
ଦେବଗଡ଼:ସ୍ଥାନୀୟ ଶିବ ମନ୍ଦିରରେ ଆଜି ବାରକୋଟ ବ୍ଲକ ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି।ମଞ୍ଚର ଉପସଭାପତି ସୂର୍ଯ୍ୟମଣି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସରୁଆଳୀ ଓ ଦଣ୍ଡାସିଂହା ଗ୍ରାମରେ ଥିବା ହାଇସ୍କୁଲରେ ଶିକ୍ଷକ ଅଭାବ,ଦେବଗଡ ଥାନାର ୭ଟି ପଂଚାୟତର ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ପ୍ରଦାନ,ଗ୍ରାମାଞ୍ଚଳରେ ନିଃସହାୟ ଲୋକମାନଙ୍କୁ ସାହାଯ୍ୟ,ବ୍ଲକସ୍ତରରେ ଓ ପଂଚାୟତସ୍ତରରେ ବରିଷ୍ଠ ନାଗରିକମାନଙ୍କ ସଦସ୍ୟତା ବୃଦ୍ଧି ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ଏହାସହିତ ୮ଜଣ ସଦସ୍ୟଙ୍କୁ ତିନିଟି ଲେଖାଏଁ ପଂଚାୟତର ସୂଚନା ଦେବା ପାଇଁ ମନୋନୀତ କରାଯାଇଛି। ସମ୍ପାଦକ ପଞ୍ଚାନନ ସାହୁ ପୂର୍ବ ବୈଠକର ପ୍ରସ୍ତାବ ଓ ଆୟ ବ୍ୟୟ ସଂପର୍କରେ ସୂଚନା ଦେଇଥିଲେ ବୈଠକରେ ବାରକୋଟ ବ୍ଲକ ବରିଷ୍ଠ ନାଗରିକ ମଞ୍ଚର ସଭାପତି ପଂଚାନନ ସାହୁ,କୋଷାଧ୍ୟକ୍ଷ ପୌଲସ୍ତୀ ସାହୁ,ଶଙ୍କର୍ଷଣ ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନିଳାଦ୍ରୀ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହୁ,ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ରୁଦ୍ର ନାରାୟଣ ସାହୁ,ନିରଞ୍ଜନ ବେହେରା, ଲକ୍ଷ୍ମୀନାରାୟଣ ଗୁପ୍ତା,ମଦନ ମୋହନ ପ୍ରଧାନ, ଅଶୋକ ନାୟକ, ବିରେନ୍ଦ୍ର ପୃଷ୍ଟି, ଯାତ୍ରାକର ପ୍ରଧାନ, ହରିହର ସାହୁ, କୁଳମଣି ବେହେରା, ରମାକାନ୍ତ ପ୍ରଧାନ, ପରାସର ସାହୁ,ସରୁଆଳୀ ପଂଚାୟତର ବରିଷ୍ଠ ନାଗରିକ ଫୋରମ ସମ୍ପାଦକ ନାରାୟଣ ବିଶ୍ବାଳ, ଦଣ୍ଡାସିଂହା ପଂଚାୟତର ବରିଷ୍ଠ ନାଗରିକ ଫୋରମ ସଭାପତି କ୍ଷୀରସିନ୍ଧୁ ପ୍ରଧାନ, କେଲଡା ପଂଚାୟତର ସଭାପତି ଲଳିତ ମୋହନ ଜେନା, କଣ୍ଡଳ ପଂଚାୟତର ସମ୍ପାଦକ ମହେଶ୍ବର ପ୍ରଧାନ, ବମପରଡା ପଂଚାୟତର ସମ୍ପାଦକ ଡମ୍ବରୁଧର ପ୍ରଧାନ,କାଦୋପଡା ପଂଚାୟତର ସଭାପତି ବୃନ୍ଦାବନ ପ୍ରଧାନ, ଡଂରା ପଂଚାୟତର ସଭାପତି ଡିଲେଶ୍ବର ପ୍ରଧାନ, ସଂପାଦକ ଇନ୍ଦ୍ରମଣି ପ୍ରଧାନ, ସିଂହଶାଳ ପଂଚାୟତର ସଂପାଦକ ରବିଚରଣ ଜେନାଙ୍କ ସମେତ ମଞ୍ଚର ବହୁ ସଦସ୍ୟ ଉପସ୍ଥିତ ଥିଲେ।








