ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାର ଗୁରୁତ୍ବର ସହିତ ନେଉଛନ୍ତି। ପୀଡ଼ିତାଙ୍କ ପରିବାର ପ୍ରତି ସରକାର ଠିଆ ହୋଇଛନ୍ତି। ଏଥି ପାଇଁ ପୀଡ଼ିତାଙ୍କ ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ମଧ୍ୟ ଦେଇଛନ୍ତି।
ଆଜି ଯେତେବେଳେ ଏହି ଘଟଣାକୁ ନେଇ ବିଜେଡି ଆନ୍ଦୋଳନ କରୁଥିଲା, ସେହି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା। ଆଜିର ଆନ୍ଦୋଳନରୁ ସେମାନେ ଯେଉଁ ଆଶା କରୁଥିଲେ, ତାହା ପାଇ ପାରି ନାହାନ୍ତି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କହି ବିଜେଡି କର୍ମୀମାନେ ୨ଟି ବେରିକେଡ଼ି ଭାଙ୍ଗିଥିଲେ। ପ୍ରଶାସନ ତାର କର୍ତ୍ତବ୍ୟ ଠିକ ଭାବେ ତୁଲାଇଛି। ବିଜେଡିର ବିଶୃଙ୍ଖଳା ଉଦ୍ୟମକୁ ପ୍ରଶାସନ ଅଟକାଇଥିଲା। ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ ବୁଧବାର ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳୀରେ ଏହା କହିଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି, ଓଡ଼ିଶା ସରକାର ମହିଳାଙ୍କ ପ୍ରତି ସମର୍ପିତ ଥିବା ସରକାର। ମହିଳାଙ୍କ ପ୍ରତି କୌଣସି ପ୍ରକାରର ହିଂସା ହୁଏ, ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ। ଓଡ଼ିଶା ସରକାର ମହିଳାଙ୍କ ସହିତ ଠିଆ ହୋଇଛନ୍ତି। କାରଣ ଆମ ଶାସ୍ତ୍ର କହୁଛି, ଯେଉଁଠାରେ ନାରୀମାନଙ୍କୁ ପୂଜା କରାଯାଏ, ସେଠାରେ ଭଗବାନ ଆବିର୍ଭାବ ହୋଇଥାନ୍ତି। ନାରୀ ସମାଜ ପ୍ରତି ସରକାରଙ୍କ ସହଯୋଗ ଅଛି। ମହିଳାଙ୍କ ସୁରକ୍ଷା, ଆର୍ଥିକ ସ୍ଥିତ ସୁଦୃଢ଼ ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଭବିଷ୍ୟତରେ ଯଦି କେହି ନାରୀ ସମାଜ ପ୍ରତି କୌଣସି ପ୍ରକାର ଅପମାନଜନକ ଦିଅନ୍ତି, କାର୍ୟ୍ୟାନୁଷ୍ଠାନ ନିଆଯିବ। ବିରୋଧୀମାନେ ମଧ୍ୟ ଏହି ମହାନ କାମରେ ସହଯୋଗ କରନ୍ତୁ।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ