ବାରବାଟୀ T-20: ଷ୍ଟାଡିଅମରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜି

କଟକ/ଭୁବନେଶ୍ବର: ବାରବାଟୀ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ। ମ୍ୟାଚ କିପରି ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରାଯିବ ସେନେଇ ଚୂଡାନ୍ତ ସମୀକ୍ଷା କରିଛନ୍ତି ଡିଜି। ବିଶେଷକରି ଷ୍ଟାଡିୟମ ପରିସରରେ କିପରି ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଆହୁରି ଏହି ସୁରକ୍ଷା ବ୍ୟବସ୍ଥାକୁ କିପରି କଡାକଡି କରାଯିବ ସେନେଇ ଯାଞ୍ଚ କରିଛନ୍ତି ଡିଜି। ଦର୍ଶକମାନେ ଷ୍ଟାଡିୟମକୁ ପ୍ରବେଶ କରିବା ସହ କିପରି ଶୁଙ୍ଖଳିତ ଭାବରେ ମ୍ୟାଚକୁ ଉପଭୋଗ କରିପାରିବେ, ତାହାକୁ ଗୁରୁତ୍ୱ ଦେଇଛନ୍ତି ଡିଜି। ସେହିପରି ଖେଳାଳି ମାନଙ୍କର ସୁରକ୍ଷା କଡାକଡି କରିବାକୁ ସମସ୍ତ ପୋଲିସ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଆସନ୍ତା 9 ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-20 ଦିବାରାତ୍ର ମ୍ୟାଚ୍ ଖେଳାଯିବ ଏବଂ ଦର୍ଶକମାନେ ମ୍ୟାଚ୍ ର ଯଥେଷ୍ଟ ସମୟ ପୂର୍ବରୁ ଆସିବାକୁ ନିବେଦନ କରିଛନ୍ତି ଡିଜି। ଏପରିକି 4ରୁ 5 ଘଣ୍ଟା ପୂର୍ବରୁ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ତେବେ ଏଥିପାଇଁ ସମସ୍ତଙ୍କ ସହାୟତ ଲୋଡିଛନ୍ତି ଡିଜି। ସେହିପରି ଷ୍ଟାଡିୟମ ଭିତରକୁ ପ୍ରବେଶ କରିବା ସମୟରେ ଭିତରକୁ କ’ଣ ନେବେ ଏବଂ କ’ଣ ନନେବେ ସେନେଇ ପୋଲିସର ମାଗଦର୍ଶିକା ମାନିବାକୁ ଡିଜି ନିବେଦବ କରିଛନ୍ତି। ଖୁବଶୀଘ୍ର ଏନେଇ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ସେହିପରି ଆଜି ଖେଳାଳିମାନଙ୍କ ଭୁବନେଶ୍ୱରରୁ କଟକ ସୁରକ୍ଷିତ ଗ୍ରସ୍ତ ପାଇଁ କାରକେଡ୍ ରିହରସଲ୍କରାଯାଇଛି। ଅଭ୍ୟାସ ଦିନ ଏବଂ ଖେଳ ଦିନ ଖେଳାଳିମାନେ ଭୁବନେଶ୍ୱରରୁ କଟକ ସୁରକ୍ଷା ବଳୟ ମଧ୍ୟରେ ଷ୍ଟାଡିୟମକୁ ଆସିବେ। ସେନେଇ ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱରରୁ ଖେଳାଳି ମାନଙ୍କ କାରକେଡ୍ ଆସିଥିଲା। ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଶୃଙ୍ଖଳିତ ମ୍ୟାଚ୍ ଆୟୋଜନ କରାଯିବ ବୋଲି ଡିଜି କହିଛନ୍ତି।ସେପଟେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିଛନ୍ତି, ରାଜ୍ୟ ଅଗ୍ନିଶମ ଡିଜି ଡଃ ସୁଧାଂଶୁ ଷଡ଼ଙ୍ଗୀ। ଯେ କୌଣସି ଅଘଟଣର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ଡିଜି। ଏହିକ୍ରମରେ ମ୍ୟାଚ୍ ସମୟରେ ବାରବାଟୀ ଷ୍ଟାଡିୟମରେ 350 ଜଣ ଅଗ୍ନିଶମ କର୍ମଚାରୀ ମୁତୟନ ରହିବେ। 7 ଅସ୍ଥାୟୀ ଦମକଳ କେନ୍ଦ୍ର, 21ଟି ଦମକଳ ଗାଡ଼ି, 2ଟି ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ, ୱାଟର ପମ୍ପର ଆଦି ବ୍ୟବସ୍ଥା କରାଯିବ। ସମସ୍ତ ପ୍ରକାରର ମୁକାବିଲା କରିବା ପାଇଁ ଅଗ୍ନିଶମ ବିଭାଗ ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତି ହୋଇ ରହିବ ବୋଲି କହିଛନ୍ତି, ଅଗ୍ନିଶମ ଡିଜି।
“ବାରବାଟୀରେ ଷ୍ଟାଡିଅମରେ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହେବା ଆବଶ୍ୟକ। କିନ୍ତୁ ରାଜ୍ୟର ସ୍ୱାର୍ଥ ଏବଂ ଦର୍ଶକମାନଙ୍କ ସୁରକ୍ଷା ପାଇଁ ଆମେ ଦାୟିତ୍ୱ ବହନ କରୁଛୁ,” ବୋଲି କହିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ବାରବାଟୀ ଟି-ଟ୍ୱେଣ୍ଟି ମୁକାବିଲା ପୂର୍ବରୁ ଆଜି ଅଗ୍ନିଶମ ବିଭାଗର ମହା ନିର୍ଦ୍ଦେଶକ ଷ୍ଟାଡିଅମରେ ପ୍ରସ୍ତୁତି ପର୍ବର ନିରୀକ୍ଷଣ କରିଛନ୍ତି। ସମ୍ଭବ୍ୟ ପରିସ୍ଥିତର ମୁକାବିଲା ପାଇଁ ଏକାଧିକ ପମ୍ପସେଟ ମହଜୁଦ ରଖିବ ଅଗ୍ନିଶମ ବାହିନୀ । ଏହା ବ୍ୟତିତ ୨୧ଟି ମୋବାଇଲ କଣ୍ଟ୍ରୋଲ ଭ୍ୟାନର ବ୍ୟବସ୍ଥା କରାଯିବ, ଏବଂ ସମସ୍ତ ଗତିବିଧିକୁ ଜଗିବ ସି ସି ଟିଭି କ୍ୟାମେରା। ଏସବୁ ବ୍ୟତିତ ଆଉ କଣ ଅଧିକ ଆୟୋଜନ କରାଯାଇ ପାରିବ, ସେନେଇ ଆଜି OCA କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ବୋଲି କହିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ।ବାରବାଟୀରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବମ ସ୍କ୍ବାଡ ସହ ସୁରକ୍ଷା ବଳୟକୁ ଯାଞ୍ଚ କରିବେ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ । କଟକରେ ୭୪ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୨ ପ୍ଲାଟୁନ ଫୋର୍ସ ରହିବେ । ସୁରକ୍ଷା ବେଳେ ଏରିଏଲ ସର୍ଭେ କରାଯିବ। ଆଜି ଓ କାଲି ଭୁବନେଶ୍ୱରକୁ ଆସିବେ ଖେଳାଳି । ସେଥିପାଇଁ ଏୟାରପୋର୍ଟ ଠାରୁ ଆରମ୍ଭ କରି ହୋଟେଲ ଓ ହୋଟେଲରୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ ରହିବ ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ଯିବା ଆସିବା ବାଟ, ଷ୍ଟାଡିୟମ ଓ ଷ୍ଟାଡିୟମ ଭିତରେ ନଜର ରଖିବ ଡ୍ରୋନ୍ । ଏହି କ୍ୟାମେରାଗୁଡ଼ିକ କଣ୍ଟ୍ରୋଲ ରୁମ୍ ସହିତ ସଂଯୋଗ କରାଯାଇ ସେଠାରୁ ନିୟନ୍ତ୍ରଣ କରାଯିବ । ପୋଲିସ ସହିତ ମେଡିକାଲ୍ ଟିମ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ହେବେ । ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏକ ୬ ଜଣିଆ ଟିମ୍ ନିୟୋଜିତ ହେବେ । ଏଥିରେ ଗୋଟିଏ ଅଗ୍ନିଶମ ଗାଡ଼ି ରହିବ । ହଜାର ହଜାର କ୍ରୀଡ଼ା ପ୍ରେମୀ ଏକାଠି ହେବାକୁ ଥିବା ବେଳେ କୌଣସି ଅଘଟଣ ଏଡ଼ାଇବାକୁ ଉଭୟ ଅଗ୍ନିଶମ ଓ ଡାକ୍ତରୀ ଟିମ୍ ସଜାଗ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର୍ ଏସ୍. ଦେବଦତ୍ତ ସିଂ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ