
ଦେବଗଡ଼:ବାରକୋଟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ କବୀନ୍ଦ୍ର ସାହୁ ଓ ଏସପି କିଶୋର ଚନ୍ଦ୍ର ମୁଣ୍ଡ ଶିବିରରେ ଯୋଗ ଦେଇ ୩୭ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଅଭିଯୋଗ ମଧ୍ୟରେ ୨୯ଟି ବ୍ୟକ୍ତିଗତ ଏବଂ ୮ ଟି ସାମୁହିକ ଅଭିଯୋଗ ରହିଥିଲା।ଜନସାଧାରଣ ଜମି ବାଡ଼ି ବିବାଦ,ନୂତନ ବିଦ୍ୟାଳୟ ଗୃହ ନିର୍ମାଣ,ବିଦ୍ୟୁତ ସମସ୍ୟା,ବାରକୋଟ ବ୍ଲକର କମ୍ୟୁନିଟୀ ହେଲ୍ଥ ସେଣ୍ଟରରେ ଡାକ୍ତର ନିଯୁକ୍ତି,ନଳକୂପ ମରାମତି କରିବା ପାଇଁ ଜିଲ୍ଲାପାଳ ଏବଂ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଶିବିରରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମିଞ୍ଜ,ଉପଜିଲ୍ଲାପାଳ ରଶ୍ମୀ ରଞ୍ଜନ ମହନ୍ତ,ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ,ଡେପୁଟି କଲେକ୍ଟର ଅଞ୍ଜୁନୀ କୂଜୁର,ବାରକୋଟ ବିଡିଓ ସୂର୍ଯ୍ୟକାନ୍ତ ବରିହା, ତହସିଲଦାର ରବୀନ୍ଦ୍ର ସାମଲଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।







