ବିଜେଡିର ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନକୁ ନେଇ ସରକାରଙ୍କ ଠାରୁ ନେଇ ବିରୋଧୀଙ୍କ ପର୍ୟ୍ୟନ୍ତ ପ୍ରସ୍ତୁତି ଜୋରଦାର ହୋଇଛି । ଅଧିବେଶନ ପୂର୍ବରୁ ବୁଧବାର ଅପରାହ୍ନରେ ଶଙ୍ଖ ଭବନରେ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ବିରୋଧୀ ଦଳ ଭାବେ ଓଡ଼ିଶାବାସୀଙ୍କ ଆକ୍ରୋଶକୁ ବିଧାନସଭାରେ ବିଜେଡି ଉପସ୍ଥାପନ କରିବା ନେଇ ବୈଠକରେ ଆଲୋଚନା ହୋଇଛି ।

ଏନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି, “ଓଡ଼ିଶାର ରାଜନୀତି ଇତିହାସରେ ବିଜେଡି ଶକ୍ତିଶାଳୀ ରାଜନୈତିକ ବିରୋଧୀ ଦଳ । ପୂର୍ବରୁ କୌଣସି ବିରୋଧୀ ଦଳରେ ୫୧ ଜଣ ବିଧାୟକ ନିର୍ବାଚିତ ହୋଇ ବିଧାନସଭା ଆସିନାହାନ୍ତି । ବିରୋଧୀ ଦଳ ଭାବେ ବିଜେଡିର ଦୃଢ଼ ଭୂମିକା ରହିଛି । ଓଡ଼ିଶାର ଜନସାଧାରଣଙ୍କ ପ୍ରତି ଅନେକ କର୍ତ୍ତବ୍ୟ ରହିଛି । ୨୪ ବର୍ଷ ଆମେ ଶାସନରେ ଥିଲୁ । ସେହି ସମୟରେ ଜନସାଧାରଣଙ୍କ ପ୍ରତି ଥିବା ଦାୟିତ୍ୱ ତୁଲାଇବା ପାଇଁ ଚେଷ୍ଟା କରିଛୁ । ବିରୋଧୀ ଭାବେ ମଧ୍ୟ ସେହି ଦାୟିତ୍ୱ ତୁଲାଇବା ଲାଗି ଚେଷ୍ଟା କରୁଛୁ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିରୋଧୀ ଦଳ ଭାବେ ଓଡିଶାବାସୀଙ୍କ ସେବା କରିବା ଲାଗି ଆମେ ପ୍ରତିଶ୍ରୁତିବଦ୍ଧ ।”
ସେ ଆଉ ମଧ୍ୟ କହିଛନ୍ତି, “ବିଜେପି ସରକାରରେ ବିଗତ ୯ ମାସରେ ଓଡିଶା ବିଭିନ୍ନ କ୍ଷେତ୍ରରେ ନିମ୍ନଗାମୀ ହୋଇଛି । ଏହା ବିରୋଧୀ ଦଳ ସମେତ ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ବହୁ ପ୍ରତିଶ୍ରୁତି ଓ ସ୍ୱପ୍ନ ଦେଖାଇ ବିଜେପି ସରକାରକୁ ଆସିଛି । ଓଡିଶାବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ । ଡବଲ ଇଞ୍ଜିନ ସରକାର ଆସିଲେ, ଓଡିଶାର ବିକାଶ ଡବଲ ହେବ । ଓଡ଼ିଶାର ପ୍ରଗତୀର ବେଗ ଦୁଇ ଗୁଣ ହେବ । ଦୁଃଖ, ପରିତାପ ଓ ଆଶ୍ଚର୍ୟ୍ୟର କଥା ଯେ, ଡବଲ ଇଞ୍ଜିନ ସରକାରର ଅଧା ଇଞ୍ଜିନ ଆଜି କାମ କରୁନାହିଁ । ଓଡ଼ିଶାର ପ୍ରଗତି ନିମ୍ନଗାମୀ ଅବସ୍ଥାକୁ ଆସିବା ଆରମ୍ଭ ହୋଇଛି । ସରକାରରେ ସମନ୍ୱୟ ନାହିଁ । ସକାଳେ ଓ ସନ୍ଧ୍ୟାରେ ମନ୍ତ୍ରୀଙ୍କ ମତ ଓ ମତାମତ ବଦଳୁଛି । ମନ୍ତ୍ରୀମାନଙ୍କ ଉପରେ ସରକାରଙ୍କର ନିୟନ୍ତ୍ରଣ ନାହିଁ କିମ୍ବା କୌଣସି ନେତୃତ୍ୱ ନାହିଁ । ଏଭଳି ପରିସ୍ଥିତିରେ ବିଧାନସଭା ଆରମ୍ଭ ହେଉଛି ।”
“ଜନସାଧାରଣଙ୍କ ମନରେ ୯ ମାସ ମଧ୍ୟରେ ନିରାଶ ଭାବ ପ୍ରକାଶ ପାଇଲାଣି । ଏହା ବିଧାନସଭାରେ ପ୍ରତିଫଳନ ହେବ । ୯ ମାସରେ ରାଜ୍ୟର ଆଇନ ଶୃଙ୍ଖଳା ଏକ ଚରମ ବିପର୍ୟ୍ୟୟ ଆଡ଼କୁ ଗଲାଣି । ଭୁବନେଶ୍ୱରରେ ପ୍ରତିଦିନ ହତ୍ୟା, ହତ୍ୟା ଉଦ୍ୟମ, ଚୋରୀ, ଡକାୟତି ଓ ରାହାଜାନୀ ଖବର ସାମ୍ନାକୁ ଆସୁଛି । ପୋଲିସ ଓ ପ୍ରଶାସନ ସମ୍ମୁଖରେ ଦିନ ଅବା ରାତିରେ ଏହି ଘଟଣା ଘଟୁଛି । ସାଧାରଣ ଲୋକଙ୍କ ଜୀବନ ଯାତ୍ରା ବିପର୍ୟ୍ୟସ୍ତ ହେଲାଣି । ଏଥିରେ ଲୋକେ ଅଣନିଶ୍ୱାସୀ ହୋଇଗଲେଣି । ସାରା ରାଜ୍ୟରେ ନାରୀ ନିର୍ୟ୍ୟାତନା, ଅପହରଣ, ଧର୍ଷଣ କଥା ସାମ୍ନାକୁ ଆସୁଛି । ନାରୀମାନେ ନିଜକୁ ନିରାପଦ ମନେ କରୁନାହାନ୍ତି । ବିଧାନସଭାରେ ପ୍ରସଙ୍ଗ ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ବିଜେଡି ।” ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ୟ୍ୟ ।
ସେ ଆହୁରି ମଧ୍ୟ କହିଛନ୍ତି, “ନବୀନ ସରକାର ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଏକ ସୁଦୃଢ ଅର୍ଥନୀତିକୁ ନୂଆ ସରକାରଙ୍କ ପାଖରେ ଛାଡି ଯାଇଥିଲା । ବେମାରୀ ରାଜ୍ୟରୁ ଓଡିଶାକୁ ଏକ ଅର୍ଥନୈତିକ ସମୃଦ୍ଧ ରାଜ୍ୟରେ ବିଜେଡି ସରକାର ପରିଣତ କରିଥିଲା । କିନ୍ତୁ ଗତ ୯ ମାସ ହେଲା ରାଜ୍ୟ ଅର୍ଥନୀତିର ବିଫଳ ପରିଚାଳନା ହୋଇଛି । ଏହାର ଉଦାହରଣ ଭାରତରେ କମ ହୋଇଛି । ବିଧାନସଭାରେ ବିଜେଡି ଏନେଇ ସ୍ୱର ଉତ୍ତୋଳନ କରିବ । ଡବଲ ଇଞ୍ଜିନ ସରକାର କେନ୍ଦ୍ର ଓଡ଼ିଶାକୁ ଅବହେଳା କରିଛି । ରେଳ ଅନୁଦାନ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା କରାଯାଉଛି । ଚାଷୀ ଏବଂ ଚାଷ ପ୍ରସଙ୍ଗ ଏବେ ରାଜ୍ୟରେ ପ୍ରମୁଖ ସମସ୍ୟା । ମଣ୍ଡି ଅବ୍ୟବସ୍ଥା କଟନୀ ଚଟନୀ ପ୍ରସଙ୍ଗକୁ ବିଧାନସଭାରେ ପ୍ରମୁଖ ପ୍ରସଙ୍ଗ କରିବ ବିଜେଡି ।”

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ