
ଦେବଗଡ଼:ବାରକୋଟ ଥାନାର ୧୪୩ ନମ୍ବର ଜାତୀୟ ରାଜପଥର ବାରକୋଟ ଡାକବଙ୍ଗଳା ନିକଟରେ ଆଜି ବାଇକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ଏହାସହିତ ବାଇକରେ ଥିବା ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତ ଯୁବକ ହେଲେ ସୁନ୍ଦରଗଡ ଜିଲ୍ଲାର ବଣେଇ ଥାନାର ଜକେଇକଳା ଗ୍ରାମର ସଚିନ ଭୋଇ(୨୧)।ଆହତ ଯୁବକ ହେଲେ ସେହି ଗ୍ରାମର ଭବେଶ ଶବର(୨୪)।ସୂଚନା ଅନୁଯାୟୀ,ସଚିନ ଓ ଭବେଶ ଏକ ବାଇକ(ଓଡି୨୮ସି ୨୯୭୬) ଯୋଗେ ବାରକୋଟ ଥାନାର ଗୁରଜାଙ୍ଗ ଗ୍ରାମରେ ରହୁଥିବା ନିଜର ସଂପର୍କୀୟ ଘରୁ ବାହାରି ସଇଡା ଗ୍ରାମ ଅଭିମୁଖେ ଆସୁଥିଲେ। ତେବେ ୧୪୩ ନମ୍ବର ଜାତୀୟ ରାଜପଥର ବାରକୋଟ ଡାକବଙ୍ଗଳା ନିକଟରେ ହଠାତ ଏକ ଗାଈ ବାଇକ ସମ୍ମୁଖକୁ ଆସିବାରୁ ସଚିନ ଓ ଭବେଶ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ସେଫଟି ବ୍ୟାରିକେଟରେ ପିଟି ହୋଇ ତଳେ ପଡିଯାଇଥିଲେ।ଘଟଣାସ୍ଥଳରେ ସଚିନଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ସ୍ଥାନୀୟ ବାସିନ୍ଦା ଭବେଶକୁ ଗୁରୁତର ଅବସ୍ଥାରେ କରି ଉଦ୍ଧାର କରାଯାଇ ପ୍ରଥମେ ବାରକୋଟ ମେଡିକାଲ ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ସୂଚନାପାଇ ବାରକୋଟ ଥାନା ପୁଲିସ ଶବ ଜବତ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।







