ୍ଭକର୍ଣ୍ଣ ନିଦରୁ ଉଠନ୍ତୁ। ନାରୀ ନିର୍ୟାତନା ମାମଲାରେ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ। ଆଉ ରାଜ୍ୟକୁ ନିନ୍ଦିତ କରାନ୍ତୁ ନାହିଁ। ନାରୀ ନିର୍ୟାତନା ପ୍ରସଙ୍ଗରେ ଆସନ୍ତାକାଲିଠୁ ଚଉଦ ତାରିଖ ପର୍ୟ୍ୟନ୍ତ ତିନୋଟି ବଡ଼ କାର୍ୟ୍ୟକ୍ରମ ହେବ। ଆସନ୍ତାକାଲି ଡିଜି ପୁଲିସ କାର୍ୟ୍ୟାଳୟ ଘେରାଉ କରାଯିବ। ୧୦ତାରିଖ ଦିନ ବଳଙ୍ଗାରୁ ନିମାପଡ଼ା ନାରୀ ନ୍ୟାୟ ପଦଯାତ୍ରା ହେବ। ନିମାପଡାରେ ଏକ ସଭା ହେବ। ସେହିପରି ୧୪ ତାରିଖରେ ଫକୀରମୋହନ କଲେଜରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା ହେବ। ପରିକ୍ରମା ସରିବା ପରେ ଏକ ସଭା ହେବ। ବରିଷ୍ଠ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ କହିଛନ୍ତି ଏତଲା ନ ରଖିଲେ ଶୂନ୍ୟ ସହନଶୀଳତା। ହେଲେ ପୁଲିସ ବୋଲ ମାନୁନି। ପ୍ରଶାସନ ହୁଗୁଳା ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ନାରୀ ନିର୍ୟାତନା ପ୍ରସଙ୍ଗରେ ଏକ ବିବୃତି ବି ଦେଉନାହାନ୍ତି । କେନ୍ଦ୍ରାପଡ଼ା ମାମଲାରେ କେବଳ ଜଣେ ଏଏସଆଇଙ୍କୁ ବଦଳି କରାଯାଇଛି। ଏହି ଏଏସଆଇ ପଲେଇ ଏତଲା ରଖିଲେ ନାହିଁ। ଏଏସଆଇଙ୍କୁ ଚାକିରିରୁ ବହିଷ୍କାର କରିବା କଥା ବୋଲି ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ଦାସ କହିଥିଲେ, ନାରୀଙ୍କୁ ସୁରକ୍ଷା ଦେବାକୁ ପିସିସି ପକ୍ଷରୁ ଟାସ୍କ ଫୋର୍ସ ଗଢ଼ା ଯାଇଛି। ପ୍ରତିଦିନ ରାଜ୍ୟରେ ଏଭଳି ଘଟଣା ଘଟୁଛି। ନାରୀ ସୁରକ୍ଷା ଓ ନାରୀ ନ୍ୟାୟ ପାଇଁ କଂଗ୍ରେସ ଅଭିଯାନ ଜାରି ରହିବ । ଆଗକୁ ଆହୁରି ବ୍ୟାପକ ହେବ ବୋଲି ସେ କହିଛନ୍ତି ।..

  • Related Posts

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୨ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ ୪୬୦୦ କୋଟି ଟଙ୍କା ବ୍ୟୟରେ ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌କୁ ଅନୁମୋଦନ ମିଳିଛି, ଯାହାକୁ ସ୍ୱାଗତ କରିଛନ୍ତି…

    Continue reading
    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଭୁବନେଶ୍ୱର, ୧୨/୦୮: ସମଗ୍ର ଓଡ଼ିଶାବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ସରକାର ସଙ୍କଳ୍ପବଦ୍ଧ। ରାଜ୍ୟରେ ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକୁ ଉଚିତ ଭାବରେ କାର୍ଯ୍ୟକାରୀ କରି ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ